ଆଜିର ଖବର..
ଓଡ଼ିଶାକୁ ଛୁଇଁଲା ଶୀତ, କଟକରେ ସର୍ବନିମ୍ନ ୧୭.୬ ଡିଗ୍ରି, ଭୁବନେଶ୍ୱରରେ ୧୮.୯ ଡିଗ୍ରି।
ଖରିଫ ଋତୁରେ ୭୮ଲକ୍ଷ ମେଟ୍ରିକ୍ ଟନ୍ ଧାନ ବା ୫୩ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ ହେବ।
ଏଗ୍ରିଷ୍ଟାକ୍ କାର୍ଡ ନେଇ ଚାଷୀଙ୍କ ଦ୍ୱନ୍ଦ୍ବ ଦୂର କଲେ ସରକାର, କାର୍ଡ କରିନଥିଲେ ଶୀଘ୍ର କରାଇ ନିଅନ୍ତୁ।
ରାଜ୍ୟରେ ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଯୋଜନାରେ ୧୦ଟି ପ୍ରକଳ୍ପ ସମ୍ପୂର୍ଣ୍ଣ, ୧.୧୦ କୋଟି ଘନମିଟର ଜଳ ସଂରକ୍ଷଣ କ୍ଷମତା ସୃଷ୍ଟି। ୧୩ ଜିଲ୍ଲାରେ ୨୨ ପ୍ରକଳ୍ପ ନିର୍ମାଣାଧୀନ।
ଓଡ଼ିଶା ବିଜ୍ଞାନ ଏକାଡେମୀର ଉତ୍ସବରେ ବରିଷ୍ଠ, ଯୁବ ବୈଜ୍ଞାନିକ ଓ ବିଜ୍ଞାନ ଲେଖକଙ୍କ ସମେତ ୧୬ ଜଣ ସମ୍ମାନିତ।
ନଭେମ୍ବର ୨୮ରେ ପୁଣି ଓଡ଼ିଶା ଆସିବେ ଅମିତ ଶାହ, ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ।
ଉପରାଷ୍ଟ୍ରପତି ରାଧାକ୍ରିଷ୍ଣନ ୧୬ ତାରିଖରେ ଓଡ଼ିଶା ଆସି ବିଧାୟକଙ୍କ ଓରିଏଣ୍ଟେସନ୍ରେ ଯୋଗଦେବେ।
ପୁଣିଥରେ ଇନଷ୍ଟାଗ୍ରାମରେ ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ଭାଇରାଲ୍, ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ।
ପୁରୀ ଶ୍ରୀମନ୍ଦିର ନିକଟରେ ଖୋଲାରେ ପୁଣି ବିକ୍ରି ହେଲା ମହାପ୍ରସାଦ, ପ୍ରଶାସନକୁ ଫୁ
ଅନ୍ଲାଇନ୍ରେ ପୁଣି ପୁରୀ ଶ୍ରୀମନ୍ଦିର ଅବଢ଼ା ବିକ୍ରି ବିଜ୍ଞାପନ, ରୋକିବାକୁ ପ୍ରଶାସନ ଅସମର୍ଥ।
କଟକରେ ବାଣ ଫୁଟାଇବାକୁ ବାରଣ କରିବାରୁ ମହିଳା ଏସିପିଙ୍କୁ ଦୁର୍ବ୍ୟବହାର, ୯ ଅଟକଙ୍କ ମଧ୍ୟରୁ ୪ ଗିରଫ।
ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡା ଜିଲ୍ଲାର ସରପଞ୍ଚ ଚାମେଲି ଓଝା, ରାଜନୈତିକ ଆକ୍ରୋଶରୁ ପରିବାରକୁ ମରଣାନ୍ତକ ଆକ୍ରମଣ।
କୋରାପୁଟ କୋଟିଆବାସୀ ଆସନ୍ତା ୨୯ରେ ଆନ୍ଧ୍ରର ସରପଞ୍ଚ ନିର୍ବାଚନରେ ଭୋଟ ଦେବାକୁ ସଜ। ପୁଣି ଲଜ୍ଜିତ ହେବ କି ଓଡିଶା ପ୍ରଶାସନ
ପୁରୀ ଜିଲ୍ଲା ଡେଲାଙ୍ଗ ବିଶ୍ୱନାଥ ମୁଣ୍ଡିଆର ହେବ ନବକଳେବର, ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ।
ଜଳ ପରିଚାଳନାରେ ବିରାଟ ତ୍ରୁଟି ଯୋଗୁଁ ଗଞ୍ଜାମ ଜିଲ୍ଲାରେ ବଡ଼ ବନ୍ୟା ହୋଇଥିବା ଅଭିଯୋଗ କରିଛି କଂଗ୍ରେସ।
ରାୟଗଡ଼ାରେ ୨୦୧୦ ଭାଗୀରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ ଜେଲ ଗଲେ।
କେନ୍ଦୁଝରରେ ଆମ ବସ୍ ଧକ୍କାରେ ୩ ମହିଳା ଆହତ, ବସ୍ ଚଳାଚଳ ବନ୍ଦ ଦାବି।
ଭଦ୍ରକରେ ଅପରାଧୀଙ୍କ ପୋଷ୍ଟରରେ ନିର୍ଦ୍ଦୋଷ ଯୁବକଙ୍କ ଫଟୋ, ପୋଲିସ-ଜନତା ମୁହାଁମୁହିଁ।
ପୁରୀ ସମୁଦ୍ରରେ ଅଘଟଣ, ଗାଧୋଇବା ବେଳେ ଭାସିଗଲେ ୫ ରାଜସ୍ଥାନୀ ପର୍ଯ୍ୟଟକ, ଦୁଇ ମୃତ।
ରାୟଗଡା ଜିଲ୍ଲା ମୁନିଗୁଡ଼ା ବସ୍ଷ୍ଟାଣ୍ଡରୁ ୨୫ କେଜି ଗଞ୍ଜେଇ ଜବତ, ୨ ମହିଳା ଗିରଫ।
ମୟୁରଭଞ୍ଜ ଉଦଳାରେ ଫୁଟବଲ୍ ଫାଇନାଲରେ ଚେୟାର ଫୋପଡ଼ା, ପଡ଼ିଆ ଭିତରକୁ ଧସେଇ ପଶିଲେ ଦର୍ଶକ।
ବାରିପଦା ଚିପଟଅସ୍ତିଆ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଟଏଲେଟ୍ ସଫା, ବାସନ ମଜା ଓ ବ୍ଲିଚିଂ ପକାଇବା ଭଳି କାମ କରାଯାଉଥିବା ଅଭିଯୋଗ।
ମାଲକାନଗିରି ସୋମନାଥପୁରରେ ବାଲି ବୋଝେଇ ଟ୍ରାକ୍ଟର ସହ ସ୍କୁଟର ଧକ୍କା: ଦୁଇ ମୃତ, ଜଣେ ଗୁରୁତର।
🇳🇪
୧୩୬୪ଟି କ୍ୟାନସର୍ ଔଷଧ ଦାମ୍ କମିଲା, ବର୍ଷକୁ ୩୫୪୦ କୋଟି ସଞ୍ଚୟ ହେବ.।
ଏଥର ୪୮ ଘଣ୍ଟାରୁ ଅଧିକ ହାଜତରେ ରହିଲେ ସରକାରୀ କର୍ମଚାରୀ ସ୍ୱତଃ ନିଲମ୍ବିତ ହେବେ।
ମହାରାଷ୍ଟ୍ର ରାଜନୀତିରେ ଦୁଇ ଏନ୍ସିପି ଗୋଷ୍ଠୀର ମିଶ୍ରଣ ଚର୍ଚ୍ଚା ଜୋର୍ ଧରିଲା।
ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏକ୍ୟୁଆଇ ୩୭୬ ଛୁଇଁଲା। ଦୀପାବଳି ରାତିରେ ୧୦୦୦ ନିକଟତର ହେଲା ପିଏମ୍୨.୫ ସ୍ତର।
ମଣିପୁରରେ ହେବନାହିଁ ଜନଗଣନା, ହିଂସା ଯୋଗୁ ଏପ୍ରିଲ ୨୦୨୭ ପର୍ଯ୍ୟନ୍ତ ସ୍ଥଗିତ କଲେ ହାଇକୋର୍ଟ।
ଭାରତୀୟ ରେଳବାଇର ଆବର୍ଜନା ନିଷ୍କାସନରୁ ୬୨୮.୪୯ କୋଟି ଟଙ୍କା ଆୟ ହେଲା।
ଫିନଲ୍ୟାଣ୍ଡରେ ଗଛର ପତ୍ରରେ ତିଆରି ହେଉଛି ସୁନା, ବୈଜ୍ଞାନିକ ଚକିତ।
ପାକିସ୍ତାନ ମୁଣ୍ଡରେ ୧୩ ଲକ୍ଷ କୋଟିର ବିଦେଶୀ ଋଣ, ୧୦ ବର୍ଷରେ ଦ୍ବିଗୁଣିତ।
ଇସ୍ରାଏଲ୍ର ଭାବୀ ପ୍ରଧାନମନ୍ତ୍ରୀ ହେବେ ଆଇଜେନକୋଟ୍।
🏏⚽🚴🏾♂️
ନ୍ୟୁଜିଲାଣ୍ଡ ବିପକ୍ଷ ହକି ଶୃଙ୍ଖଳା, ଭାରତୀୟ ଯୁବ ଦଳରେ ଓଡ଼ିଶାରୁ ତିନିଜଣ।
ଭାରତର ୧୦୦ତମ ଗ୍ରାଣ୍ଡମାଷ୍ଟର ହେବାର ଗୌରବ ଅର୍ଜନ କରିଛନ୍ତି ୨୨ ବର୍ଷୀୟ ଅନୁଜ ଶ୍ରୀଭାତ୍ରୀ।
ରାଜ୍ୟ ଉପକନିଷ୍ଠ ବ୍ୟାଡମିଣ୍ଟନ; ଅୟଙ୍କ, ସମୃଦ୍ଧି, ନିମିଶାଙ୍କୁ ଦ୍ବିମୁକୁଟ: ହର୍ଷିତ ବିଜେତା
*ଗତବର୍ଷ ଏଇ ସମୟରେ*
ରାଜ୍ୟରେ ଛୋଟ ସହରକୁ ସ୍ମାର୍ଟ ସିଟି କର ବୋଲି ରାଜ୍ୟକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଥିଲେ।
କେନ୍ଦ୍ରାପଡା ଗହୀରମଥାର ସାମୁଦ୍ରିକ ଅଞ୍ଚଳକୁ ସରକାରୀ ବାବୁମାନେ ଦଲିଲ କରି ରାଜ୍ୟ ବାହାର ତିନି କମ୍ପାନିଙ୍କୁ ବିକି ଦେଇଥିଲେ
ନୂଆପଡ଼ାରେ ବିଜେପି ୨୫ରୁ ୩୦ କୋଟି ଖର୍ଚ୍ଚ କରିଛି ବୋଲି କହିଥିଲା କଂଗ୍ରେସ।
ନୂଆପଡ଼ାରେ ମେଡିକାଲ୍ କଲେଜ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମନମୋହନ ସାମଲ।
==================
ଆଜି ଶାନ୍ତି ଓ ଉନ୍ନତି ପାଇଁ ବିଜ୍ଞାନ ଦିବସ
ଆଜି ବିଶ୍ୱ ଟୀକାକରଣ ଦିବସ
ବିଶ୍ୱ ପବ୍ଲିକ ଟ୍ରାନ୍ସପୋର୍ଟ ଦିବସ
ଆଜି ଜନ୍ମଦିନ: ସୁରେନ୍ଦ୍ରନାଥ ବାନାର୍ଜୀ, ଧ୍ରୁବ ପ୍ରତାପ ସିଂ (କ୍ରିକେଟ), ଆଶୁତୋଷ ରାଣା
ଇତିହାସରେ ଆଜି: (୧୬୫୯) ଅଫଜଲ ଖାନ କୁ ହତ୍ୟା କଲେ ଛତ୍ରପତି ଶିବାଜୀ/ (୧୬୯୮) କଲିକତାକୁ କିଣିଲେ ଇଷ୍ଟ ଇଣ୍ଡିଆ କମ୍ପାନୀ/ (୧୯୮୩) ବଜାରକୁ ଆସିଲା windows 1.0
==================================
