November 28, 2026

ଜିଲ୍ଲା ପୂର୍ବ ସେନାନୀ ସଂଘର ତ୍ରୟମାସିକ ବୈଠକ ଅନୁଷ୍ଠିତ

IMG-20261128-WA0059
Share

ଗଜପତି:- ଭାରତୀୟ ପୂର୍ବ ସେନାନୀ ସଂଘ, ଗଜପତି ଜିଲ୍ଲା ଶାଖା’ର ତ୍ରୟ ମାସିକ ଜିଲ୍ଲାସ୍ତରୀୟ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୈନିକ ବୋର୍ଡ ବ୍ରହ୍ମପୁର,ଗଞ୍ଜାମ ର ସେକ୍ରେଟାରୀ କର୍ଣ୍ଣେଲ ପ୍ରଶାନ୍ତ କୁମାର ମିଶ୍ର ଓ ହେଡ କ୍ଲାର୍କ ସୁବେଦାର ଶ୍ରୀ ଦାଶ ଅତିଥି ଭାବେ ଯୋଗ ଦେଇଥିଲେ। ।ଏଥିରେ ଗଜପତି ଜିଲ୍ଲା ପୂର୍ବ ସୈନିକ ମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା, ଏଥିସହ ଗଜପତି ଜିଲ୍ଲା ରେ ପୂର୍ବ ସୈନିକ ଙ୍କ ନିମନ୍ତେ କାର୍ଯ୍ୟାଳୟ, ଚିକିତ୍ସାଳୟ ଇତ୍ୟାଦି କରାଇବା ନିମନ୍ତେ ସ୍ଥାନ ଉପଲବ୍ଧ ବିଷୟରେ ଆଲୋଚନା କରା ଯାଇଥିଲା । ଏଥି ନିମନ୍ତେ ସେକ୍ରେଟାରୀ କର୍ଣ୍ଣଲ ମିଶ୍ର ସବ୍ କଲେକ୍ଟର ଶ୍ରୀ ମାଝୀ ଙ୍କ ସହ ସାକ୍ଷାତ କରି ଏହି ବିଷୟରେ ଆଲୋଚନା କରିଥିଲେ। ଏହି ବୈଠକରେ ଗଜପତି ଜିଲ୍ଲା ପୂର୍ବ ସୈନିକ ସଂଘ ର ସଭାପତି ଶ୍ରୀ ସୁଭାଷ ଚନ୍ଦ୍ର ଦାଶ,ପୂର୍ବ ସଭାପତି ଶ୍ରୀ ମଲ୍ଲିକା ଅର୍ଜୁନ ପଟ୍ଟନାୟକ,ଉପ ସଭାପତି ଶ୍ରୀ ଭି: କ୍ରିଷ୍ଣା ରାଓ, ସମ୍ପାଦକ ଶ୍ରୀ ପି: ରାମେୟା , କୋଷାଧକ୍ଷ ଶ୍ରୀ ଭବାନୀ ଶଙ୍କର ଆଚାର୍ଯ୍ୟ ଙ୍କ ସମେତ ବହୁ ସଂଖ୍ୟାରେ ପୂର୍ବ ସୈନିକ ଓ ପୂର୍ବ ସୈନିକ ଙ୍କ ଆଶ୍ରିତ ମାନେ ଉପସ୍ଥିତ ଥିଲେ।—————————————— ଗଣେଶ କୁମାର ରାଜୁ ପାରଳାଖେମୁଣ୍ଡି(ଗଜପତି)—————————————–

You may have missed