June 25, 2026

ଅପହରଣ ମାମଲାରେ ୧୧ ଜଣ ଗିରଫ ଓ କୋର୍ଟ ଚାଳାଣ

IMG-20251031-WA0025
Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଗତ ୨୭ ତାରିଖ ରାତିରେ କିଛି ଯୁବକ ଏକ ଚାରିଚକିଆ ଗାଡି ଯୋଗେ ଆସି ନର୍ଲା ଥାନା ଅନ୍ତର୍ଗତ ଭାନପୁର ଗ୍ରାମର ଦିଲ୍ଲୀପ ପରାଭୋଇ ନାମକ ଯୁବକଙ୍କୁ ତାଙ୍କ ଘର ଭିତରୁ ଜୋର ଜବରଦସ୍ତ ଟାଣି ଆଣି ଗାଡିରେ ପୁରାଇ ଫେରାର ହୋଇଥିଲେ। ଏନେଇ ଦିଲ୍ଲୀପଙ୍କ ପରିବାର ଲୋକେ ନର୍ଲା ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ। ଏହାପରେ ନର୍ଲା ପୋଲିସ ଛାନବିନ ଆରମ୍ଭ କରିଦେଇଥିଲା। ଏଥିମଧ୍ୟରେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ନର୍ଲା ଥାନା ଅନ୍ତର୍ଗତ କୁସୁମପଡା ଗ୍ରାମରେ ସଦଳବଳେ ପହଞ୍ଚି ଏଥିରେ ସଂଶ୍ଲିଷ୍ଟ ୧୧ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ,ଗୁରୁତର ଅବସ୍ଥାରେ ଦିଲ୍ଲୀପଙ୍କୁ ଉଦ୍ଧାର କରି ଥାନାକୁ ଆଣି, ସମସ୍ତଙ୍କୁ ଜେରା କରିବା ପରେ ଜଣା ପଡିଥିଲା ଯେ’ ପୂର୍ବ ଶତ୍ରୁତାକୁ ନେଇ ଦିଲ୍ଲୀପ ପରାଭୋଇଙ୍କୁ ଅପହରଣ କରାଯାଇ ପ୍ରବଳ ମାଡ଼ ଦେବା ସହ ମାନସିକ ନିର୍ଯାତନା ଦିଆଯାଇଥିଲା। ଏହାପରେ ନର୍ଲା ପୋଲିସ ଦିଲ୍ଲୀପଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନା ପଠାଇଥିବା ବେଳେ, ଅଭିଯୁକ୍ତ ୧୧ ଜଣଙ୍କ ବିରୋଧରେ ଅପହରଣ ମାମଲା ୠଜ୍ଜୁ କରି ଗତକାଲି କୋର୍ଟ ଚାଲାଣ କରିଛି।