November 26, 2026

ନବରଙ୍ଗପୁର ଜିଲ୍ଲା ରାଇଘର ଜଙ୍ଗଲ ନିକଟରେ ଦୁଇଟି ବାଘ ଦେଖିବା ଖବରକୁ ନେଇ ଆତଙ୍କ ଭୟଭୀତ ତିନି ଗାଁର ଲୋକେ, ରାତିରେ ବାଜା, ବାଣ ଧରି ଜଗୁଛନ୍ତି ଗ୍ରାମବାସୀ……..

IMG-20261126-WA0015
Share

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ନାକଟିସିମୋଡ଼ା ପଞ୍ଚାୟତ ଅନ୍ତର୍ଗତ ଲେଣ୍ଡିବେଡ଼ାରୁ ନୂଆଗାଁ ଯିବା ରାସ୍ତାରେ ଦୁଇଟି ବାଘ ଦେଖିବାକୁ ମିଳିଥିବା ଖବରକୁ ନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଦୁଇ ଦିନ ତଳେ ଚଢିଆପାରା ଗ୍ରାମରୁ ଘର ଅଗଣାରୁ ଦୁଇ ବର୍ଷର ଶିଶୁକନ୍ୟାକୁ ଝାମ୍ପି ନେବା ପରେ ଜଙ୍ଗଲରୁ ତା’ର ମୃତଦେହ ଉଦ୍ଧାର ହୋଇଥିବା ଘଟଣା ଲୋକଙ୍କ ମନରୁ ଲିଭିନଥିବା ବେଳେ ପୁଣି ଦୁଇଟି ବାଘ ଦେଖାଯିବା ଖବର ଲୋକଙ୍କ ଭୟକୁ ଆହୁରି ବଢ଼ାଇ ଦେଇଛି। ଏଥିସହ ସେଠାରେ କିଛି ପାଦଚିହ୍ନ ମଧ୍ୟ ଦେଖିବାକୁ ପାଇଥିଲେ। ହଠାତ୍ ବାଘ ଓ ପାଦଚିହ୍ନ ଦେଖି ଭୟଭୀତ ହୋଇ ସେମାନେ ତୁରନ୍ତ ସେଠାରୁ ଫେରି ଆସିଥିଲେ। ଘଟଣାକୁ ନେଇ ଲୋକଙ୍କ ମନରେ ଆଶଙ୍କା ବଢ଼ିବାରେ ଲାଗିଛି। ଏହି ଖବର ପ୍ରଚାର ହେବା ପରେ ଚିତ୍ରଭଟି, ନୂଆଗାଁ ଓ ସଭାପାରା ସମେତ ଆଖପାଖର ତିନୋଟି ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବନ୍ୟଜନ୍ତୁ ଗାଁ ଭିତରକୁ ପଶି ଆସିବା ଆଶଙ୍କାରେ ଗ୍ରାମବାସୀ ରାତିରେ ବାଜା ଓ ବାଣ ଧରି ଜଙ୍ଗଲ ନିକଟରେ ଜଗି ରହୁଛନ୍ତି। ଗାଁର ଯୁବକମାନେ ମଧ୍ୟ ଦଳ ଦଳ ହୋଇ ରାତିରେ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ, ଏଥିସହ ଗ୍ରାମବାସୀଙ୍କୁ ସଚେତନ କରିବା ସହ ଲୋକଙ୍କ ସୁରକ୍ଷା ପାଇଁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି ଜୋର ଧରିଛି ଏବଂ ବନ ବିଭାଗର ତତ୍ପରତା ଓ ସୁରକ୍ଷା ବ୍ୟବସ୍ଥାକୁ ଅପେକ୍ଷା କରିଛନ୍ତି ଅଞ୍ଚଳବାସୀ।