କୁଞ୍ଜବନ ମଠରେ ଭକ୍ତିର ଲହରୀ, ଗିରି ଗୋବର୍ଦ୍ଧନ ପୂଜାରେ ଗୁଞ୍ଜରିତ ହେଲା ନାମ ସଂକୀର୍ତ୍ତନ

ବୋଲଗଡ଼,୧୦/୧୧(ଉପାନ୍ତ ଖବର):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଅସରଳା ଦଳ ଗ୍ରାମପଞ୍ଚାୟତର ହନୁମନ୍ତ ପ୍ରସାଦ ମୌଜାରେ ଅବସ୍ଥିତ ପ୍ରସିଦ୍ଧ କୁଞ୍ଜବନ ମଠରେ ଆଜି ଭକ୍ତି ଓ ଶ୍ରଦ୍ଧାର ଅପୂର୍ବ ସମାହାର ଦେଖିବାକୁ ମିଳିଛି। ସଂସାରର ମଙ୍ଗଳ କାମନା କରି ବିଧିବିଧାନ ଅନୁସାରେ ପବିତ୍ର ଗିରି ଗୋବର୍ଦ୍ଧନ ପୂଜା ଅତ୍ୟନ୍ତ ନିରାଡମ୍ବର ଓ ଭକ୍ତିପୂତ ଭାବରେ ଅନୁଷ୍ଠିତ ହୋଇଯାଇଛି। ସକାଳୁ ମଠ ପରିସର ହରେ କୃଷ୍ଣ, ହରେ ରାମ ନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହୋଇ ଉଠିଥିଲା।
ଏହି ପବିତ୍ର ଅବସରରେ ଅସରଳା ଦଳ ପଞ୍ଚାୟତର ବିଶିଷ୍ଟ ବ୍ୟକ୍ତି ବାବାଜୀ ମଦନ ମୋହନ ଦାସ, ଚଣ୍ଡେଶ୍ୱର ବଳିଆର ସିଂହ, ବିବେକାନନ୍ଦ ସ୍ୱାଇଁ, ଶଙ୍କର ମହାପାତ୍ର, ଦିଲିପ କୁମାର ସାହୁ, ବିଜୟ କୁମାର ସୁନ୍ଦରାୟ, ପ୍ରକାଶ କୁମାର ସାହୁ, ବିଷ୍ଣୁ ପ୍ରସାଦ କର ଙ୍କ ସମେତ ବହୁ କର୍ମକର୍ତ୍ତା ଓ ବୋଲଗଡ଼ ଅଞ୍ଚଳର ଶତାଧିକ ଭକ୍ତ ଯୋଗ ଦେଇ ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ। ଶେଷରେ ସମସ୍ତ ଭକ୍ତଙ୍କ ମଙ୍ଗଳ ପାଇଁ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ
