November 17, 2024

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ତିନି ପଞ୍ଚାୟତ ବାସୀ

Share

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ତିନି ପଞ୍ଚାୟତ ବାସୀ
=====================
ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ବସୁଧା ଯୋଜନାରେ ମେଗା ପାନୀୟ ଜଳ ପ୍ରକଳ୍ପ ରେ ଗତ କାଲି କ୍ୟାବିନେଟ ବୈଠକରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଗଞ୍ଜାମ ବ୍ଲକର ତିନି ପଞ୍ଚାୟତ ତଥା ଖଣ୍ଡଦେଉଳି, ପୋଇରାଶି ଏବଂ ପାଲଙ୍ଗ ପଂଚାୟତ ସ୍ଥାନ ଦେଇଥିବା କ୍ୟାବିନେଟରେ ନିସ୍ଵତୀ ହୋଇଥିଲା l ଏହି ପରିପଖିରେ ପୋଇରାଶି ପଂଚାୟତ ବଡ଼ ରାମଚନ୍ଦ୍ରପୁର କଲ୍ୟାଣ ମଣ୍ଡପ ଠାରେ ପୂର୍ବତନ ବ୍ଲକ ଅଧକ୍ଷ ସୁରଥ ପହାନଙ୍କ ଅଧକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ମାନ୍ୟବର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ,ଉପାଧ୍ୟାକ୍ଷ ଅନ୍ତର୍ଯ୍ୟାମୀ ବେହେରା, 14 ନମ୍ବର ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ସ୍ୱାଇଁ, 15 ନ ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ସରପଞ୍ଚ ରବୀନ୍ଦ୍ର ନାଥ ବେହେରା, ପ୍ରମୁଖ ଉପସ୍ଥିତ ଥିଲେ l ମୁଖ୍ୟମନ୍ତ୍ରୀ ତିନୋଟି ଜିନିଷ ତଥା ଶିକ୍ଷା, ସ୍ୱାସ୍ଥ୍ୟ ଏବେ ପିଇବା ପାଣି ଆଉ ଚାଷ ଜମି କୁ ପାଣିକୁ ସବୁବେଳେପ୍ରାଥମିକତା ଦେଇ ଆସୁଥିବା ବିଧାୟକ ନିଜ ବକ୍ତବ୍ୟ କହିଥିଲେ l 2018 ରେ ଆରମ୍ଭ ହୋଇଥିବା ଏହି ବସୁଧା ଯୋଜନl ମେଗା ଜଳ ପ୍ରକଳ୍ପରେ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ବ୍ଲକର 55 ଖଣ୍ଡ ଗ୍ରାମ ଲୋକ ଉପକୃତ ହୋଇଥିବା ବେଳେ ଏହି ବ୍ଲକର ଆଉ ତିନୋଟି ପଂଚାୟତର 26ଟି ଗ୍ରାମର ପ୍ରାୟ 14 ହଜାରରୁ ଉର୍ଦ୍ଧ ଲୋକ ପିଇବା ପାଣି ସହଜରେ ପାଇ ପାରିବେ ବୋଲି ବିଧାୟକ ଗଣମାଧ୍ୟମକୁ ସୂଚନା ଦେଇଥିଲେ l ସମସ୍ତ ଗ୍ରାମରେ ଓଭର ହେଡ଼ ଟ୍ୟାଙ୍କ ଦ୍ୱାରା ଜଳ ଯୋଗାଣ କରାଯିବ ବୋଲି ଅଧକ୍ଷା ପ୍ରଧାନ ସୂଚନା ଦେଇଛନ୍ତି l ଏଥିପାଇଁ ବିଧାୟକ ବେହେରା ଓ ଅଧକ୍ଷାଙ୍କ ସମେତ ସମସ୍ତ ପଞ୍ଚାୟତ ବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ l ନୟାଗଡ ଋଷୁକୁଲ୍ୟା ନଦୀରୁ ଜଗନ୍ନାଥ ପ୍ରସାଦ ଦେଇ ବୁଗୁଡ଼ା, ପୋଲସରା ପୁରସ୍ତମ ପୁର ହୋଇ ଖଣ୍ଡଦେଉଳି, ପୋଇରାଶି ଓ ପାଲଙ୍ଗ ଆଦି ଅଂଚଳକୁ ଜଳ ଯୋଗାଣ ହେବ ବୋଲି ବିଧାୟକ ବେହେରା କହିଥିଲେ l