ଆଜିର ଖବର..

୧-ଓଡ଼ିଶା ଦିବସ ଠାରୁ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ପାଳନ ହେବ ଓଡ଼ିଆ ପକ୍ଷ,ରାଜ୍ୟ ସରକାରଙ୍କ ନିଷ୍ପତ୍ତି।
୨-ଦିଶିଲା ଚାନ୍ଦ, ଆଜି ପାଳିତ ହେବ ଇଦ ଉଲ ଫିତର।
୩-ପୁରୀ: ଶ୍ରୀଜିଉମାନଙ୍କର ଖସାପଡା ନୀତି, ଅପରାହ୍ନ ୫ଟାରୁ ରାତି ୧୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ।
୪-ଭବାନୀପାଟଣା ଓ ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ।
୫-ଓପିଏସସି ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି, ମୋଟ ୧୦୦ ମାର୍କ ବଦଳରେ ୯୪ ମାର୍କ ପ୍ରଶ୍ନପତ୍ର।
୬-ମା’ ବିରଜା ପୀଠରେ ଧସେଇ ପଶିଲେ ବିଦେଶୀ ପଯ୍ୟଟକ, ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ
୭-ଭୁବନେଶ୍ୱର:୪୦ ଡିଗ୍ରୀ ଉପରେ ୮ ସହର,ବୈ।ଦ୍ଧ ସବୁଠୁ ଉତ୍ତପ୍ତ।
୮-ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୫୦ ହଜାର ଲୋକଙ୍କୁ ମିଳିବ ଘର।
୯-ପୁରୀ:ଆଜିଠୁ ୪ ଦିନ ବନ୍ଦ ରହିବ ରତ୍ନଭଣ୍ତାର ମରାମତି କାର୍ଯ୍ୟ।
୧୦-ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ।ମୃତ ଛାତ୍ରଙ୍କ ନାଁ ତାପସ ରଞ୍ଜନ ନାୟକ।
୧୧-ଢେଙ୍କାନାଳ:ଧରାହେଲା ୧୦ ଜଣିଆ ଚୋର ଗ୍ୟାଙ୍ଗ, ଲୁଟ୍ ପାଇଁ ମଦଭାଟିକୁ କରୁଥିଲେ ଟାର୍ଗେଟ।
୧୨-ଏବେ ବର୍ଷକୁ ୨ଥର ହେବ ମାଟ୍ରିକ୍ ପରୀକ୍ଷା, ୧୦ମ ଓ ଦ୍ୱାଦଶ ଶ୍ରେଣୀ ନିମନ୍ତେ ନୂଆ ସିଲାବସ୍ ଜାରି କଲେ CBSE।
୧୩-ମାଲକାନଗିରି:୫୦ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ, ନାଁରେ ଥିଲା ୬୮ ଲକ୍ଷ ଟଙ୍କା ପୁରସ୍କାର।
୧୪-ହିମାଚଳପ୍ରଦେଶର ମଣିକର୍ଣ୍ଣ ଅଞ୍ଚଳରେ ଭୂସ୍ଖଳନ, ୬ ମୃତ।
୧୫-କାମାକ୍ଷା ଏକ୍ସପ୍ରେସ ଟ୍ରେନ ଲାଇନଚ୍ୟୁତ ଘଟଣା: ତଦନ୍ତ କରିବେ ରେଳ ସୁରକ୍ଷା ଆୟୁକ୍ତ, ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ।
୧୬-ବିଶାଖାପାଟଣା:ଷ୍ଟାର୍କ, କୁଲଦୀପଙ୍କ ବୋଲିଂ ସଫଳତା; ଦିଲ୍ଲୀର ୨ୟ ବିଜୟ।
୧୭-ଗୁଆହାଟୀ:ହସରଙ୍ଗା,ରାଣାଙ୍କ ରାଜୁତି; ଚେନ୍ନାଇକୁ ହରାଇଲା ରାଜସ୍ଥାନ।
୧୮-ୟାଙ୍ଗନ:ମିଆଁମାର ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୧୭୦୦ ଛୁଇଁଲା।
୧୯-ପାକିସ୍ତାନରେ ୧୨ ଆତଙ୍କବାଦୀ ନିପାତ,୧୦ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ଉତ୍ତଜନା।
୨୦-କଥା ନ ମାନିଲେ ବୋମା ବର୍ଷିବ, ଇରାନକୁ ଏମିତି ଚେତାବନୀ ଦେଲେ ଟ୍ରମ୍ପ।
*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*