ଆଜିର ଖବର..
୧-ନିର୍ବାଚନମଣ୍ଡଳୀ ପୁନର୍ଗଠନ, ଭାଙ୍ଗିବ ବଡ଼ ଲୋକସଭା କ୍ଷେତ୍ର। ଗଞ୍ଜାମରେ ତିନି,କଟକ ଓ ମୟୂରଭଞ୍ଜରେ ଦୁଇ ଲୋକ ସଭା ଆସନ।
୨-ଭୁବନେଶ୍ୱର:ବର୍ଷକରେ ୨୩୦ ସରକାରୀ ବାବୁଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ରୁଜୁ, ୧୦ କୋଟିରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ଜବତ।
୩-ରାଜ୍ୟରେ ଆଗାମୀ ୫ ଦିନ ଯାଏ କାଳବୈଶାଖୀ ସମ୍ଭାବନା,ବିଜୁଳି ଘଡଘଡି ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି।
୪-ଓଡ଼ିଶାର ସଂସ୍କୃତି ପରମ୍ପରାକୁ ନେଇ ଆସୁଛି ଓଡ଼ିଆ ପକ୍ଷ; ୧ ଅପ୍ରେଲରୁ ୧୪ ଯାଏ ଚାଲିବ ଭାଷା, ସାହିତ୍ୟ, କଳା ଓ ପାରମ୍ପରିକ ଖାଦ୍ୟର ମହୋତ୍ସବ।
୫-କଟକ:୮୩ ବର୍ଷୀୟା ଅସହାୟ ମା’ଙ୍କୁ ହାଇକୋର୍ଟ ଦେଲେ ନ୍ୟାୟ:ଭରଣ ପୋଷଣ ଆଦେଶ ବିରୋଧରେ ଅପିଲ କରିପାରିବେ ନାହିଁ ପିଲାମାନେ।
୬-ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା:ଅସାଧୁ ବେପାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ।
୭-ଇଣ୍ଡିଆନ ଏକ୍ସପ୍ରେସ୍ ର ୧୦୦ ପ୍ରଭାବଶାଳୀ ଭାରତୀୟଙ୍କ ତାଲିକାରେ ଓଡ଼ିଶାର ଗର୍ବ; ସ୍ଥାନପାଇଛନ୍ତି ୩ ଓଡ଼ିଆ: ଧର୍ମେନ୍ଦ୍ର ପ୍ରଧାନ,ପି କେ ମିଶ୍ର ଓ ଶକ୍ତିକାନ୍ତ ଦାସ।
୮-ରାଜ୍ୟରେ ୪ ଲକ୍ଷ ୨୭ ହଜାର ୪୮୭ ଜଣ କ୍ଷତିଗ୍ରସ୍ତ ଫେରି ପାଇଛନ୍ତି ଚିଟଫଣ୍ଡ ଟଙ୍କା; ଗୃହରେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ।
୯-ସୋନପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚୋରାଚାଲାଣ ବେଳେ ୧୦୯୧ କିଲୋର ଗଞ୍ଜେଇ ସହ ଓ ୨୪୦ ବୋତଲ କଫ ସିରପ ଜବତ,୯ ଗିରଫ।
୧୦-ଓଡ଼ିଶାରେ ଲାଗୁ ହୋଇନି ଏସଆଇଆର, ଆଗୁଆ ତାଲିକାରୁ କଟିଗଲେଣି ସାଢ଼େ ୭ ଲକ୍ଷରୁ ଅଧିକ ଭୋଟର।
୧୧-ହୋଲସେଲ୍ ମାର୍କେଟରେ ଆଳୁ ଶସ୍ତା, ଖୁଚୁରା ବଜାରରେ ଚଢା ଦରରେ ବିକ୍ରି।କଳାବଜାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ।
୧୨-ରାବିସ୍ ଫ୍ରି ଭୁବନେଶ୍ୱର’ ଅଭିଯାନ ଆରମ୍ଭ; ୫୦,୦୦୦ କୁକୁରଙ୍କୁ ଆଣ୍ଟି-ରାବିସ୍ ଟୀକାକରଣ ଲକ୍ଷ୍ୟ।
୧୩-LPG ସଙ୍କଟରେ ଇଣ୍ଡକ୍ସନ୍ ଗାଏବ୍, ଷ୍ଟୋରରୁ ଗାଏବ, ଅନଲାଇନରେ ବି ଷ୍ଟକ୍ ଶେଷ।
୧୪-ଗୁଆହାଟୀ:ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ, CSKକୁ ଶୋଚନୀୟ ଭାବେ ହରାଇଲା ରାଜସ୍ଥାନ ରୟାଲ୍ସ।
୧୫-ଇରାନ ଓ ଆମେରିକା ଯୁଦ୍ଧ ପ୍ରଭାବ,ଭୁବନେଶ୍ୱର ବିମାନ ବନ୍ଦରରୁ ସିଙ୍ଗାପୁରକୁ ବିମାନ ସେବା ବାତିଲ,
୧୬-ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ନେଇ ଝଡ଼, ଦିଲ୍ଲୀରୁ ଓଡ଼ିଶା ସବୁଠି ସରଗରମ ରାଜନୀତି।
୧୭-କଠୋର ହେଲା ରେଳବାଇ : ବୈଧ କାରଣ ବିନା ଟ୍ରେନ ଚେନ୍ ଟାଣିଲେ ବର୍ଷେ ଜେଲ୍ ଦଣ୍ଡ।
୧୮-ପଶ୍ଚିମବଙ୍ଗରେ ୨୩ ଓ ୨୯ ଏପ୍ରିଲରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଭୋଟ ଗ୍ରହଣ,ଉଭୟ ଦିନ ସକାଳ ୭ଟାରୁ ମତଦାନ ଆରମ୍ଭ ହେବ।
୧୯- ୭୨୦୦୦ ତଳକୁ ଖସିଲା ସେନସେକ୍ସ: ୨୬ ମାସ ପରେ ବଜାରରେ ବଡ଼ ହ୍ରାସ, ନିବେଶକଙ୍କ ୯.୪୩ ଲକ୍ଷ କୋଟି ଟଙ୍କା ବୁଡ଼ିଲା।
୨୦-ନୂଆ ଦିଲ୍ଲୀ:୮୩,୮୬୭ ହ୍ଵାଟସଆପ ଆକାଉଣ୍ଟ ବ୍ଲକ୍।୩୯୬୨ ସ୍କାଇପ୍ ଆଇଡି ବ୍ଲକ୍।
୨୧-ମୁମ୍ବାଇ: ଡିଜିଟାଲ ଆରେଷ୍ଟ, ହାଇକୋର୍ଟ ବିଚାରପତି ହରାଇଲେ ୬ ଲକ୍ଷ ଟଙ୍କା।
୨୨-ଇରାନକୁ ଟ୍ରମ୍ପଙ୍କ ଧମକ: ହର୍ମୁଜ୍ ନ ଖୋଲିଲେ ଆକ୍ରମଣ ହେବ ତୀବ୍ର।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
