April 2, 2025

କୋଲନରା ବ୍ଲକରେ ଅନ୍ତ୍ୟେ।ଦୟ ଗୃହ ଯୋଜନାର ଶୁଭାରମ୍ଭ

Share

 

କୋଲନରା:( ସଞ୍ଜୀବ କୁମାର କଣ୍ଡାଗରୀ )ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ପ୍ରଶାସନ ପକ୍ଷରୁ ସଦର ଜଗଡଦମ୍ବା ଉଚ୍ଚ ବିଦ୍ୟାଳୟ ସ୍ଥିତ ମିନି ଷ୍ଟାଡିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅନ୍ତ୍ୟେ।ଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ କୋଲନରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ହଳଧର ହିମିରିକା, ଜିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ବର ନାଇଡୁ, ଜିଲ୍ଲା ପରିଷଦ ସଭ୍ୟା ସୁନିତା ତାଡିଙ୍ଗି, ଏମ ପି ପ୍ରତିନିଧି ଆଇ ଗୋବର୍ଦ୍ଧନ ରାଓ, ବିଡ଼ିଓ ରୀନା ପ୍ରଧାନ, ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ, ବିଇଓ ମଞ୍ଜୁଲତା ଜେନା, ବିଭିନ୍ନ ପଞ୍ଚାୟତ ର ସମିତି ସଭ୍ୟ ସଭ୍ୟା,ଓ ସରପଞ୍ଚ ମାନେ ଯୋଗ ଦେଇଥିଲେ। ଏହି ଯୋଜନାରେ ମୁଖ୍ୟତଃ ଭିନ୍ନକ୍ଷମ, ବିଧବା, ରୋଗାକ୍ରାନ୍ତ, ସହିଦ ପରିବାର, ଘରପୋଡି, ହାତୀ ଉପଦ୍ରବ, ବନ୍ୟା ବାତ୍ୟା ରେ କ୍ଷତିଗ୍ରସ୍ତ ଯୋଗ୍ୟ ପରିବାର ଙ୍କୁ ଅଗ୍ରାଧିକାର ଭିତ୍ତିରେ ଗୃହ ମଞ୍ଜୁର ହୋଇ ଥିବା ଜଣା ପଡ଼ିଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନକୀ ବାତ ବାର୍ତ୍ତା ଓ ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାରା ଆଜି କଳାହାଣ୍ଡି ଠାରେ ଆୟୋଜିତ ଏହି ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମର ଆଭାଷୀ ସ୍କ୍ରିନ ରେ ସିଧା ପ୍ରସାରଣ ଦେଖୁଥିଲେ। ଏହି ପରିପ୍ରେକ୍ଷୀରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ବ୍ଲକରେ ଆଜି ଏହି ଯୋଜନାର ଶୁଭାରମ୍ଭ ହୋଇଯାଇଛି।କୋଲନରା ବ୍ଲକରେ ୨୬୯ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରା ଯାଇଛି। ବିଡ଼ିଓ ଶ୍ରମତୀ ପ୍ରଧାନଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ସେକ୍ସନ ଅଫିସର ଅରୁଣ କୁମାର ପାଢୀ, ବିଏଫଓ ଗଣେଶ୍ୱର ଭଟ୍ଟ, ଜିପିଡ଼ିଓ ପ୍ରଶାନ୍ତ କୁମାର ପାଢୀ, ଡବ୍ଲ୍ୟୁଇଓ ଦେବାଶିଷ ମୁଣ୍ଡ, ଏମ ଆଇ ଅନୀଲ କୁମାର ଗମାଙ୍ଗ, ବିଏସଏସଓ ପ୍ରଭାତ କୁମାର ଶବର, ଓଏଲଏମ ବି ପି ଏମ ବର୍ଷା ପ୍ରିୟଦର୍ଶିନୀ ପ୍ରଧାନ, ଆର ଡବ୍ଲ୍ୟୁ ଏସ ଏସ ସହକାରୀ ଯନ୍ତ୍ରୀ ଶୁଭଦର୍ଶିନୀ ପଟ୍ଟନାୟକ, ଏପିଓ ସୁମିତ୍ରା ପାଣିଗ୍ରାହୀ ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ପ୍ରଦୀପ ନାୟକ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ, ଆଗ୍ନିସମ ବିଭାଗ, ବହୁ ବିଜେପି କର୍ମୀ ଙ୍କ ସମେତ ୮ଶହ ରୁ ଉର୍ଦ୍ଧ୍ବ ଲୋକ ଉପସ୍ଥିତ ଥିଲେ।ଦୁର୍ଭାଗ୍ୟ ର ବିଷୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ କାର୍ଯ୍ୟକ୍ରମ କୁ ଚାନ୍ଦିଲି ଥାନା ପୋଲିସ ଅଣଦେଖା କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।ବ୍ଲକ ପ୍ରଶାସନ କୋଲନରା କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ କରି ଚାନ୍ଦିଲି ଥାନା ଅଧିକାରୀ ଙ୍କୁ ଚିଠି କରିଥିବା ବେଳେ ମଧ୍ୟ ଅନ୍ତ୍ୟେ।ଦୟ ଗୃହ ଯୋଜନା ରେ ଅନୁପସ୍ଥିତି ଥିବା ସାଧାରଣ ରେ ନିନ୍ଦା ହୋଇଛି ।ଏହିଭଳି ଅସୁବିଧା କୁ ନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି ।