ବିଶ୍ୱ ଶୌଚାଳୟ ଦିବସ ପାଳିତ
ହାଟଡିହି ତା ୧୯/୧୧(ମନମୋହନ ନାୟକ) : ବିଶ୍ୱ ଶୌଚାଳୟ ଦିବସ ୨୦୨୬ ଅବସରରେ ହାଟଡିହି ପଞ୍ଚାୟତ ସମିତିରେ ଥିବା ସମସ୍ତ ପଞ୍ଚାୟତରେ ବିଶ୍ୱ ଶୌଚାଳୟ ଦିବସ ପାଳନ ହୋଇଯାଇଛି। ଏହି ଅବସରେ ସୋସୋ ଗ୍ରାମ ପଞ୍ଚାୟତରେ ସରପଞ୍ଚ ରାଜକୁମାର ଦାସଙ୍କ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସରପଞ୍ଚ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ,ଶୌଚାଳୟ ର ଉପାଦେୟତା, ଉପକାରିତା, ସ୍ୱଚ୍ଛତା ଶପଥ, ଶୌଚାଳୟ ପାଇଥିବା ହିତାଧିକାରୀଙ୍କ ତାଲିକା, ଶୌଚାଳୟ ପାଇବାକୁ ଥିବା ହିତାଧିକାରୀଙ୍କ ତାଲିକା ଉପରେ ଆଲୋଚନା ହୋଇଥିଲା। ମଣିଷ ବଞ୍ଚିବାକୁ ହେଲେ ଯେମିତି ଘର ଆବଶ୍ୟକ ସେମିତି ଘର ସହ ପାଇଖାନା ମଧ୍ୟ ନିଶ୍ଚିତ ଆବଶ୍ୟକ ନ ହେଲେ ଖୋଲାରେ ଝାଡା ଯିବା ଦ୍ୱାରା ଧନ ଜୀବନ ହାନି ହେବା ସହ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ୍ୟରେ ଲୋକେ ନାନାଦି ରୋଗରେ ଶିକାର ହୋଇଥାଏ ବୋଲି ବିଆରସି କାର୍ତିକ ପାତ୍ର ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ନଭେମ୍ବର ୧୯ରୁ ଆରମ୍ଭ ହୋଇ ଆସନ୍ତା ଡ଼ିସେମ୍ବର ୧୦ତାରିଖରେ ସମାପନ ହେବ।ଉକ୍ତ କାର୍ଯ୍ୟକ୍ରମ ରେ ପିଇଓ ନିରାକାର ଦାସ , ଏଡିଓ ଚିନ୍ମୟାନନ୍ଦ ନାୟକ , ୱାର୍ଡ ସଭ୍ୟ/ସଭ୍ୟା, ସ୍ବେଛାସେବୀ, ଅଙ୍ଗନବାଡି କର୍ମୀ , ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଯୋଗଦେଇଥିଲେ।
