September 21, 2024

ଶାଙ୍କୁଳାଈ ପୀଠରେ ବିଜେଡିର ମିଶ୍ରଣ ପର୍ବ

Share

ଶାଙ୍କୁଳାଈ ପୀଠରେ ବିଜେଡିର ମିଶ୍ରଣ ପର୍ବ
ବୁଗୁଡ଼ା : ତା ୦୨/୦୭/୨୩ : ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ସାଙ୍କୁଳେଇ ପୀଠରେ ବିଜୁ ଜନତା ଦଳର ବ୍ଲକ ସ୍ତରୀୟ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜେଡି ବ୍ଲକ ସଭାପତି ମଦନ ଗୋପାଳ ଦୋରାଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଦଳୀୟ ସଂଗଠନକୁ ଆହୁରି ମଜବୁତ୍ କରିବାକୁ ଆହ୍ବାନ ଦେଇଥିଲେ ।
ଏ ଅବସରରେ କଳମ୍ବ ପଞ୍ଚାୟତ ସରପଞ୍ଚ ପ୍ରଦୀପ କୁମାର ଜେନା ତାଙ୍କର ଶହ ଶହ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଥିଲେ । ବିଧାୟକଙ୍କ ଦ୍ବାରା ପ୍ରଦୀପ ଏବଂ ତାଙ୍କର ସମର୍ଥକଙ୍କୁ ପୁଷ୍ପମାଲ୍ୟ ଓ ଦଳୀୟ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ବାଗତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ , ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ , ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା , ଜିଲ୍ଲା ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ , କେ. ନୀଳମାଧବ ଆଚାରୀଙ୍କ ସମେତ ବହୁ ଜନପ୍ରତିନିଧି ଏବଂ କର୍ମୀ ଉପସ୍ଥିତ ରହିଥିଲେ ।