November 26, 2026

ସ୍ୱର୍ଗତ କର୍ମବୀର ମଙ୍ଗଳୁ ପ୍ରଧାନଙ୍କ ୬୩ତମ ଶ୍ରାଦ୍ଧବାର୍ଷିକୀ ମହା ସମାରୋହରେ ପାଳିତ – ପ୍ରତିମୂର୍ତ୍ତି ଉନ୍ମୋଚିତ, ଜୀବନୀ ପୁସ୍ତକ ଲୋକାର୍ପିତ, କୃତି ଛାତ୍ରଛାତ୍ରୀ ସମ୍ମାନିତ

IMG-20261126-WA0145
Share

**ବରଗଡ, ୨୬.୧୧ (ସୁରେନ୍ଦ୍ର କଠାର):* ବରଗଡ଼ ଜିଲ୍ଲା ଭେଡେନ୍ ବ୍ଲକ୍ ରେମଣ୍ଡା ୫ଟି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସ୍ୱର୍ଗତ କର୍ମବୀର ମଙ୍ଗଳୁ ପ୍ରଧାନଙ୍କ ୬୩ତମ ଶ୍ରାଦ୍ଧବାର୍ଷିକୀ ମହାସମାରୋହରେ ପାଳିତ ହୋଇଯାଇଛି।ପ୍ରଥମେ ଛାତ୍ରୀମାନଙ୍କ ଦ୍ୱାରା “କର୍ମବୀର ମଙ୍ଗଳୁ ପ୍ରଧାନ ଅମର ରହେ” ନାରା ଦେଇ ରେମଣ୍ଡା ଗ୍ରାମ ପରିକ୍ରମା କରାଯାଇଥିଲା। ଏହାକୁ ସଂଯୋଜନା କରିଥିଲେ ଶିକ୍ଷକ ଲଳିତ କୁମାର ରଥ। ଏଥିରେ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସାହୁ ସଭାପତିତ୍ୱ କରିଥିଲେ।ପ୍ରଥମେ ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବରଗଡ଼ ସମବାୟ ବିଭାଗ ଡିଆରସିଏସ୍ ଯୁଗଳ କିଶୋର ଦାଶ, ମୁଖ୍ୟବକ୍ତା ଭାବେ ପଦ୍ମଶ୍ରୀ ଡଃ ହଳଧର ନାଗ, ସମ୍ମାନିତ ଅତିଥି ଭାବେ ଭାଷାବିତ୍ ଉତ୍ପନ୍ନ କୁମାର ଭୋଇ, ବରଗଡ଼ ଏଆରସିଏସ୍ ବାଦଲ ସାହାଣୀ, ଭେଡେନ୍ ସମବାୟ ବିଭାଗର ଏରିଆ ମେନେଜର ପ୍ରଦୀପ କୁମାର ବେସନ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଡଃ ମନୋରଞ୍ଜନ ମେହେର, ରେମଣ୍ଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଉଦ୍ଧବ ବାରିକ, ରେମଣ୍ଡା ସମ୍ବଳ କୋଠ ଚାଷର ସଭାପତି କୀର୍ତ୍ତନ ପଟେଲ, ବାଳିକା ଉଚ୍ଚ ବିଦ୍ୟାଳୟର ଏସ୍ଏମ୍‌ସି ଚେୟାରମେନ୍ ପ୍ରଶାନ୍ତ ସେବକ ଯୋଗ ଦେଇଥିଲେ।ପ୍ରଥମେ ଅତିଥିମାନଙ୍କ ପକ୍ଷରୁ କର୍ମବୀର ସ୍ୱର୍ଗତ ମଙ୍ଗଳୁ ପ୍ରଧାନଙ୍କ ପ୍ରତିଛବି ନିକଟରେ ପ୍ରଦୀପ ପ୍ରଜ୍ୱଳନ, ପୂଜାର୍ଚ୍ଚନା କରି ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଉପଢୌକନ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।ଏହି ଅବସରରେ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅତିଥିମାନଙ୍କ ଦ୍ୱାରା ସ୍ୱର୍ଗତ କର୍ମବୀର ମଙ୍ଗଳୁ ପ୍ରଧାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା। ଏଥିରେ ରେମଣ୍ଡା ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଛାତ୍ରଛାତ୍ରୀମାନେ “କର୍ମବୀର ସ୍ୱର୍ଗତ ମଙ୍ଗଳୁ ପ୍ରଧାନ ଅମର ରହେ” ନାରା ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ୱାରା କର୍ମବୀର ସ୍ୱର୍ଗତ ମଙ୍ଗଳୁ ପ୍ରଧାନଙ୍କ ଜୀବନୀ ଓ ତାଙ୍କର ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ ଓ ଜନସଚେତନତା ସୃଷ୍ଟି କରିବା ବିଷୟରେ ବକ୍ତବ୍ୟ ରଖାଯାଇଥିଲା।ବକ୍ତାମାନେ କହିଲେ, ମଙ୍ଗଳୁ ପ୍ରଧାନ କେବଳ ଜଣେ ବ୍ୟକ୍ତି ନୁହଁନ୍ତି, ସେ ଥିଲେ ଏକ ଆନ୍ଦୋଳନ। ନିଜ ଜୀବନକୁ ଶିକ୍ଷା, ସମବାୟ ଓ ଗ୍ରାମ ଉନ୍ନତି ପାଇଁ ଉତ୍ସର୍ଗ କରିଥିଲେ। ଝିଅମାନଙ୍କ ଶିକ୍ଷା ପାଇଁ ସେ ଦେଖିଥିବା ସ୍ୱପ୍ନ ଆଜି ଏହି ବାଳିକା ବିଦ୍ୟାଳୟ ରୂପରେ ଜୀବିତ ଅଛି। ତାଙ୍କ କର୍ମ ହିଁ ତାଙ୍କୁ ଅମର କରିଛି। ଆଜିର ପିଢ଼ି ତାଙ୍କ ଆଦର୍ଶକୁ ଆପଣାଇବା ଦରକାର।ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ କର୍ମବୀର ମଙ୍ଗଳୁ ପ୍ରଧାନଙ୍କ ଜୀବନୀ ଉପରେ ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା। ବିଭିନ୍ନ ବିଦ୍ୟାଳୟର କୃତିତ୍ୱ ଅର୍ଜନ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ସହ ପ୍ରମାଣ ପତ୍ର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।ପରିଶେଷରେ ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି ସମୟରେ ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ପରିଚାଳନାରେ ସହଯୋଗ କରିଥିଲେ।

You may have missed