ଦୁର୍ନୀତି ନିବାରଣ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ ଓ ସାଧାରଣ ସଭା ଅନୁଷ୍ଠିତ
ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଦଶପୁର ପଞ୍ଚାୟତ ଅଧିନସ୍ଥ ଛତ୍ରପୁର ଗ୍ରାମ ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ, ଅଞ୍ଚଳର ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଗଠିତ ହୋଇଥିବା ଦୁର୍ନୀତି ନିବାରଣ ସାମ୍ବାଦିକ ସଂଘର ଏକ ସାଧାରଣ ସଭା ଅନୁଷ୍ଠିତ ହେବା ସହ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ଏହି ସଭାରେ ଦୁର୍ନୀତି, ଅପରାଧ, ବିଭିନ୍ନ ସରକାରୀ ଯୋଜନା ଗୁଡ଼ିକରୁ ବଞ୍ଚିତ ହେଉଥିବା ଗରିବ ଅସହାୟ ଲୋକଙ୍କ ସମସ୍ୟା ଗୁଡିକ ସହ ଅନ୍ୟାନ୍ୟ ଆଞ୍ଚଳିକ ଓ ସାମାଜିକ ସମସ୍ୟା ଗୁଡିକ ଉପରେ ଚର୍ଚ୍ଚା କରାଯିବା ସହ ତଥ୍ୟ ଭିତ୍ତିକ ଓ ନିରପେକ୍ଷ ଭାବରେ ଖବର ପ୍ରସାରଣ କରି ଲୋକଲୋଚନକୁ ଆଣିବା ସହ ଏଗୁଡିକ ଉପରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ଏହି ସଂଘର ମୁଖ୍ୟ ଉଦ୍ଦେଶ୍ୟ ହେବାନେଇ ଉପସ୍ଥିତ ସମସ୍ତ ସଦସ୍ୟ ଏକମତ ହୋଇଥିଲେ।ଏହାପରେ ସଂଘ ଦ୍ୱାରା ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା ଓ ସେଥିରେ ଯୁଦ୍ଧକ୍ଷେତ୍ର ଡିଜିଟାଲ ନ୍ୟୁଜ ପେପେରର ପ୍ରତିଷ୍ଠାତା ସନ୍ତୋଷ କୁମାର ମାଝୀ ସଭାପତି, ସଂଘର୍ଷ ଟିଭିର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଅଭିନ ଚନ୍ଦ୍ର ଟୋଲଟିଆ ଉପସଭାପତି ଭାବରେ ମନୋନୀତ ହୋଇଥିବାବେଳେ, ପବିତ୍ର ନ୍ୟୁଜ ଜିଲ୍ଲା ପ୍ରତିନିଧି ବୈକୁଣ୍ଠ ମାଝୀ ସମ୍ପାଦକ ଓ ଡମ୍ବରୁଧର ଭୋଇ ସହସମ୍ପାଦକ ଭାବରେ ତଥା ଟାଇମ୍ସ ଅଫ ଓଡିଶା ଡିଜିଟାଲ ନ୍ୟୁଜ ପେପରର ପ୍ରତିଷ୍ଠାତା ହିମାଂଶୁ ଭୋଇ, କୋଣାର୍କ ନ୍ୟୁଜ ୨୪ ର ଜିଲ୍ଲା ପ୍ରତିନିଧି ପ୍ରଭାକର ବଗର୍ତ୍ତୀ ଓ ଶିଶିର ରଞ୍ଜନ ନାଏକ କୋଷାଧ୍ୟକ୍ଷ ଭାବରେ ମନୋନୀତ ହୋଇଛନ୍ତି। ସେହିପରି ଓଡିଶା ଖବରର ସାମ୍ବାଦିକ ନିଆମ ମାଝୀ, ଓଡିଶା ହାଇଲାଇଟର ସାମ୍ବାଦିକ ପ୍ରତ୍ୟୁଷ ନାଏକ ଓ ପ୍ରେମଲାଲ ମାଝୀଙ୍କୁ ସଂଘର ସଦସ୍ୟ ଭାବରେ ଚୟନ କରାଯାଇଛି।
