September 21, 2024

ବୁଗୁଡ଼ାରେ ଯୋଗ ଦେଲେ ନୂଆଁ ତହସିଲଦାର

Share


ବୁଗୁଡ଼ା : ତା ୦୫/୦୭/୨୩ : ବୁଗୁଡ଼ା ତହସିଲ କାର୍ଯ୍ଯାଳୟରେ ଆଜି ନୂତନ ତହସିଲଦାର ଭାବେ ତାପସ ରାଉତ ଯୋଗ ଦେଇଛନ୍ତି । ପ୍ରାକ୍ତନ ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କ ଗତ ଜୁନ୍ ୮ ତାରିଖରେ ଭୁବନେଶ୍ଵର ରାଜସ୍ବ ବିଭାଗ କାର୍ଯ୍ୟାଳୟକୁ ଅଚାନକ ବଦଳି ପରେ ସେହି ଦିନଠାରୁ ଏହି ପଦବୀ ଖାଲି ପଡିଥିଲା । ପୂର୍ବରୁ ରାୟଗଡା ତହସିଲଦାର ଭାବେ କାର୍ଯ୍ୟ କରୁଥିବା ତାପସ ରାଉତ ବଦଳି ହୋଇ ବୁଗୁଡ଼ା ତହସିଲଦାର ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ।ଏ ଅବସରରେ ତହସିଲ କାର୍ଯ୍ଯାଳୟ କର୍ମଚାରୀବୃନ୍ଦ ଏବଂ ଓକିଲମାନେ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ ଜଣାଇଥିଲେ । ବୁଗୁଡା ତହସିଲ ଅଞ୍ଚଳର ଜନସାଧାରଣଙ୍କୁ ଉତ୍ତମ ରାଜସ୍ବ ସେବା ଯୋଗାଇ ଦେବା ନିମନ୍ତେ ସେ ବଦ୍ଧପରିକର ବୋଲି ସାମ୍ବାଦିକମାନଙ୍କ ନିକଟରେ ପ୍ରକାଶ କରିଥିଲେ ।