October 5, 2024

ସାମ୍ବାଦିକ ଡା.ରାଜାରାମ ଷଡଙ୍ଗୀ ସମ୍ବର୍ଦ୍ଧିତ 

Share

 

ସମ୍ବଲପୁର,ତା.୩୦।୦୭:ମୁକ୍ତବୃତ୍ତି ସାମ୍ବାଦିକ ଭାବେ ବିଭିନ୍ନ ଖବର କାଗଜ ଓ ଗଣମାଧ୍ୟମରେ ପରିଚିତ ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ଡା.ରାଜାରାମ ଷଡଙ୍ଗୀଙ୍କୁ ଆଜି ଭୁବନେଶ୍ବର ଠାରେ ଆୟୋଜିତ ଏକ ସଭାରେ ସମ୍ବର୍ଦ୍ଧିତ କରାଯାଇଛି। ବ୍ରହ୍ମପୁରରୁ ପ୍ରକାଶ ପାଉଥିବା ସର୍ବପୁରାତନ ଖବର କାଗଜ ଦୈନିକଆଶାର ୯୫ ତମ ସ୍ୱନକ୍ଷତ୍ର ଓ ଦୈନିକଆଶାର ଓଟିଟି ଭିଡିଓ ପ୍ରସାରଣ ବିକଳ୍ପ ମଞ୍ଚ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ ପୁର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା ଭୁବନେଶ୍ବର ସ୍ଥିତ ଜୟଦେବ ଭବନ ଗୀତ ଗୋବିନ୍ଦ ସଦନ ଠାରେ ଡାକ୍ତର ଷଡଙ୍ଗୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ଆୟୋଜିତ ଉତ୍ସବରେ ଦୈନିକଆଶାର ସଂପାଦକ ପ୍ରମୋଦ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ।