ଖବର ଆଜିର
*ଖବର ଆଜିର*
*ତାରିଖ ୦୯/୦୭/୨୩, ରବିବାର*
*୧-ଭୁବନେଶ୍ୱର:ଲୋକକଳା କଳାକାରଙ୍କ ପାରିଶ୍ରମିକ ବୃଦ୍ଧି।ଦଳର ମୁଖ୍ୟ ଦିନକୁ ୧୦୦୦ ଓ ଅନ୍ୟ ସଦସ୍ୟ ପାଇବେ ୮୦୦ ଟଙ୍କା।*
*୨-ପାରଳାଖେମୁଣ୍ଡି: ନକଲି ସୁନା ଦେଇ ବ୍ଯାଙ୍କରୁ ୪୦ ଲକ୍ଷ ଠକେଇ, ସୁନାରି ସମେତ ୧୧ ଗିରଫ।*
*୩-ଭୁବନେଶ୍ୱର: କେମିତି ଚାଲିଛି ଅଭିଯୋଗ ଶୁଣାଣୀ? ୨ ବର୍ଷର ତଥ୍ୟ ମାଗିଲେ ମୁଖ୍ୟ ଶାସନ ସଚିବ।*
*୪-ପିଙ୍କ୍ ହ୍ୱାଟ୍ସଆପ୍ ଡାଉନଲୋଡ୍ ନକରିବାକୁ ଓଡ଼ିଶା ପୁଲିସର ପରାମର୍ଶ ।*
*୫-ଭୁବନେଶ୍ୱର:କାର୍ଯ୍ୟ କାରୀ ହେବ ପିଏମ ଉଷା ; ମାର୍ଗଦର୍ଶିକା ଉପରେ ୧୦ରେ ହେବ ବିଚାର ବିମର୍ଶ।*
*୬-କଟକ: ଜିଲ୍ଲାସ୍ତରୀୟ ଲୋକ ଅଦାଲତ; ରାଜ୍ୟରେ ୧,୩୧,୨୯୩ ମାମଲା ଫଇସଲା।*
*୭-ରାଜ୍ୟ କୃଷି ଭବନରେ ୧୦୮ ଶିକ୍ଷକ ପ୍ରଶିକ୍ଷକଙ୍କୁ ଦିଆଗଲା ଦିଗଦର୍ଶନ।*
*୮-ଭୁବନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ମଧ୍ୟ ଆଫ୍ରିକାରୁ ଫେରିଲେ ୪ ଓଡ଼ିଆ।*
*୯-ଭୁବନେଶ୍ୱର:ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସକୁ ସ୍ୱୟଂଶାସିତ ମହାବିଦ୍ୟାଳୟର ମାନ୍ୟତା।*
*୧୦-ଉପଯୁକ୍ତ ଓ ଯୋଗ୍ୟ ପ୍ରାର୍ଥୀ ଚୟନରେ ଓପିଏସ୍ସିର ଗୁରୁଦାୟିତ୍ୱ ରହିଛି : ରାଜ୍ୟପାଳ।*
*୧୧-ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହିଂସା : ମୃତ୍ୟୁ ସଂଖ୍ୟା ୧୨ ଛୁଇଁଲା।*
*୧୨-ଡିଏନ ଗ୍ରୁପ୍ ମୁଖ୍ୟଙ୍କୁ ପଚରାଉଚରା, ଖୋଳତାଡ଼ କରୁଛି ଆୟକର ବିଭାଗ । ଭୁବନେଶ୍ୱର ସହିଦନଗର ଜମି ଦୁର୍ନୀତି ମାମଲାରେ ଡିଏନ ହୋମ୍ସକୁ ଟାଣିଲା କଂଗ୍ରେସ।*
*୧୩-କଟକ:ପିଏଚ୍ଡି କରିବେ ଦୀପା, ଓଡ଼ିଶାର ପ୍ରଥମ କିନ୍ନର ଭାବେ ରଚିବେ ଇତିହାସ।*
*୧୪-ନୟାଗଡ଼:ସାଇବର ଲୁଟ୍; ବିଡିଓ ବୋଲି ପରିଚୟ ଦେଇ ୩ ପ୍ରଧାନଶିକ୍ଷକଙ୍କ ଠାରୁ ଲୁଟି ନେଲେ ୪୩ ହଜାର ଟଙ୍କା।*
*୧୫-କାଙ୍କେର ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ: ଏଥର ଜେଲ୍ ହାଜତରେ ହିଁ ନକ୍ସଲ ଦେବେ ବୋର୍ଡ ପରୀକ୍ଷା।*
*୧୬-ରାଜସ୍ଥାନର ଜୟପୁରରେ ଥିବା ଝାଡ଼ଖଣ୍ଡ ମହାଦେବ ମନ୍ଦିର:ଭକ୍ତମାନେ ମନ୍ଦିରରେ ପ୍ରବେଶ ବେଳେ ଫଟା ଜିନ୍ସ, ସର୍ଟସ, ଫ୍ରକ, ନାଇଟସୁଟ କିମ୍ବା ମିନି ସ୍କଟ ପିନ୍ଧିବା ବାରଣ ।*
*୧୭-ମଣିପୁରରେ ପୁଣି ହିଂସା ଜଣେ ପୁଲିସ କମାଣ୍ଡୋଙ୍କ ସହ ୪ ଜଣଙ୍କର ମୃତ୍ୟୁ।*
*୧୮-ଅକ୍ଟୋବରରୁ ଆରମ୍ଭ ହେବ ଡେବିଟ୍, କ୍ରେଡିଟ୍ କାର୍ଡ ପୋର୍ଟେବିଲିଟି । ଭାରତୀୟ ରିଜର୍ଭ ବ୍ୟାଙ୍କ ଯୋଗାଇ ଦେବ ନୂଆ ସୁବିଧା, ନିଜ ପସନ୍ଦର ବ୍ୟାଙ୍କ ଚୟନ କରିପାରିବେ ଗ୍ରାହକ।*
*୧୯-ଏସି ଟ୍ରେନ୍ ଭଡ଼ାରେ ରିହାତି ଯୋଜନା ଘୋଷଣା କଲା ରେଳ ମନ୍ତ୍ରଣାଳୟ।*
*୨୦-ପୁଣି ଚର୍ଚ୍ଚାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ହରିଆଣାରେ ଚାଷୀଙ୍କ ସହ ମିଶି ବିଲରେ ତଳି ରୋଇଲେ, ଟ୍ରାକ୍ଟର ଚଳାଇଲେ।*
*୨୧-ରଷିଆ-ୟୁକ୍ରେନ ଯୁଦ୍ଧକୁ ପୂରିଲା ୫ଶହ ଦିନ । ୫ଶହ ଶିଶୁଙ୍କ ସମେତ ହଜାର ହଜାର ସଂଖ୍ୟକ ଲୋକଙ୍କ ଗଲାଣି ଜୀବନ, ଉଭୟ ଦେଶ ହରାଇଲେ ନିଜର ୪ଲକ୍ଷରୁ ଅଧିକ ସୈନିକ।*
. *🙏 ସୁପ୍ରଭାତ 🙏*