April 24, 2026

ଗଜପତି : ସାଉଦି, କୁଏତରେ ଚାକିରୀ କରାଇ ଦେବା ନାମରେ ୩ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ରେ ଠକ ଗିରଫ 

IMG-20250731-WA0043
Share

 

ପାରଳାଖେମୁଣ୍ଡି;୩୧/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆର୍ଦଶ ଥାନାରେ ଠକେଇ ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି. ଏହି ଗିରଫ ଠକ ଯୁବକ ଜଣକ ଜିଲ୍ଲା ଓ ରାଜ୍ୟ ବାହାରର ବହୁ ବେକାର ଯୁବକ/ ଯୁବତୀଙ୍କୁ କୁଏତ ଓ ସାଉଦିରେ ଚାକିରି କରାଇ ଦେବାକୁ କହି ଠକି ନେଇଛି ୩ କୋଟି ଟଙ୍କାରୁ ଊର୍ଦ୍ଧ ଟଙ୍କା. ସେ ହେଲେ ରାଟିଣୀ ଗ୍ରାମର ଲକ୍ଷ୍ମୀ ନାରାୟଣ ପାତ୍ର। ଏନେଇ ଗତକାଲି ଠକେଇର ଶିକାର ହୋଇଥିବା ୧୦ରୁ ଊର୍ଦ୍ଧ୍ବ ଯୁବକ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ କରିଛନ୍ତି I ଲକ୍ଷ୍ମୀନାରାୟଣ ପାତ୍ର ବେକାର ଯୁବକ ଯୁବତୀଙ୍କୁ ଦେଶ ତଥା ଦେଶ ବାହାରେ ଚାକିରି କରାଇଦେବାକୁ ଟଙ୍କା ନେଇଛନ୍ତି। ପ୍ରାୟ ୧ବର୍ଷ ହେବ ସେ ଡାଳିମ୍ବପୁର ଗ୍ରାମାଞ୍ଚଳରେ ବହୁ ବେକାର ଯୁବକ ଯୁବତୀଙ୍କୁ ଏପରି ଠକେଇ କରିଛନ୍ତି। ଜଣଙ୍କ ଠାରୁ ୧ ଲକ୍ଷ ଟଙ୍କାରୁ ଆରମ୍ଭ କରି ୧୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଠକି ନେଇଥ‌ିବା ଅଭିଯୋଗ ହୋଇଛି। ଏପରିକି ଟଙ୍କା ନେଇ ଚୁକ୍ତିପତ୍ର ପ୍ରଦାନ କରିଥିବାର ନକଲ ପ୍ରଦାନ କରିଛନ୍ତି ଅଭିଯୋଗକାରୀମାନେ ପୋଲିସକୁ। ଚାକିରି, ପାସପୋର୍ଟ ଆଦି କରାଇଦେବି ବୋଲି କହି ନଗଦ, ବ୍ୟାଙ୍କ ମାଧ୍ୟମ, ୟୁପିଆଇ ମାଧ୍ୟମରେ ଟଙ୍କା ନେଇଥିବା ଅଭିଯୋଗ ହୋଇଛି I ଠକାମୀର ଶିକାର ହୋଇ ଥିବା ଜାଣି ପାରି ଯୁବକ ଯୁବତୀମାନେ ଟଙ୍କା ମାଗିବା ଆରମ୍ଭ କରିଥିଲେ I ସେମାନଙ୍କୁ ଏକାଧୂକ ନକଲି ଚେକ୍ ପ୍ରଦାନ କରିଥିବାର ଜଣାପଡ଼ିଛି l

You may have missed