ତିର୍ତ୍ତୋଲ ପୋଲିସ ଦ୍ୱାରା ଚୋରା ବାଲିଚଲାଣ କରୁଥିବା ଚାରୋଟି ହାଇୱା ଜବତ …
।ତିର୍ତୋଲ :-୧୫/୧୧/୨୬( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )ରାତ୍ରୀ ପେଟ୍ରୋଲିଂ ସମୟରେ ଚୋରା ବାଲି ଚାଲାଣ କରିବାକୁ ଉଦ୍ୟମ କରୁଥିବା ଚାରୋଟି ହାଇୱା କୁ ତିର୍ତ୍ତୋଲ ପୋଲିସ ଜବତ କରିଛି । ସେମାନଙ୍କ ପାଖରେ ଚାଲାଣ ର ଅନୁମତି ପତ୍ର ନଥିବା ବେଳେ, ବେଆଇନ ଭାବେ ବାଲି ବୋଝେଇ କରି ଚାଲାଣ କରୁଥିବାର ପୋଲିସ ସୂତ୍ରରୁ ପ୍ରକାଶ । ଚାରିଜଣ ଚାଳକଙ୍କ ନାମ ଯଥାକ୍ରମେ ୧ – ଲୋଟନ କୁମାର ସାହୁ, ହାଇୱା ନମ୍ବର OD 05 CD 5922,ଏହାର ମାଲିକାନା ସତ୍ୱାଧିକାରୀ ଅମୀୟ କୁମାର ସ୍ୱାଇଁ, ୨- ଆଶିଷ ମଲ୍ଲିକ ହାଇୱା ନମ୍ବର OD 05 Y 5617,ସତ୍ତ୍ବାଧୀକାରୀ ବିଶ୍ୱରଂଜନ ମାଣିକ, ୩- ସୌମ୍ୟ ରଞ୍ଜନ ମଲ୍ଲିକ, ହାଇୱା ନମ୍ବର OD 04 R 4731, ସତ୍ତ୍ବାଧୀକାରୀ ଅମରେଶ୍ୱର ଜେନା, ୪- ଚାଳକ ର ନାମ ଦିଲ୍ଲୀପ କୁମାର ମଲ୍ଲିକ, ହାଇୱା ନମ୍ବର OD 21 ମ 7677, ସତ୍ତ୍ବା ଧୀକାରୀ ବିନୋଦ କୁମାର ନାଥ ଙ୍କୁ ଏସ ଆଇ ମାନସ ହେମ୍ରମ୍ ଏବଂ ଅଭିମନ୍ୟୁ ପୃଷ୍ଟି ଚାରିଜଣ ଚାଳକ ଙ୍କୁ ଗିରଫ କରି , ତିର୍ତ୍ତୋଲ ଥାନା କେସ ନମ୍ବର 499/15.11.26 ରେ U/S 112(2)/61(2)/303(2)/3(5) BNS 2023 ସେକ୍ସନ 51(1), ଏବଂ OMMC ଆଇନ 2016 ରେ ମାମଲା ରୁଜ୍ଜୁ କରି ମାନ୍ୟବର ଅଦାଲତ କୁ ହସ୍ତାନ୍ତର କରିଛନ୍ତି । ଏହି ବେଆଇନ କାର୍ଯ୍ୟ କରିବା ପଛରେ କାହାର ହାତ ରହିଛି ତାହା ଜାଣିବା ପାଇଁ ହାଇୱା ମାଲିକ ଓ ଅନ୍ୟ ମାନଙ୍କ ବିଷୟରେ ତଦନ୍ତ ଜାରି ରହିଥିବାର ପୋଲିସ ସୂତ୍ରରୁ ପ୍ରକାଶ କରା ଯାଇଛି ।
