ଜଳ ନିଷ୍କାସନ ବେଳେ ଜେସିବି ଉପରେ ଚଢ଼ିଲେ ମହିଳା, ପୋଲିସ ସହାୟତାରେ ଉଚ୍ଛେଦ କଲେ ତହସିଲଦାର।
ସୋର ( ଦେବାଶିଷ ଦାଶ )
ଲଘୁଚାପ ଜନିତ ଲଗାଣ ବର୍ଷାରେ ସୋର ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜଳ ନିଷ୍କାସନ ପାଇଁ ସୋର କଲେଜ ଛକରେ ଥିବା ବେଆଇନ ଅବରୋଧକୁ ହଟାଇବାକୁ ପ୍ରଶାସନ ପଦକ୍ଷେପ ନେଇଥିଲା। ଉଚ୍ଛେଦ କାର୍ଯ୍ୟ ସମୟରେ ଏକ ବହୁତଳ ଅଟ୍ଟାଳିକାରେ କାର୍ଯ୍ୟରତ କିଛି ମହିଳା ଜେସିବି ଉପରେ ଚଢ଼ି କାର୍ଯ୍ୟକୁ ବିରୋଧ କରିଥିଲେ। ପରେ ଅତିରିକ୍ତ ତହସିଲଦାର ସଞ୍ଜିବ କୁମାର ପାତ୍ର ସୋର ପୋଲିସର ସହାୟତାରେ ମହିଳାମାନଙ୍କୁ ସେଠାରୁ ହଟାଇ ଜେସିବି ମାଧ୍ୟମରେ ଅବରୋଧ ଉଚ୍ଛେଦ କରି ଜଳ ନିଷ୍କାସନ ସୁନିଶ୍ଚିତ କରିଥିଲେ।ଅନ୍ୟପକ୍ଷରେ, ଶରଶଙ୍ଖ ଅଞ୍ଚଳରେ ସ୍ଥାନୀୟ ଗ୍ରାମବାସୀମାନେ ପ୍ରଶାସନିକ ସହାୟତା ବିନା ନିଜେ ଅବରୋଧ ହଟାଇ ବର୍ଷାଜଳ ନିଷ୍କାସନର ବ୍ୟବସ୍ଥା କରିଥିଲେ।
