April 27, 2026
IMG-20250531-WA0000
Share

 

ଜଳେଶ୍ଵର ( ଦେବାଶିଷ ଦାଶ )

ମାନସିକ ବିକୃତ ଗ୍ରସ୍ତ ନାବାଳିକାଙ୍କୁ କାଜୁ ଜଙ୍ଗଲ ରେ ଦୁଷ୍କର୍ମ । ଘର ଠାରୁ ୨୦ କିମି ଦୂରରେ ମୁର୍ମୁଷ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କଲେ ଲୋକେ । ପରିବାର ପକ୍ଷରୁ ରାଇବଣିଆ ଥାନାରେ ଲିଖିତ ଅଭିଯୋଗ । ରାଇବଣିଆ ଅଂଚଳର ଯୁବକ ସଞ୍ଜୀବ ଘୋଷକୁ ଭଦୁଆ କାଜୁ ଜଙ୍ଗଲରୁ ଗିରଫ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅଂଚଳରେ । ରାଇବଣିଆ ଅଂଚଳର ଏକ ମାନସିକ ବିକୃତ ଗ୍ରସ୍ତ ନାବାଳିକା ଗତ ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ଶୌଚ ଯିବାକୁ କହି ଘରୁ ବାହାରି ଆସି ଆଉ ଘରକୁ ଫେରିନଥିଲେ, ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ । ଜଳେଶ୍ୱର ଥାନା ଗୋବରଘଟା ପଂଚାୟତ ସ୍ଥିତ ସିଟ ଛକରୁ ଉକ୍ତ ନାବାଳିକାକୁ ଲୋକେ ଉଦ୍ଧାର କରି ପରିବାର ଲୋକକୁ ହସ୍ତାନ୍ତର କରିଥିଲେ ‌। ଝିଅକୁ ଦେଖି ସମ୍ପର୍କୀୟ ମାନେ ହାତୀଗଡ ହସ୍ପିଟାଲକୁ ନେଇଥିଲେ, ଡାକ୍ତରୀ ମାଇନା ପରେ ନାବାଳିକା ଜଣକ ଦୁଷ୍କର୍ମର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ପରେ ସମ୍ପର୍କୀୟ ମାନେ ରାଇବଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାରେ ଆଜି ରାଇବଣିଆ ଅଂଚଳର ଯୁବକ ସଂଜୀବ କୁମାର ଘୋଷକୁ ଭଦୁଆ କାଜୁ ଜଙ୍ଗଲରୁ ଗିରଫ କରିଛି ରାଇବଣିଆ ପୋଲିସ ।