March 8, 2026

ମୋଚିନ୍ଦା ପଂଚାୟତରେ ବିଭିନ୍ନ ସମସ୍ୟା ବୁଝିଲେ ଝାନ୍ସୀରାଣୀ ଦାସ୍

51081631-dae7-48db-acb4-63ab8eaa49fe
Share

ଆନନ୍ଦପୁର ବ୍ଲକର ମୋଚିନ୍ଦା ପଂଚାୟତରେ ବିଭିନ୍ନ ସମସ୍ୟା ଯଥା- ସ୍କୁଲ୍ ପରିସରରେ ଖୋଲା ଟ୍ରାନ୍ସମିଟର , ଅଶୁଦ୍ଧ ପିଇବା ପାନୀୟ ଜଳ, ପଞ୍ଚାୟତରେ ଏକ ମାତ୍ର ଦୈନିକି ବ୍ୟବହୃତ ହେଉଥିବା ପୋଖରୀକୁ ଦୂଷିତ ଡ୍ରେନ୍ ପାଣି ନିଷ୍କାସିତ, ପ୍ରାୟିମେରି ସ୍କୁଲ୍ ର ପ୍ରତ୍ୟେକ ଶ୍ରେଣୀ କୋଠରୀ ଗୁଡ଼ିକ ଭଗ୍ନାସ, ଏବଂ ସର୍ବ ପରି ଏକ ମୁଖ୍ୟ ସମସ୍ୟା ଘାଗରା ବନ୍ଧ ପଞ୍ଚାୟତର ପ୍ରତ୍ୟେକ ଚାଷୀ ଭାଇ ମାନଙ୍କ ପାଇଁ କାଳ ସାଜିଛି, ଏ ବନ୍ଧଟି ମାଟି ବନ୍ଦ ହୋଇଥିବାରୁ ପାଣି ବନ୍ଧକୁ ଭାଙ୍ଗି ଶହ ଶହ ଏକର ଚାଷ ଜମି ବର୍ତ୍ତମାନେ ଜଳ ମଗ୍ନ ହେବା ସହ ପାଟ ହୋଇ ସାରିଲାଣି, ଗ୍ରାମ ବସୀଙ୍କ ଅନୁରୋଧ କ୍ରମେ ପଂଚାୟତ କୁ ଯାଇ ଏହି ସମସ୍ୟା ଗୁଡ଼ିକ ପଂଚାୟତ ବାସୀ ଏବଂ ସରପଞ୍ଚଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲି। ତେଣୁ ମୋର୍ ବିଶେଷ ଅନୁରୋଧ ଆନନ୍ଦପୁର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଲେ ମୋଚିଂଦା ଗ୍ରାମ ପଞ୍ଚାୟତର ସମସ୍ତ ଅଧିବାସୀ ଅପକୃତ ହେବେ।
(ସୋମେଶ ପରିଡ଼ା ଙ୍କ ରିପୋର୍ଟ)