November 19, 2026

ବାଲ୍ୟ ବିବାହ ନିରାକରଣ ନେଇ କୋରାପୁଟରେ ଜିଲ୍ଲାସ୍ତରୀୟ ସଚେତନତା ଶୋଭାଯାତ୍ରା

IMG-20261119-WA0028
Share

କୋରାପୁଟ: ବାଲ୍ୟ ବିବାହ ଭଳି ଏକ ସାମାଜିକ କୁପ୍ରଥାର ମୂଳୋତ୍ପାଟନ ଏବଂ ଏହା ବିରୋଧରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ କୋରାପୁଟଠାରେ ଆଜି ଏକ ଜିଲ୍ଲାସ୍ତରୀୟ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି।ଜିଲ୍ଲା ପ୍ରଶାସନ, କୋରାପୁଟ ଏବଂ ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶୋଭାଯାତ୍ରାକୁ ଜିଲ୍ଲାପାଳ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଶୋଭାଯାତ୍ରା ମାଧ୍ୟମରେ ବାଲ୍ୟ ବିବାହର କୁପରିଣାମ, ଶିଶୁମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଏହାର ନକାରାତ୍ମକ ପ୍ରଭାବ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା। ଏଥିସହ ଶିଶୁମାନଙ୍କୁ ବାଲ୍ୟ ବିବାହରୁ ସୁରକ୍ଷା ଦେବା, ସେମାନଙ୍କୁ ଉଚିତ ଶିକ୍ଷାର ସୁଯୋଗ ପ୍ରଦାନ କରିବା ଏବଂ ଏକ ସୁରକ୍ଷିତ ଓ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ସମାଜର ସମସ୍ତ ବର୍ଗର ଲୋକଙ୍କ ସହଯୋଗ ଓ ସାମୂହିକ ଉଦ୍ୟମ ଅତ୍ୟନ୍ତ ଜରୁରୀ ବୋଲି ବାର୍ତ୍ତା ଦିଆଯାଇଥିଲା।ବାଲ୍ୟ ବିବାହମୁକ୍ତ ସମାଜ ଗଠନ ପାଇଁ କେବଳ ପ୍ରଶାସନ ନୁହେଁ, ବରଂ ଅଭିଭାବକ, ଶିକ୍ଷକ, ଯୁବଗୋଷ୍ଠୀ ଓ ସଚେତନ ନାଗରିକମାନେ ମଧ୍ୟ ଆଗେଇ ଆସିବା ଆବଶ୍ୟକ ବୋଲି ଏହି ସଚେତନତା ଅଭିଯାନରେ ଗୁରୁତ୍ୱାରୋପ କରାଯାଇଥିଲା।(ଗୁପ୍ତେଶ୍ଵର ରଥ କୋରାପୁଟ)

You may have missed