November 10, 2026

ସ୍ବାଧିନତା ସଂଗ୍ରାମୀ ଭାଗୀରଥୀ ପଟ୍ଟନାୟକ ଓ ଜମ୍ବୁବତୀ ଦେବୀଙ୍କ ଜନ୍ମ ଜୟନ୍ତୀ ପାଳନ —            

IMG-20261110-WA0016
Share

 

 

ବରପାଲି(ସୁଦାମ ଦୀପ) ବରପାଲି ଜଗବନ୍ଧୁ ଦାଶ ମହିଳା ମହାବିଦ୍ୟାଳୟ ପରିସରରେ ସ୍ବାଧିନତା ସଂଗ୍ରାମୀ ଭାଗୀରଥୀ ପଟ୍ଟନାୟକଙ୍କ ୧୪୩ ତମ ଓ ଶ୍ରୀମତୀ ଜମ୍ବୁବତୀ ଦେବୀଙ୍କ ୧୪୧ ତମ ଜନ୍ମ ଜୟନ୍ତୀ ପାଳିତ ହୋଇ‌ଯାଇଛି।ମହାବିଦ୍ୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ବରେ ପରିଚାଳିତ ସଭାକୁ ଓଡିଆ ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁ ପରିଚାଳନା ସହ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ଜଗବନ୍ଧୁ ଦାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କୁମାର ମେହେର, ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇଥିଲେ।ଅତିଥି ମାନେ ମହାନ ସଂଗ୍ରାମୀ ଭାଗିରଥୀ ପଟ୍ଟନାୟକ ଓ ଜମ୍ବୁବତୀ ପଟ୍ଟନାୟକଙ୍କ ଐତିହାସିକ ପୃଷ୍ଠ ପିଟିକା ଉପରେ ଆଲୋଚନା କରିଥିଲେ।ସଭା ପ୍ରାରମ୍ଭରୁ ସଂଗ୍ରାମୀ ଦ୍ଵୟଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ ସହ ଦ୍ଵୀପ ପ୍ରଜ୍ବଳନ ମାଧ୍ୟମରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା।ପରେ ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଓ ସମାପ୍ତି ସଙ୍ଗୀତ ଗାନ କରାଯାଇଥିଲା।ପୁର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତିତ୍ୱ ହାସଲ କରିଥିବା ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଏହି ଅବସରରେ ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏଥିରେ ସାମିଲ ହୋଇଥିଲେ।ପରିଶେଷରେ ଅଧ୍ୟାପକ ନେପାଲ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed