April 2, 2025

ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ। 

Share

 

ଖୋର୍ଦ୍ଧା,୩୦/୦୩(ଉପାନ୍ତ ଖବର) ରାଜ୍ୟ ଓ କେନ୍ଦ୍ର ସରକାର ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ରବିବାର ଦିନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟକ୍ରମ ଶୁଭାରମ୍ଭ ଏଲ ଇ ଡି ମାଧ୍ୟମରେ କରିଛନ୍ତି । ବୋଲଗଡ଼ ପଞ୍ଚାୟତ ସମିତି ପରିସରରେ ମଣ୍ଡଳ ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଲ ଇ ଡି ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସିଧାପ୍ରସାରଣ କରାଯାଇଥିଲା । ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ ମାଧ୍ୟମରେ ଗରିବ ତଥା ଅସହାୟ ଲୋକମାନଙ୍କର ବିକାଶ ନିମନ୍ତେ ଅଭିଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୋଲଗଡ଼ ବ୍ଲକ୍ ଅଧ୍ୟକ୍ଷା ହୁଲାସ ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ , ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ , ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର ରାୟଗୁରୁ , ସୁନନ୍ଦିତା ସାହୁଙ୍କ ସମେତ ବ୍ଲକ ଅଧୀନରେ ଥିବା ୧୯ଗୋଟି ପଞ୍ଚାୟତର ସରପଂଚ ,ସମିତିସଭ୍ୟ ମାନେ ଉପସ୍ଥିତ ରହିଥିଲେ । ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ବିଡିଓଙ୍କ ପ୍ରଚେଷ୍ଟାରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ମଧ୍ୟ ଏହି କାର୍ଯ୍ୟକ୍ରମରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ଵ ମହିଳା ଓ ପୁରୁଷ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ତ୍ୟୋଦୟ ଗୃହ ଯୋଜନା ପାଇଁ ବିସ୍ତୃତ ଭାବେ ଷୋହଳ ଗୋଟି ମାର୍ଗଦର୍ଶିକା ଜାରି କରାଯାଇଥିବା ବେଳେ ସମସ୍ତ ଜିଲ୍ଲାପାଳ ଓ ବିଡିଓଙ୍କୁ ଏହି ମାର୍ଗଦର୍ଶିକା ପଠାଯାଇଛି । ଏହି ଯୋଜନା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ଅତିଗରିବ ଅସହାୟ , ବିଧବା , ଶାରୀରିକ ଭିନ୍ନକ୍ଷମ , ସ୍ଵାମୀ ପରିତ୍ୟକ୍ତା ମହିଳା ,ବାସହୀନ ଆଦି ହିତାଧିକାରୀ ମାନଙ୍କ ପାଇଁ ଏହି ଯୋଜନାରେ ପ୍ରାଥମିକତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଅଭିଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଡିଓ ଦୁଇ ଶହ ପନ୍ଦର ଜଣ ହିତାଧିକାରୀଙ୍କୁ ଚାଳିଶି ହଜାର ଟଙ୍କାର କାର୍ଯ୍ୟାଦେଶ ପ୍ରଦାନ କରିବା ସହିତ ଦ୍ୱିତୀୟ କିସ୍ତି ୬୫ ହଜାର , ତୃତୀୟ କିସ୍ତି ୧୫ ହଜାର ଟଙ୍କା ଓ ସର୍ବମୋଟ ଏକ ଲକ୍ଷ କୋଡିଏ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ବୁଝାଇଥିଲେ । ଏଥି ସହିତ ଚାରି ମାସ ଭିତରେ ଗୃହକାର୍ଯ୍ୟ ସମ୍ପୂର୍ଣ କଲେ ପ୍ରୋତ୍ସାହନ ରାଶି ଭାବେ ଅଧିକ ୨୦ ହଜାର , ଛମାସ ମଧ୍ୟରେ ସମୂର୍ଣ୍ଣ କଲେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ସାଂସଦ , ବିଧାୟକ ଓ ବିଡିଓ ମତ ରଖିଥିଲେ । ସେହିପରି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ପ୍ରକୁତ ହିତାଧିକାରୀ ମାନଙ୍କ ଘର ବୁଲି ଦେଖିଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଲକର ଅତିରିକ୍ତ ବିଡ଼ିଓ ରତିକାନ୍ତ ମିଶ୍ର ସଂଯୋଜନା କରିଥିବା ବେଳେ ବଂଶୀଧର ସଙ୍ଗୀତ ମହାବିଦ୍ୟାଳୟର ସମ୍ପାଦକ ଅବିନାଶ କୁମାର ସୁବୁଦ୍ଧି ମଞ୍ଚ ପରିଚାଳନା କରିଥିଲେ । ଏଥିରେ ସଙ୍ଗୀତ ମହାବିଦ୍ୟାଳୟର ସୁନାମ ଧନ୍ୟ ତଥା ପ୍ରଥାନା ଚ୍ୟାନେଲର ବିଜୟୀ ପ୍ରତିଭା ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।