April 2, 2025

ଆଭାସୀ ମାଧ୍ୟମରେ ଅନ୍ତ୍ୟୋଦୟ ଗୃହ ଯୋଜନା ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ..

Share

 

ନୀଳଗିରି ( ଦେବାଶିଷ ଦାଶ )

ଓଡିଶା ସରକାରଙ୍କର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ଅନ୍ତ୍ୟୋଦୟ ଗୃହ ଯୋଜନା କୁ ଓଡିଶା ରାଜ୍ୟର ଭବାନୀ ପାଟଣା, କଳାହାଣ୍ଡି ଜିଲ୍ଲାରେ, ଉକ୍ତ ଯୋଜନା କୁ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ କର କମଳ ରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି।ଏହି ଅବସର ରେ ନୀଳଗିରି ବ୍ଳକ ରେ ଉକ୍ତ ଯୋଜନାର ଶୁଭାରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ନୀଳଗିରି ଇଣ୍ଡୋର ଷ୍ଟାଡିୟମ ପରିସରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | ଆଭାସୀ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ଓଡ଼ିଶାର ମାନ୍ୟବର ମୁଖ୍ୟ ମନ୍ତ୍ରୀ ।

ନୀଳଗିରି ବ୍ଳକ ର ବିଭିନ୍ନ ପଞ୍ଚାୟତ ରୁ ଶତାଧିକ ହିତାଧିକାରୀ, ଆଵାଳ ବୃଦ୍ଧ ବନିତା ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । ବିଶେଷ ଭାବେ ପ୍ରତି ଗରିବ ଲୋକଙ୍କ ଖଣ୍ଡିଏ ପକ୍କା ଘର ଆଶା ପୂରଣ ହେବା ସହିତ ଓଡିଶା ବିକଶିତ ହେବ ବୋଲି କୁହାଯାଉଥିବା ବେଳେ, ଆସନ୍ତା ୫ ବର୍ଷ ଭିତରେ ବାକି ରହିଯାଇଥିବା ଯୋଗ୍ୟ ହିତାଧିକାରୀ ଅନ୍ତ୍ୟୋଦୟ ଗୃହ ଯୋଜନା ମାଧ୍ୟମରେ ପକ୍କା ଘର ପାଇବେ ବୋଲି ସରକାରଙ୍କ ଦୁରଦୃଷ୍ଟି ରହିଛି ବୋଲି କୁହାଯାଇଛି।ଆଜି ଏହି କାର୍ଯ୍ୟକ୍ରମକୁ ନୀଳଗିରି ମାନ୍ୟବର ବିଧାୟକ , ସନ୍ତୋଷ କୁମାର ଖଟୁଆ ଆନୁଷ୍ଠାନିକ ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଜ୍ୟୋଳନ କରି ଶୁଭାରମ୍ଭ କରିଥିଲେ ।

୫ଜଣ ଯୋଗ୍ୟ ହିତାଧିକାରୀ ଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ସହିତ ୪୦ ହଜାର ଟଙ୍କା ଲେଖାଏଁ ପ୍ରଥମ କିସ୍ତି ପ୍ରୋତ୍ସାହନ ରାଶି ଦିଆଯାଇଥିଲା । ଅନ୍ୟ ଯୋଗ୍ୟ ହିତାଧିକାରୀ ମାନଙ୍କ ପାସ ବହିକୁ ପରବର୍ତ୍ତୀ ସମୟରେ ଟଙ୍କା ପଠା ଯିବାର ସୂଚନା ମିଳିଛି | ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ,

ନୀଳଗିରି ବ୍ଳକ ବିଡ଼ିଓ ବିକ୍ରମ କେଶରୀ ପରିଡ଼ା, ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ବ୍ଳକ ଉପାଧ୍ୟକ୍ଷ ଜ୍ୟୋତିର୍ମୟ ପୋଥାଳ, ଜିଲ୍ଲାପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ , ରଞ୍ଜିତା ସିଂ,

ସହକାରୀ ଯନ୍ତ୍ରୀ ଶରତ ଚନ୍ଦ୍ର ଉପାଧ୍ୟାୟ, ପଞ୍ଚାୟତ ର ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି, ସରପଞ୍ଚ, ସମିତି ସଭ୍ୟ, ବିଭାଗୀୟ ଅଧିକାରୀ, କୃତିବାସ ବେହେରା, ନୀଳଗିରି ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।