November 27, 2026

ସିକିର୍ଡି ରେ ଅଷ୍ଟ ପ୍ରହରୀ ନାମଯଜ୍ଞ

IMG-20261125-WA0068
Share

ବରପାଲି,୨୫/୧୧(ସୁଦାମ ଦୀପ) ବରପାଲି ବ୍ଲକ ସିକିର୍ଡି ଗ୍ରାମରେ ଅଷ୍ଟ ପ୍ରହରୀ ନାମଯଜ୍ଞ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ଗ୍ରାମର ମହିଳା ଓ ପୁରୁଷ ଭକ୍ତ ମାନେ ଏକ ଭବ୍ୟ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଉ ପୀଠକୁ ଆସି ପୂଜା କାର୍ଯ୍ୟ ଆରମ୍ଭ ହୋଉଥିଲା। ଏହି ପୂଜା କାଯ୍ୟରେ କର୍ତା ଭାବରେ ଗୋଂତିଆ ଅକ୍ଷୟ ଭୋଇ ଧର୍ମପତ୍ନୀ ସଞ୍ଜୁଲତା ଭୋଇ କାର୍ଯ୍ୟ ତୁଳାଇଥିବା ବେଳେ ପଣ୍ଡିତ ଗତି କୃଷ୍ନ ତ୍ରିପାଠି, ଚୁଡା ମଣି ତ୍ରିପାଠି, ସୌମ୍ୟରଂଜନ ପଣ୍ଡାଙ୍କଦ୍ୱାରା ପୂଜାକାଯ୍ୟ ସମ୍ପାଦନ ହୋଇଥିଲା। ଏହି ପୂଜାକାର୍ଯ୍ୟ ଗ୍ରାମର ଓ ଅଂଚଳର ଶାନ୍ତି ସମୃଦ୍ଧି ପାଇଁ କରାଯାଇଥାଏ। ଉକ୍ତ ଯଜ୍ଞ କୁ ବିଧାୟକ ପ୍ରତିନିଧି ଧୀରୋଜ ପଧାନ, ପୂର୍ବତ୍ତନ ବିଧାୟକ ଅଶୋକ ପାଣିଗ୍ରାହି,ସତଲମା ପେକ୍ସ ସଭାପତି କୁନାଳ ଭୋଇ ପ୍ରମୁଖ ଯୋଗଦାନ କରି ଭଗବାନ ଙ୍କ ଆଶୀର୍ବାଦ ଭିକ୍ଷା ଥିଲେ। ଯଜ୍ଞ କୁ ସମସ୍ତ ଗ୍ରାମ ବାସି ମାନେ ସହଯୋଗ କରିଥିବାବେଳେ ଆଖପାଖ ଅଂଚଳର ସାହଶ୍ରାଧିକ ଭକ୍ତ ମାନେ ଦର୍ଶନ କରିଥିଲେ।

You may have missed