March 10, 2026

ବି. ଜେ.ପି ନଗର ସଭାପତି ଭଗବାନ ଓ ମଣ୍ଡଳ ସଭାପତି ଧ୍ରୁବ ଚରଣ ହେଲେ

IMG-20250731-WA0003
Share

 

ଗଞ୍ଜାମ, ପ୍ରଦିପ କୁମାର ପଣ୍ଡା

 

ଗଞ୍ଜାମ ଜିଲ୍ଲା ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ଭାଜପା ନଗର ସଭାପତି ଭାବେ ଭଗବାନ ପ୍ରଧାନ ଓ ସହ ହୁମା ପଞ୍ଚାୟତ ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ ଙ୍କୁ ହୁମ୍ମl ମଣ୍ଡଳ ସଭାପତି ଭାବେ ରାଜ୍ୟ ନେତୃବୃନ୍ଦ ଆସ୍ଥା ପ୍ରକଟ କରି ତାଙ୍କୁ ନିଯୁକ୍ତ କରିଥିବା ଜଣାପଡିଛି l ଏହି ପଦବୀ ନିମନ୍ତେ ଗଞ୍ଜାମ ସହରର ବହୁ ଯୁବନେତା ଆଶାୟୀ ଥିଲେ l ଉଭୟ ନବ ନିଯୁକ୍ତ ସଭାପତିଙ୍କୁ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି l

ଅନ୍ୟପଟେ ରାଜ୍ୟ ନେତୃବୃନ୍ଦ ଆସ୍ଥା ପ୍ରକଟ କରି ଏହି ଦାୟିତ୍ୱ ପ୍ରଦାନ କରିଥିବାରୁ ଉଭୟ ନଗର ଓ ମଣ୍ଡଳ ସଭାପତି ରାଜ୍ୟ ସଭାପତି ମନମୋହନ ସାମଲ, ଜିଲ୍ଲା ସଭାପତି ସରୋଜ ସାବତ ଏବଂ ସାଂସଦ ପ୍ରଦୀପ ପାଣିଗ୍ରାହୀ ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି l ସହରର ସମସ୍ତ ଯୁବକମାନଙ୍କୁ ନେଇ ଦଳୀୟ ସଂଗଠନକୁ ସୁଦୃଢ କରିବା ସହ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିବି ବୋଲି ନଗର ସଭାପତି ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l