April 2, 2025

ମାତାପିତା ସାହିତ୍ୟ ସଂସଦ ଓ ପାଠାଗାରର ବାର୍ଷିକ ଉତ୍ସବ 

Share

 

ନୀଳଗିରି ( ଦେବାଶିଷ ଦାଶ )

ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ବାଙ୍କିପଦା,ଈଶ୍ବରପୁର, ବାହାନଗା, ବାଲେଶ୍ବରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି କବି ଲୋଚନ ବେହେରାଙ୍କ ବାସଭବନ ପରିସରରେ ଅନୁଷ୍ଠିତ ସଭାରେ ସମ୍ପାଦକ ମୁକ୍ତିକାନ୍ତ ମିଶ୍ର ଓ ଅନ୍ୟ କର୍ମକର୍ତ୍ତା ମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ଉତ୍କଳ ସଂସ୍କୃତ ବିଶ୍ବବିଦ୍ୟାଳୟର ସଦସ୍ୟ ଇଂ ଅଭୟ ସୂତାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନ ଥିଲା ସ୍ମୃତି ଚାରଣ ସଭା । ଏଥିରେ ଫକୀରମୋହନ ସାହିତ୍ୟ ପରିଷଦର ପ୍ରାକ୍ତନ ସଦସ୍ୟ ଡ.ସାରଙ୍ଗଧର ତ୍ରିପାଠୀ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା କବି କରୁଣାକର ସ, ଶିକ୍ଷୟିତ୍ରୀ ତଥା କବି ଜାନକୀ ପାଢ଼ୀ ଏବଂ ସୁ ସାହିତ୍ଯିକା ସଞ୍ଜୁକ୍ତା ବଳ ନାୟକ ମଞ୍ଚାସୀନ ହୋଇ ସ୍ମୃତି ଚାରଣ କରିଥିଲେ । ଉପସ୍ଥିତ କବି ମାନେ କବିତା ଓ ବକ୍ତବ୍ୟ ମାଧ୍ୟମରେ ସ୍ମୃତି ଚାରଣ କରିଥିଲେ ।

ଦ୍ବିତୀୟ ଅଧିବେଶନ ଥିଲା ସାହିତ୍ୟ ମଞ୍ଚ । ଏହି ସାହିତ୍ୟ ମଞ୍ଚ ସଭାରେ ସଭାପତିତ୍ବ କରିଥିଲେ ଫକୀରମୋହନ ସାହିତ୍ୟ ପରିଷଦର ପ୍ରାକ୍ତନ ସଭାପତି ଡ଼. ଶିରୀଶ ଚନ୍ଦ୍ର ଜେନା । ବରେଣ୍ଯ ଅତିଥି ଭାବେ ଫକୀରମୋହନ ସାହିତ୍ୟ ପରିଷଦର ପ୍ରାକ୍ତନ ସଭାପତି ଡ.ଲକ୍ଷ୍ମୀକାନ୍ତ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ରେମୁଣା ସାହିତ୍ୟ ପରିଷଦର ସମ୍ପାଦକ ଡ଼.ଭାଗବତ ପ୍ରସାଦ ଦାସ, ଫକୀରମୋହନ ସାହିତ୍ୟ ପରିଷଦର ସମ୍ପାଦକ ଡ଼.ରତ୍ନାକର ସିଂହ ଏବଂ ଚେତନା ସାହିତ୍ୟ ସଂସଦର ସମ୍ପାଦକ ଶରତ ଚନ୍ଦ୍ର ମହାପାତ୍ର ଓ ପଣ୍ଡିତ ନିରଞ୍ଜନ ସାହୁ । ଏଥିରେ ବହୁ କବି କବୟିତ୍ରୀ ଯୋଗଦେଇ କବିତା ପାଠ କରିଥିଲେ । କବିତା ସଂଯୋଜନା କରିଥିଲେ କବି ଲମ୍ବୋଦର ନନ୍ଦ ଏବଂ ଭଦ୍ରକ ଜିଲ୍ଲାର ଘରେ ଘରେ ସୁପରିଚିତ ସୁ କବୟିତ୍ରୀ ଓ ସମାଜସେବୀ ସଞ୍ଜୁକ୍ତା ବଳ ନାୟକ । ଶ୍ରୀମତୀ ବଳ ନାୟକଙ୍କ ସ୍ମୃତି ଚାରଣ, କବିତା ସଂଯୋଜନା ଓ ସାହିତ୍ୟ ବକୃତା ସମସ୍ତଙ୍କ ହୃଦୟ ସ୍ପର୍ଶ କରିଥିଲା । ପିଲା ମାନଙ୍କ ସ୍ବାଗତ ସଙ୍ଗୀତ ପରିବେଷଣରେ ମୁଗ୍ଧ ହୋଇ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜାନକୀ ଖୁସିରେ ଅର୍ଥରାଶି ପ୍ରଦାନ କରିଥିଲେ । ଏଥିରେ ଜୟନ୍ତ କୁମାର ସାମଲ, କରୁଣାକର ବିଶ୍ବାଳ, ବସନ୍ତ କୁମାର ପରିଡ଼ା, ସ୍ବପ୍ନାରାଣୀ ଆଚାର୍ଯ୍ୟ, ଗୋଲକ ପ୍ରସାଦ ବୈୟାରୀ, ଶ୍ରଦ୍ଧାଞ୍ଜଳି ଖମାରୀ, ନରେନ୍ଦ୍ର ପ୍ରସାଦ ବେହେରା, ପ୍ରଶାନ୍ତ କୁମାର ବେହେରା, ସଞ୍ଜୁକ୍ତା ସାମଲ, କ୍ଷଣପ୍ରଭା ଧଳ, ଶାନ୍ତିଲତା ସେଠୀ, ଶୁଭସ୍ବପ୍ନା ମଳିକଙ୍କ ସମେତ ଅନେକ କବି କବିତା ପାଠ କରିଥିଲେ । ଅତିଥି ମାନଙ୍କ ଦ୍ବାରା ମୁଖପତ୍ର ” ସ୍ମୃତି ସୁମନ ” ଓ ” ଲଳିତ ଲୋଚନ ” ଉନ୍ମୋଚିତ ହୋଇଥିଲା । ପରେ ପରେ ଶରତ ଚନ୍ଦ୍ର ମହାପାତ୍ର, ରଙ୍ଗାଧର ପାଢ଼ୀ, ସ୍ବପ୍ନାରାଣୀ ଆଚାର୍ଯ୍ୟ ଓ କ୍ଷଣପ୍ରଭା ଧଳଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ମଞ୍ଚାସୀନ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ମାନପତ୍ର ପାଠ ଓ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା ..