ଗୌରୀ ମିଶ୍ର ହତ୍ୟାକାଣ୍ଡ ଘଟଣା ହତ୍ୟାକାରୀଙ୍କୁ ଜାଣିଥିବା ଯୁବକକୁ ଆନ୍ଧ୍ରରେ ହତ୍ୟା ସନ୍ଦେହ !

ଗୌରୀ ମିଶ୍ର ହତ୍ୟାକାଣ୍ଡ ଘଟଣା
ହତ୍ୟାକାରୀଙ୍କୁ ଜାଣିଥିବା ଯୁବକକୁ ଆନ୍ଧ୍ରରେ ହତ୍ୟା ସନ୍ଦେହ !
ଖୁବଶୀଘ୍ର ହତ୍ୟାକାଣ୍ଡ ର ହେବ ପର୍ଦ୍ଦାଫାସ
ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ଗୁଣପୁର ବଂଶଧାରା ନଦୀ ପୋଲ ଉପରେ ଆଶା ସଂସ୍ଥା ର ନିର୍ଦେଶକ ଗୈାରି ମିଶ୍ର ଙ୍କୁ ଗୁଳିକରି ହତ୍ୟା ଘଟଣା ରେ ପୋଲିସ୍ ଯେତେ ଖୋଳୁଛି ସେତେ ନୁଆନୁଆ ତଥ୍ୟ ଓ ଅଡ଼ୁଆ ଖିଅ ବାହାରକୁ ଆସୁଛି। ଗତ ମେ ୧୩ ତାରିଖ ର ରାତ୍ରି ୯.୪୦ ସମୟରେ ବଂଶଧାରା ପୋଲ ଉପରେ ଅଜଣା ଆତତାୟୀ ଙ୍କ ଗୁଳି ରେ ସ୍ବେଚ୍ଛାସେବୀ ଗୈାରି ମିଶ୍ର ମୃତ୍ୟୁବରଣ କରିଥିଲେ। ଏହ ହତ୍ୟାକାଣ୍ଡ ଘଟଣା ସମ୍ପର୍କରେ ଜାଣିଥିବା ଭି ରାଜେସ ନାମକ ଜଣେ ଯୁବକକୁ ଗତ ୧୯ ତାରିଖରୁ ବିଶାଖପାଟଣା ରୁ କିଛି ଦୁର୍ବୃତ୍ତ ନିଖୋଜ କରିଦେଇଥିବା ନେଇ ଥାନା ରେ ଅଭିଯୋଗ କରିଥିଲେ ରାଜେଶ ଙ୍କ ମା । ଗୈାରି ମିଶ୍ର ହତ୍ୟାକାଣ୍ଡ ଘଟଣାର ଦେଢ ମାସ ବିତିଥିଲେ ମଧ୍ୟ ଏଥିରେ ସଂପୃକ୍ତ ଅପରାଧୀଙ୍କ ସମ୍ପର୍କରେ ପୋଲିସ୍ କୌଣସି ଟେର୍ ପାଇନଥିବା ବେଳେ ହଠାତ୍ ଗୁଣପୁର କୁମ୍ଭାର ସାହିର ଭି ଲକ୍ଷ୍ମୀ ନାମକ ଜଣେ ମହିଳା ଗୁଣପୁର ଥାନାର ଦ୍ବାରସ୍ତ ହୋଇ ନିଜ ପୁଅ ଭି ରାଜେସ ଗତ ୧୯ ତାରିଖ ରବିବାର ଠାରୁ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତିକରି ପୋଲିସ୍ ତଦନ୍ତ ପ୍ରକ୍ରିୟା ଜୋରଦାର୍ କରିଥିଲେ । ରାଜେସ୍ ର ମା କହିବା ଅନୁଯାୟି କ୍ରିଷ୍ଣା ଓ ଜିକେ ନାମକ ବ୍ୟକ୍ତି ଏଥିରେ ସମ୍ପୃକ୍ତି ଥିବା ନେଇ ତାଙ୍କ ପୁଅ ରାଜେଶ ଜାଣିଥିଲେ । ପରବର୍ତୀ ମୁହୁର୍ତରେ ନିଖୋଜ ଥିବା ଭି ରାଜେଶ କୁ ଗୈାରି ମିଶ୍ର ହତ୍ୟାକାଣ୍ଡ ଘଟଣା ର ପ୍ରମାଣ ନଷ୍ଟ ପାଇିଁ ବିଶାଖାପାଟଣା ରେ ହତ୍ୟା କରାଯାଇଥିବା ପୋଲିସ୍ ଜାଣିବାକୁ ପାଇଥିଲେ। ନିଖୋଜ ଥିବା ଭି ରାଜେସ୍ କୁ ହତ୍ୟା କରି ବିଶାଖାପାଟଣା ର ଆନନ୍ଦପୁର ଥାନା ଅନ୍ତର୍ଗତ ଗାଣ୍ଡିଂଗୁଣ୍ଡଂ ଠାରେ ଏକ ଜଙ୍ଗଲ ନିକଟରେ ପୋତିଦେଇଥିବା ପୋଲିସ୍ ଦେଖିବାକୁ ପାଇଛି। ବର୍ତ୍ତମାନ ଆନ୍ଧ୍ର ଓ ଓଡିଶା ପୁଲିସଙ୍କ ଉଦ୍ୟମ ରେ ଶବ ଉଦ୍ଧାର କାର୍ଯ୍ୟ ଜାରୀ ରହିଛି । ହତ୍ୟାକାରୀ କୁ ଧରି ପୁଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ଶବ ଉଦ୍ଧାର ହୋଇ ଚିହ୍ନଟ କରିବା ପରେ ହିଁ ସ୍ପଷ୍ଟ ହେବ ବୋଲି କୁହାଯାଇଛି । ଫିଲ୍ମ ଷ୍ଟାଇଲ୍ ରେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟାଇଥିବା ଏହି ଅଭିଯୁକ୍ତମାନଙ୍କ ପଛରେ କେତେଜଣ ସଂପୃକ୍ତ,କାହିଁକି ଗୈାରି ମିଶ୍ର କୁ ପ୍ରଥମେ ହତ୍ୟା କରାଇଲେ ଏହାପରେ ଭି ରାଜେସ୍ କୁ ପ୍ରମାଣ ନଷ୍ଟ ପାଇିଁ କାହିଁକି ଆଉ ଏକ ହତ୍ୟା କଲେ ଏହି ସବୁ ଘଟଣାରେ ପୋଲିସ୍ ତଦନ୍ତ ପ୍ରକ୍ରିୟା ଜାରି ରଖିବା ସହ ଗୁଣପୁର ଥାନା ପରିସରରେ କଟକଣା ଜାରି କରାଯିବା ସହ ଗୁଣପୁର ଥାନା ଭିତରକୁ କାହାକୁ ବି ପ୍ରବେଶ କରାଯାଉନାହିଁ । ତେବେ ଦିନେ ଦୁଇ ଦିନ ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।