June 2, 2024

ଉତ୍କଳୀୟ ମାଲ ସମାଜର ରାଜ୍ଯ ସମ୍ମିଳନୀ ବଡଖେମୁଣ୍ଡି ତାଲୁକାରେ ଅନୁଷ୍ଠିତ:ବାରିକ୍ ଜାତିକୁ ତଫସିଲଭୁକ୍ତ ଜାତିରୁ ବାଦ୍ ଦେଇ ଥିବାରୁ କ୍ଷୋଭ ପ୍ରକାଶ—-

Share

ଉତ୍କଳୀୟ ମାଲ ସମାଜର ରାଜ୍ଯ ସମ୍ମିଳନୀ ବଡଖେମୁଣ୍ଡି ତାଲୁକାରେ ଅନୁଷ୍ଠିତ:ବାରିକ୍ ଜାତିକୁ ତଫସିଲଭୁକ୍ତ ଜାତିରୁ ବାଦ୍ ଦେଇ ଥିବାରୁ କ୍ଷୋଭ ପ୍ରକାଶ—-
——————————————–
ବୁଗୁଡା:-ତା-୦୯-୦୭-୨୦୨୩ ରିଖ ଉତ୍କଳୀୟ ମାଲ ସମାଜ ଏକ ସାମାଜିକ ସଂସ୍କାର ମୁଳକ ପଞ୍ଜିକୃତ ସଂଗଠନ ସଂସ୍କୃତି-ପରଂପରା ଏବଂ ମାନବ ସମ୍ବଳକୁ ମୁଖ୍ଯ ସ୍ରୋତରେ ପହଞ୍ଚିାଇବା ଲକ୍ଷ ନେଇ ଷାଠିଏ ଦଶକରୁ କାର୍ଯ କରି ଆସୁଅଛି। ସେହି ଲକ୍ଷକୁ ସାକାର କରିବା ପାଇଁ ଆଜି ଉତ୍କଳୀୟ ମାଲ ସମାଜର ରାଜ୍ଯ ସଭାପତି ଇଞ୍ଜିନିୟର ବିପ୍ର ଚରଣ ପାତ୍ରଙ୍କ ପୌରହିତ୍ଯରେ ଖେମୁଣ୍ଡି ତାଲୁକାରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଘୁମୁସର ତାଲୁକା, ବଡଖେମୁଣ୍ଡି, ସାନଖେମୁଣ୍ଡି ଅଞ୍ଚଳର କର୍ମକର୍ତ୍ତା ଓ ସଦସ୍ଯ ମାନେ ଯୋଗଦେଇ। ସଂପ୍ରତି ରାଜ୍ଯ ସରକାର ବାରିକ୍ ଜାତିକୁ ତଫସିଲଭୁକ୍ତ ଜାତିରୁ ଉଛେଦ କରିଥିବାରୁ କ୍ଷୋଭ ପ୍ରକାଶ କରାଯାଇ ଥିଲା କାରଣ ବାରିକ୍ ଜାତି ମାଲ ଜାତି ଅନ୍ତର୍ଗତ, ମାଲ ଜାତି ସହ ବହୁ ପ୍ରାଚୀନ କାଳରୁ ବିବାହ ବନ୍ଧନ ଭଳି ବହୁ ସାମାଜିକ ସମ୍ପର୍କ ରହି ଆସିଛି। ଏବେବି ବାରିକ୍ ମାଲ ଜାତି ସାମାଜିକ ଅନଗ୍ରସର ଭିତରେ ରହି ଆସିଛି। କୌଣସି କ୍ଷେତ୍ରେ ସେମାନେ ସବଳ ନଥିବା କାରଣରୁ ଉଛେଦ ଆଦଶକୁ ପ୍ରତ୍ୟାହାର କରିବା ପାଇଁ ବହୁ ବରିଷ୍ଠ ସଦସ୍ଯ ଦାବି ଉପସ୍ଥାପନା କରିଛନ୍ତି। ସେମାନଙ୍କ ଜାତିଗତ ପ୍ରମାଣ ପତ୍ର ନହେବା କାରଣରୁ ବାରକ୍ ଜାତିର ଛାତ୍ରଛାତ୍ରୀ ମାନେ ସବୁ ସୁବିଧାରୁ ବଞ୍ଚିତ ହେଉଛନ୍ତି। ତୁରନ୍ତ ଏସବୁର ସାମାଧାନ ପାଇଁ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଅତିଥି ମାନଙ୍କ ମଧ୍ଯରେ ସର୍ବଶ୍ରୀ ପୁର୍ବତନ ସଭାପତି ପ୍ରକାଶ ପାତ୍ର, ପ୍ରଦୀପ କୁମାର ପାତ୍ର, ବି. ପ୍ରକାଶ ଚନ୍ଦ୍ର ପାତ୍ର, ସୁଦର୍ଶନ ପାତ୍ର, ବି. ଡମ୍ବରୁ ପାତ୍ର, ରଘୁନାଥ ପାତ୍ର, ଉମାକାନ୍ତ ପାତ୍ର, ପି. ଦିନବନ୍ଧୁ, ଆର୍. ରାଜା ରାଓ, ଏ. ନିଳ ମାଧବ, ଟି. ଶ୍ୟାମ ସୁନ୍ଦର ,ଗୁରୁମୂର୍ତ୍ତୀ ପାତ୍ର, ନାରାୟଣ ପାତ୍ର, ଶିବରାମ ପାତ୍ର, ସତ୍ୟବାଦୀ ପାତ୍ର, ଏ.ବାବୁ ପାତ୍ର, ପି. କେଶବ, ପ୍ରଫୁଲ୍ଲ ଚନ୍ଦ୍ର ବାରିକ୍. ବି. ହାଡିଆ ରାଓ. ବି. ସିତାରାମ ପାତ୍ର, ଏ. ନିରଞ୍ଜନ ପାତ୍ର, ବି. ଲିଙ୍ଗରାଜ ପାତ୍ର, ସିମାଞ୍ଚଳ ପାତ୍ର, ଦାମୋଦର ପାତ୍ର, ଏମ୍. ଯୁଧିଷ୍ଠି. ଏମ୍. ମିଟୁ ପାତ୍ର, ଏମ୍. ଦଣ୍ଡପାଣି, ବି. ଭିକାରୀ ପାତ୍ର, କେ. କାସିନାଥ, ଏମ୍. ସଙ୍କର, ବି. କୋରା ମଣି, ଦରମିକ୍ ବାରିକ୍, ବି. ବଜେନ୍ଦ୍ର ପ୍ରମୁଖ ଦାଦି ଉପସ୍ଥାପନ କରିଥିଲେ। ବଡଖେମୁଣ୍ଡି ଓ ସାନଖେମୁଣ୍ଡି ତାଲୁକାର ସମସ୍ତ ବାରିକ୍ ସମାଜର ସଦସ୍ଯ ମାନେ ପୁର୍ଣ୍ଣି ପ୍ରାଣରେ ଉତ୍କଳୀୟ ମାଲ ସମାଜରେ ସାମିଲ୍ ହେବା ପାଇଁ ସମ୍ମତି ପ୍ରଦାନ କରିଥିଲେ। ଶେଷରେ ଡକ୍ଟର ପି. ଦୀନବନ୍ଧୁ ଧନ୍ଯବାଦ ଅର୍ପଣ କରିଥିଲେ।