ଆଜିର ଖବର..
ଆଉ ତିନି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଆଜି କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
ନଭେମ୍ବର ୩୦ ଯାଏଁ ବଢ଼ିବ ସ୍କୁଲ ପରିଚାଳନା ସମିତି ଅବଧି।ଓସେପା ପକ୍ଷରୁ ପତ୍ର ମାଧ୍ୟମରେ ଡିଇଓଙ୍କୁ ଅବଗତ କରାଯାଇଛି।
ଅକ୍ଟୋବର ୪ ଏବଂ ୫ ରେ ହେବ ପୋଲିସ ଏସ୍ଆଇ ପରୀକ୍ଷା, ବିଜ୍ଞପ୍ତି ଜାରି ହେଲା
ରାଜ୍ୟ ସରକାରଙ୍କ ଘୋଷଣା, ବଢିବ ଚାଷୀ ପଞ୍ଜୀକରଣ ଅବଧି। ଚାଷକୁ ଫେରିଛନ୍ତି ୨.୧୭ ଲକ୍ଷ ନୂଆ ଚାଷୀ।
ପୋଲିସ ଇନ୍ସପେକ୍ଟର ଓ ଏସ୍ଆଇଙ୍କ କ୍ଷମତା ବଢ଼ିଲା। ଅନୁସୂଚିତ ଜାତି ଓ ଜନଜାତି ମାମଲାରେ ତଦନ୍ତ ଓ ଗିରଫ କରିପାରିବେ।
ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ୍। ଅନଧିକୃତ ନିର୍ମାଣକୁ ୨ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ।
ଅନୁମୋଦିତ ହୋଇଥିବା ଜାତୀୟ ଜଳପଥ-୫ ପ୍ରକଳ୍ପର ଅଟକଳ ୪୩୮୦ କୋଟି ଟଙ୍କାରୁ ବୃଦ୍ଧି ପାଇ ୧୨ ହଜାର କୋଟି ଟଙ୍କା ହେଲା, କିନ୍ତୁ କାମ ଆରମ୍ଭ ହେଉନି
ଡିସେମ୍ବରରେ ମହାନଦୀ ଜଳ ବିବାଦ ପାଇଁ ଓଡ଼ିଶା ଛତିଶଗଡ଼ ବୈଠକ ହେବ।
ଛତିଶଗଡ଼ ପଛକୁ ଫେରିବାକୁ ନାରାଜ। ନେହୁରା ହେବ ଓଡିଶା।
ରାଜ୍ୟର ବିଭିନ୍ନ ସ୍ଥାନରେ ସାର ସଙ୍କଟ, ଦୁଇ ଗୁଣା ମୂଲ୍ୟରେ କିଣୁଛନ୍ତି ଚାଷୀ, କଳାବଜାରୀ କରୁଛନ୍ତି ଡିଲର। କୃଷି ବିଭାଗ ସ୍ଥାଣୁ, ନୀରବଦ୍ରଷ୍ଟା
କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକଙ୍କ ଚିଠି, ସାର ଯୋଗାଣରେ ଅବ୍ୟବସ୍ଥା ଉଲ୍ଲେଖ କଲେ।
ପୁରୀ ଜିଲ୍ଲା କୋଣାର୍କରେ ସଂସଦୀୟ କମିଟି ସଦସ୍ୟ ସାଂସଦଙ୍କୁ ଛାଡ଼ି ପଳେଇଲା ସରକାରୀ ଗାଡ଼ି। ଦେହ ଖରାପ ହେଲା, ଆମ୍ବୁଲାନ୍ସ ମିଳିଲାନି
ରାଜଧାନୀରେ ମୂର୍ତ୍ତି ବିସର୍ଜନ ବେଳେ ମାନିଲେନି ସରକାରୀ କଟକଣା। ଯିଏ ଯେଉଁଠି ଇଛା, ବିସର୍ଜନ କଲେ। ପ୍ରଶାସନ ଚୁପ
ପୁରୀ ଚନ୍ଦନପୁରରେ ୧୫୭ ଗ୍ରାମରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଓ ନଗଦ ୧ ଲକ୍ଷ ୬୩ହଜାର ୫୨୦ ନଗଦ ଟଙ୍କା ଜବତ
ମୟୁରଭଞ୍ଜ ଉଦଳାରେ ଗାଡ଼ିରେ ଅପକର୍ମ ପରେ ଯୁବତୀଙ୍କୁ ରାସ୍ତାରେ ଫିଙ୍ଗିଦେଲେ, ୫ ଜଣଙ୍କ ବିରୋଧରେ ମାମଲା
ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ ଅବକାରୀ ବିଭାଗ ଜାଣତରେ ବେଆଇନ ମଦ କାରବାର। ବନ୍ଦ ଦାବିରେ ମଦଭାଟି ଘେରାଉ କଲେ ଲୋକେ।
ପାରାଦୀପ ଅଠରବାଙ୍କି ମାର୍କେଟରେ ଚୋରା ଗ୍ୟାସ୍ ସିଲିଣ୍ଡର ବିକ୍ରି ଦୋକାନରେ ସିଲିଣ୍ଡର ଟାଙ୍କି ଫାଟି ବିସ୍ଫୋରଣ, ଦୋକାନୀ ଆହତ
ଭୁବନେଶ୍ୱରରେ ଧରାପଡିଲେ ଅଷ୍ଟମ ଓ ଦଶମ ଫେଲ ତିନିଜଣ ଗୁଜୁରାଟୀ ସାଇବର ଠକ। ବ୍ୟବସାୟୀଙ୍କୁ ୬ଲକ୍ଷ ଠକିଥିଲେ।
ଅନୁଗୁଳ ବଇଣ୍ଡାରେ ମହିଳାଙ୍କ ବେକରେ ଚପଲ ପକାଇ ବୁଲାଇବା ଘଟଣାରେ ଦୁଇ ମହିଳା ଗିରଫ, ୫ ଫେରାର।
କେନ୍ଦୁଝର ଜିଲ୍ଲା ଓ ଅନୁଗୁଳ ଜିଲ୍ଲା ସୀମାନ୍ତ ଗର୍ଜନ ଖୋଲ ଜଳପ୍ରପାତରେ ଗାଧୋଇଲା ବେଳେ ଯୁବକ ନିଖୋଜ
ସୁବର୍ଣ୍ଣପୁର ବୀରମହାରାଜପୁର ମେଣ୍ଡାମାଲ ଗାଁରେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ। ଯୁବକ ମୃତ, ଜଣେ ଗୁରୁତର
ଦିଲ୍ଲୀରେ ବ୍ୟାପୁଛି ବାର୍ଡ ଫ୍ଲୁ। ଦିଲ୍ଲୀ ଚିଡିଆଖାନା ବନ୍ଦ ହେଲା। ଚିକେନ୍ ଖାଇବାକୁ ଭୟ
ମିଜୋରାମ ଆଇଜଲ୍କୁ ସଂଯୋଗ କରିବ ଟ୍ରେନ୍। ରେଳ ମାନଚିତ୍ରରେ ରାଜ୍ୟ
ବିବାଦୀୟ ପରିସ୍ଥିତିରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଜଗଦୀପ ଧନଖଡ଼ ପେନସନ ପାଇଁ ଆବେଦନ କଲେ
କ୍ରିକେଟ ଟ୍ବେଣ୍ଟି ୨୦ରେ ପୁରନଙ୍କ ୫୦୦ ଛକା, ହେଲେ ବିଶ୍ବର ପ୍ରଥମ ବ୍ୟାଟ୍ସମ୍ୟାନ୍।
ଜିଏସଟି ହ୍ରାସକୁ ନେଇ ପ୍ରଶ୍ନ ଉଠାଇଲେ ୮ ଅଣ-ବିଜେପି ଶାସିତ ରାଜ୍ୟ। କ୍ଷତିପୂରଣ ମାଗିଲେ ବିରୋଧୀ ରାଜ୍ୟ
ଇସ୍ରାଏଲ ଆକ୍ରମଣରେ ହୁତି ପ୍ରଧାନମନ୍ତ୍ରୀ ଅଲ-ରହାଓ୍ବି ନିହତ।
ଟ୍ରମ୍ପଙ୍କ ମୃତ୍ୟୁ ନେଇ ‘ଏକ୍ସ’ରେ ଗୁଜବ। ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ କଳ୍ପନା ଜଳ୍ପନା
=======================
ଆଜି ସ୍ୱାୟତ୍ତ ଶାସନ ଦିବସ
ଆଜି ସଂସ୍କୃତ ଦିବସ
ମାଳୟେସିଆ ସ୍ୱାଧୀନତା ଦିବସ
ଉଜବେକିସ୍ଥାନ ସ୍ୱାଧୀନତା ଦିବସ
ଆଜି ଜନ୍ମଦିନ: ଅମ୍ରିତା ପ୍ରୀତମ, ମୋଗଲ ରାଜା ଜାହାଙ୍ଗୀର, ଜଭଗଲ ଶ୍ରୀନାଥ (କ୍ରିକେଟ), ରାଜଶ୍ରୀ (ସିନେମା)
ଆଜି ତିରୋଧାନ: ପ୍ରଣବ ମୁଖାର୍ଜୀ, ରାଜକୁମାରୀ ଡାଏନା
ଇତିହାସରେ ଆଜି: (୧୯୫୬) ଦେଶରେ ରାଜ୍ୟ ପୁନର୍ଗଠନ ବିଲ ଅନୁମୋଦିତ/ (୧୮୮୧) ଆମେରିକାରେ ପ୍ରଥମ ଟେନିସ ଚମ୍ପିୟାନସିପ/ (୧୯୬୨) ଟୋବାଗୋ ଓ ତ୍ରିନିଦାଦ ଆମେରିକା କବଳରୁ ସ୍ୱାଧୀନ/ (୧୯୯୭) ବ୍ରିଟେନ ରାଜକୁମାରୀ ଡାଏନା ମୃତ/ (୧୮୯୭) କାଇନେଟୋଗ୍ରାଫ କୁ ପେଟେଣ୍ଟ କଲେ ଥୋମାସ ଏଡିସନ/ (୨୦୧୦) ଇରାକରେ ଆମେରିକା ଦଖଲ ଶେଷ
=======================
*ବନ୍ଦେ ଉତ୍କଳ ଜନନୀ*
