ଛାତ୍ରୀକୁ ଅସଦାଚରଣ କରି ରସିକିଆ ଟିଉସନ ମାଷ୍ଟର ଗିରଫ।
ଚିକିଟି ଶୁଭଶ୍ରୀ ପ୍ରଧାନ
ତା: ୩୧/୦୭/୨୫
ବ୍ରହ୍ମପୁର ପୋଲିସ ଜିଲ୍ଲା ଜରଡ଼ା ଥାନା ଅଧୀନସ୍ଥ ପଦାଦିଗି ପଞ୍ଚାୟତ ଅନ୍ତର୍ଗତ ଦାମୋଦର ପଲ୍ଲୀର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ଟିଉସନ ମାଷ୍ଟର ଦ୍ବାରା ଅସଦାଚରଣର ଶିକାର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଉକ୍ତ ଗ୍ରାମର ସୁରେନ୍ଦ୍ର ପ୍ରଧାନଙ୍କ ପୁଅ ୨୩ ବର୍ଷିୟ ଗଣେଶ ପ୍ରଧାନ ନାମକ ଜଣେ ଯୁବକ ଗ୍ରାମରେ ଟିଉସନ ପଢ଼ାଉଥିବା ବେଳେ ବୁଧବାର ସନ୍ଧ୍ୟାରେ ଷଷ୍ଠ ଶ୍ରେଣୀ ପାଠ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଗାଁ ମୁଣ୍ଡରେ ଥିବା ବିଦ୍ୟାଳୟକୁ ଡାକି ନେଇ ଛାତ୍ରୀଙ୍କ ସହିତ ଅସଦାଚରଣ କରିଥିଲେ। ନାବାଳିକା ଛାତ୍ରୀ ପାଟି କରିବାରୁ ଗଣେଶ ଛାଡ଼ି ଦେଇଥିଲା। ନାବାଳିକା ଝିଅଟି ଘରକୁ ଯାଇ ପରିବାର ବର୍ଗଙ୍କୁ ସବୁକଥା କହିବାପରେ ପରିବାର ପକ୍ଷରୁ ଜରଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଜରଡା ପୋଲିସ ଗ୍ରାମରେ ପହଞ୍ଚି ଅଭିଯୁକ୍ତ ଗଣେଶକୁ ଗିରଫ କରି କେଶ ନଂ ୨୬୩/୨୫ରେ ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଥିବା ନେଇ ଜରଡା ଥାନା ଅଧିକାରୀ ଟୁନା ସାସମଲ ସୂଚନା ଦେଇଛନ୍ତି।
