ବାଲେଶ୍ୱର ଜିଲ୍ଲାରେ ହୋମ୍ ଗାର୍ଡ ନିଯୁକ୍ତି ପରୀକ୍ଷାକୁ ନେଇ ଦୁର୍ନୀତି ଅଭିଯୋଗ
ବାଲେଶ୍ବର ( ଦେବାଶିଷ ଦାଶ )
ବାଲେଶ୍ୱର ଜିଲ୍ଲାରେ ହୋମ୍ ଗାର୍ଡ ନିଯୁକ୍ତି ପରୀକ୍ଷାକୁ ନେଇ ଦୁର୍ନୀତି ଅଭିଯୋଗ ଆଣିଛନ୍ତି କିଛି ପରୀକ୍ଷାର୍ଥୀ। ଏହି ଅଭିଯୋଗକୁ କେନ୍ଦ୍ର କରି ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପରୀକ୍ଷାର୍ଥୀଙ୍କ କହିବା ଅନୁଯାୟୀ, ସେମାନେ ଶାରୀରିକ ପରୀକ୍ଷା ଏବଂ ମୌଖିକ (ଭାଇଭା) ପରୀକ୍ଷାରେ ଉପସ୍ଥିତ ରହି ସଫଳତାର ସହ ଅଂଶଗ୍ରହଣ କରିଥିଲେ। କିନ୍ତୁ ଶେଷ ଫଳାଫଳ ପ୍ରକାଶ ପାଇବା ପରେ ମୌଖିକ ପରୀକ୍ଷାରେ ସେମାନଙ୍କୁ “ଅନୁପସ୍ଥିତ” ବୋଲି ଦର୍ଶାଯାଇଥିବାରୁ ସେମାନେ ପ୍ରତିବାଦ କରିଛନ୍ତି। ଘଟଣାସ୍ଥଳରେ ପହଞ୍ଚି ଅତିରିକ୍ତ ଏସପି ପରୀକ୍ଷାର୍ଥୀଙ୍କ ସହ ଆଲୋଚନା କରିଥିଲେ। ସେ ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ ଭାବେ କରିବାକୁ ପରାମର୍ଶ ଦେବା ସହ ପରୀକ୍ଷା ପ୍ରକ୍ରିୟା ଉପଯୁକ୍ତ ନିୟମ ଅନୁଯାୟୀ ସମ୍ପନ୍ନ ହୋଇଥିବା କଥା କହିଛନ୍ତି।
ଅନ୍ୟପଟେ, ପରୀକ୍ଷାର୍ଥୀମାନେ ସେମାନଙ୍କ ଅଭିଯୋଗର ନିରପେକ୍ଷ ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି।
