November 23, 2024

ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ବିକାଶ କାର୍ଯ୍ୟକ୍ରମ (ମୁକ୍ତା)

Share

ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ବିକାଶ କାର୍ଯ୍ୟକ୍ରମ (ମୁକ୍ତା)

(ଉମରକୋଟ ରୁ ଏମ. ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ଉମରକୋଟ :- ଆଜି ଉମରକୋଟ ପୌରପରିଷଦ ତରଫରୁ କଣ୍ଡାଗାଁ ରାସ୍ତାରେ ଥିବା କଲ୍ୟାଣ ମଣ୍ଡପ ଠାରେ ମିଶନ ଶକ୍ତି ଓ ପୌର ଅଧିକାରୀ ମାନଙ୍କ ପାଇଁ “ମୁକ୍ତା” ଯୋଜନା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବିଷୟ ରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପୌରପରିଷଦ ଅଧିକାରୀ ଶ୍ରୀ ଋଷି ମାଝୀ ,ପୌର ଅଧ୍ୟକ୍ଷା ଶ୍ରମତୀ ରାଧା ଭତରା , ଉପା ଧକ୍ଷ୍ୟ ଶ୍ରୀ ସୁଧାଂଶୁ ଦାସ୍,ବ୍ଲକ ଅଧିକାରୀ ଶ୍ରୀ ହିମାଚଳ ମାଝୀ ଉପସ୍ଥିତି ରେ ପ୍ରତ୍ୟେକ ୱାର୍ଡ ର ୱାର୍ଡ ମେମ୍ବର, ମିଶନ ଶକ୍ତି (SHG) ଗ୍ରୁପ୍ ର ସଭାପତି ସମ୍ପାଦକ ମଧ୍ୟ କାର୍ଯ୍ୟକ୍ରମ ରେ ଯୋଗଦାନ ଦେଇଥିଲେ । ମୁକ୍ତା ଯୋଜନାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଉପରେ ଶ୍ରୀ ମନମୋହନ ମହାରଣା ଆଲକ ପାତ କରିଥିଲେ। ଏସ, ଏଚ, ଜି ଓ ଏସ, ଡି, ଏ ର ନିୟଜନ ରେ ଭିତି ଭୂମି ରକ୍ଷଣବେକ୍ଷଣ ,ଭିତି ଭୂମି ସଂରକ୍ଷଣ ତଥା ବର୍ଷା ଜଳ ସଂରକ୍ଷଣ ,ଚଲା ପଥ, ପାର୍କ, ମୁକ୍ତ ଆକାଶ ଜିମ୍ ଓ ଭେଣ୍ଡିଂ ଜୋନ ଭଳି ବିଭିନ୍ନ କାର୍ଯ୍ୟ ମିଶନ ଶକ୍ତି ଓ ଏସ, ଡି, ଏ ହିଁ କାର୍ଯ୍ୟ କରିବେ । ଏଥି ନିମନ୍ତେ ୩କୋଟି ୭୬ଲକ୍ଷ୍ୟ ଟଙ୍କା ମୁକ୍ତା ଯୋଜନା ରେ ରାଜ୍ୟ ସରକାର ଅନୁଦାନ ଅର୍ଥ ରାଶି ପ୍ରଦାନ କରିଛନ୍ତି ।ଏହି କାର୍ଯ୍ଯ କ୍ରମ ରେ ମୁକ୍ତା ଯୋଜନା ରେ ନୀୟଜିତ ଅଧିକାରୀ ଶ୍ରୀ ତ୍ରିଲକିୟ ବେହେରା ,ଶ୍ରୀ ଶିବାନନ୍ଦ ମହନ୍ତ ଓ ଏସ, ଡି, ଏ ଅଧିକାରୀ ଶ୍ରୀ ଅଭିଷେକ ମିଶ୍ର ଉପସ୍ଥିତ ରହିଥିଲେ ।