October 31, 2026

ଲକ୍ଷ୍ମୀ ଡୁଙ୍ଗୁରିରେ ୧୧ ତମ ସମର୍ପଣ ଉତ୍ସବ  ଆଜି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଆଲୋଚନା ଚକ୍ର   -ପଶ୍ଚିମ ଓଡ଼ିଶାର ବୌଦ୍ଧ ପୀଠ ମଧ୍ୟରେ ସମନ୍ୱୟ ରକ୍ଷା ଉଦ୍ୟମ

IMG-20261031-WA0076
Share

 

ସମ୍ବଲପୁର,

 

ଲକ୍ଷ୍ମୀ ଡୁଙ୍ଗୁରୀ ସ୍ଥିତ ସମ୍ବଳକ ଉଦ୍ୟାନରେ ଗୁରୁ ପଦ୍ମ ସମ୍ଭବ ପ୍ରଚାର ସମିତି ପକ୍ଷରୁ ୧୧ ତମ ସମର୍ପଣ ଉତ୍ସବ ଆୟୋଜନ ହୋଇଯାଇଛି। ପ୍ରଚାର ସମିତି ର ଆବାହକ ଭବାନୀଶ ଭୋଇଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦେବୀ ପ୍ରସାଦ ଭୋଇ ଗୁରୁ ପଦ୍ମସମ୍ଭବ, ରାଜା ଇନ୍ଦ୍ରଭୁତି, ସାଧ୍ୱୀ ଲକ୍ଷ୍ମୀଙ୍କରା ଙ୍କ ନାମରେ ସମର୍ପିତ ବୃକ୍ଷ ଗୁଡିକୁ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ଅତିଥି ଭାବେ ଯୋଗଦେଇ ଖଡିଆ ସମାଜର ତରଣୀ ଖଡିଆ କହିଥିଲେ ଯେ, ପଶ୍ଚିମାଞ୍ଚଳ ର ଆଦିମ ଅଧିବାସୀଙ୍କର ତନ୍ତ୍ର ବିଦ୍ୟାକୁ ଗୁରୁ ପଦ୍ମ ସମ୍ଭବ ସାରା ବିଶ୍ବରେ ପ୍ରସାରିତ କରିଥିଲେ। ସେହିପରି ଉତ୍ସବରେ ଅନ୍ୟତମ ଅତିଥି ଜନାର୍ଦ୍ଦନ ବାର୍ଗେ ଗୁରୁ ପଦ୍ମ ସମ୍ଭବ ଙ୍କୁ ସମ୍ବଳ ମାଟିର ଗର୍ବ ବୋଲି କହିଥିଲେ। ସେହିପରି ଭାରତୀ ସମାଜ ର ଦିଲ୍ଲୀ ସଂଯୋଜକ ଡ଼ ଅଭିଲାଷ ପ୍ରଧାନ ହୀମାଲୟ ଚାରିପଟେ ଗୁରୁ ପଦ୍ମ ସମ୍ଭବ ଙ୍କୁ ଦ୍ଵିତୀୟ ବୁଦ୍ଧ ରୂପରେ ଦିଆ ଯାଉଥିବା ସମ୍ମାନ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ଆବାହକ ଭବାନୀଶ ବିଗତ ଦଶ ବର୍ଷ ଧରି ଭାରତୀ ସମାଜ ଏବଂ ଗୁରୁ ପଦ୍ମ ସମ୍ଭବ ପ୍ରଚାର ସମିତି ଗୁରୁଙ୍କ ବିଷୟରେ କରିଆସୁଥିବା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ଉତ୍ସବରେ ଭାରତୀ ସମାଜର କ୍ଷେତ୍ରୀୟ ସଂଯୋଜକ ଡ଼ ସ୍ବୟଂ ପ୍ରକାଶ ପଣ୍ଡା ଭାରତୀ ସମାଜ ପକ୍ଷରୁ ଦୀର୍ଘ ବର୍ଷ ହେବ ସମ୍ବଲପୁର ର ପୁରାତନ ଐତିହ୍ୟ କୁ ଦର୍ଶାଇବା ପାଇଁ ସମ୍ବଳକ ଉଡ୍ଡୀୟାନ ନାମରେ ଲକ୍ଷ୍ମୀ ଡୁଙ୍ଗୁରୀରେ ପ୍ରକୃତି ଉଦ୍ୟାନ ନିର୍ମାଣ କରିବା ଦାବିକୁ ଦୋହରାଇ ଥିଲେ। କାର୍ଯ୍ୟକ୍ରମରେ ଭାରତୀ ସମାଜ ମହାସଚିବ ଗୋପବନ୍ଧୁ ସେନାପତି,

ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଥିବା ଐତିହ୍ୟ ଗୁଡ଼ିକ ମଧ୍ୟରେ ସମନ୍ୱୟ ପାଇଁ ଗୁରୁ ପଦ୍ମ ସମ୍ଭବ ପ୍ରଚାର ସମିତି ପକ୍ଷରୁ କରାଯାଉଥିବା ଉଦ୍ୟମ ବିଷୟରେ ଆଲୋଚନା କରିଥିଲେ। ନଭେମ୍ବର ଏକ ତାରିଖରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ୧୧ ତମ ସମର୍ପଣ ଉତ୍ସବ ଅବସରରେ ସମ୍ବଲପୁତ୍ର ଗୁରୁ ପଦ୍ମ ସମ୍ଭବ ବିଷୟରେ ଆଲୋଚନା ଚକ୍ର ସମନ୍ୱୟ ପାଇଁ ସହାୟକ ହେବ ବୋଲି ଯାଦବ ସମାଜ ର ସୁରେନ୍ଦ୍ର ବଗର୍ତ୍ତି କହିଥିଲେ ।

ଆଲୋଚନା କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ର ଭିନ୍ନଭିନ୍ନ ଅଞ୍ଚଳର ୭ ମ ଶତାବ୍ଦୀ ର ପୁରାତନ ଇତିହାସ ବିଷୟରେ ସ୍ଥାନୀୟ ଲୋକମାନଙ୍କ ଠାରୁ ଲୋକ କଥା/ ଇତିହାସ ସଂଗ୍ରହ କରାଯିବ । ପଶ୍ଚିମ ଓଡ଼ିଶାର ବୌଦ୍ଧ କରିଡ଼ର କୁ ବିକଶିତ କରି ପର୍ଯ୍ୟଟନ ର ବିକାଶ ନେଇ ସମର୍ପଣ ଉତ୍ସବ ରେ ଆଲୋଚନା ହୋଇଥିଲା। ଆଜି ର ବୈଠକରେ ସମିତି ର ସଦସ୍ୟ ସୁବ୍ରତ ପ୍ରଧାନ, ଭାରତ ଏକତା ମିଶନର ଲଙ୍କେଶ ରାବଣ, ମହେଶ୍ୱର ଷଣ୍ଢ, ରଘୁ ପାତ୍ର, ରଞ୍ଜିତ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।