ଆଦର୍ଶ ଶିକ୍ଷକ ପଦ୍ମନାଭ ପଣ୍ଡାଙ୍କୁ ଅବସର ସମ୍ବର୍ଦ୍ଧନା
ହାଟଡିହି ତା ୩୧/୭(ମନମୋହନ ନାୟକ) : ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଆଦର୍ଶ ଶିକ୍ଷକ ପଦ୍ମନାଭ ପଣ୍ଡାଙ୍କୁ ବିଦ୍ୟାଳୟ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଆଜି ତାଙ୍କ କାର୍ଯ୍ୟର ଶେଷ ଦିବସ ଥିବାରୁ ସହକର୍ମୀ ମାନେ ତାଙ୍କୁ ତାଙ୍କ କଳିଗାଁ ବାସଭବନରୁ ସ୍ୱାଗତ ଜଣାଇ ସ୍କୁଲକୁ ପାଛୋଟି ଆଣିଥିଲେ। ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ରାଧାକୃଷ୍ଣ ପତିଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ , ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ତଥା ପରିଚାଳନା କମିଟିର ସଦସ୍ୟ ତପୋଧନ ସ୍ୱାଇଁ, ଓଷ୍ଟାର ରାଜ୍ୟ ସହ ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ, ବାହାରିପୁର ହାଇସ୍କୁଲର ପ୍ରଧାନଶିକ୍ଷକ ଜୟକୃଷ୍ଣ ମିଶ୍ର, ବିନୋଦ ପଣ୍ଡା, ବିଦ୍ୟାଧର କର, ଶଙ୍କର୍ଷଣ ମାରାଣ୍ଡି, ଲଷ୍ମୀଧର ଜେନା, ଓଷ୍ଟା ସଂଘର ବ୍ଲକ ସଭାପତି ନବଘନ ନାୟକ, ସମ୍ପାଦକ ଶିଶିର କୁମାର ବିଶ୍ୱାଳ, ଅନିରୁଦ୍ଧ ସେଠୀ, ହିନ୍ଦୀ ଶିକ୍ଷକ ସଂଘ ପକ୍ଷରୁ ସତ୍ୟପୀର ମହାନ୍ତି, ଦୁର୍ଯ୍ୟୋଧନ ଜେନା, ମିତାରାଣୀ ବିଶ୍ୱାଳ, ପ୍ରଫୁଲ୍ଲ କୁମାର ମଲ୍ଲିକ, ସ୍କୁଲ ପରିଚାଳନା କମିଟି ସଦସ୍ୟ ଯୁଧିଷ୍ଠିର ବିଶ୍ୱାଳ, ପ୍ରାଣ ବଲ୍ଲବ ବିଶ୍ୱାଳ, ଜଗବନ୍ଧୁ ରାଉତ, ଭଗବାନ ଜେନା, ମୋହନ ଚରଣ ପାଢ଼ୀ, ଅନାଦି ଚରଣ ରାଉତ ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ ଗୁଣଗାନ କରିବା ସହିତ ଅବସର ଜୀବନ ଶୁଖମୟ ହେଉ ବୋଲି କାମନା କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ ଲଷ୍ମୀକାନ୍ତ ମିଶ୍ର, ମାଧବାନନ୍ଦ ଜେନା, ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ, ପର୍ଶୁରାମ ନାୟକ, ସତ୍ୟବ୍ରତ ବିଶ୍ୱାଳ, ରମେଶ ଚନ୍ଦ୍ର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
