November 15, 2024

ମା’ ମଙ୍ଗଳା ଉ:ପ୍ରା ବିଦ୍ୟାଳୟର ଶିକ୍ଷକଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା 

Share

 

ହାଟଡ଼ିହି,୩୧।୦୩

କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଶାଳଣିଆଁ ଅଂଚଳର ମା’ ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୋଦ କୁମାର ଦ୍ୱିବେଦୀ ଓ ସହକାରୀ ଶିକ୍ଷକ ନିରାକାର ନାୟକ ସରକାରୀ ଚାକିରୀ ରୁ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ବିଦ୍ୟାଳୟର ର ସଭା କକ୍ଷରେ ଏକ ଅବସରକାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ପରିଚାଳନା କମିଟି ତଥା ବର୍ତ୍ତମାନ ଓ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ ଉତ୍ସବରେ ହାଟଡ଼ିହି ଶିକ୍ଷକ ମିଳିତମଞ୍ଚ ର ସଭାପତି ଶ୍ରୀଯୁକ୍ତ ହରମୋହନ ପଣ୍ତା ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସୁରଥ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ସହ ଗୋଷ୍ଠୀ ଶିକ୍ଷାଧିକାରୀ ସୁରେଶ କୁମାର ଜେନା ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ ସହ ଗୋଷ୍ଠୀ ଶିକ୍ଷାଧିକାରୀ ବିନୋଦ କୁମାର ରାଉତ, ମିଳିତ ମଞ୍ଚ ର ସଂଯୋଜକ ଶ୍ରୀଯୁକ୍ତ ମିହିର କୁମାର ପଣ୍ତା, କେନ୍ଦୁଝର ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ର ପୂର୍ବତନ ଜିଲ୍ଲା ସମ୍ପାଦକ ଅନ୍ତର୍ଯ୍ୟାମୀ ରାଉତ ଯୋଗ ଦେଇଥିଲେ । ଅତିଥି ମାନେ ସେବା ନିବୃତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦ୍ୱିବେଦୀ ଓ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ନାୟକଙ୍କ ସୁଗୁଣାବଳୀ ବର୍ଣ୍ଣନା କରିବା ସହିତ ଅନୁଷ୍ଠନ ପ୍ରତି ଥିବା ସେମାନଙ୍କର ନିଷ୍ଠା ଓ ସେବା ସମ୍ପର୍କରେ ଆଲୋକପାତ କରିଥିଲେ । ବିଶେଷକରି ଶିକ୍ଷକତା ପ୍ରତି ଥିବା ସେମାନଙ୍କର ଆଗ୍ରହ ଓ ଛାତ୍ରଛାତ୍ରୀଙ୍କ ପ୍ରତି ସ୍ନେହ, ବକ୍ତାମାନେ ତାହା ଉଦାହରଣ ଦେଇ ପ୍ରତିପାଦନ କରିଥିଲେ । ପ୍ରଧ୍ୟାପକ ମିହିର୍ କୁମାର ପଣ୍ତା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅନ୍ତର୍ଯ୍ୟାମୀ ରାଉତ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶାଳଣିଆଁ ଗ୍ରାମ ପଞ୍ଚାୟତର ସରପଞ୍ଚ ସୁମିତ୍ରା ଯେନା, ସମିତି ସଭ୍ୟ ଦିବ୍ୟରଞ୍ଜନ ଯେନା, ବିଦ୍ୟାଳୟ ପରିଚାଳନା କମିଟି ର ପୂର୍ବତନ ସମ୍ପାଦକ ରମାକାନ୍ତ ଦ୍ୱିବେଦୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରମେଶ ଚନ୍ଦ୍ର ଜେନା ,ଆଞ୍ଚଳିକ ସାଧନ କେନ୍ଦ୍ର, ଶାଳଣିଆଁର ସଂଯୋଜକ ଯତିବ୍ରତ ସ୍ୱାଇଁ ପ୍ରମୁ୍ଖ ଯୋଗ ଦେଇଥିବାବେଳେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଗ୍ରାମବାସୀ, ପୁରାତନ ଓ ବର୍ତ୍ତମାନ ଅଧ୍ୟୟନରତ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଉଲେଖ ଥାଉକି ଶ୍ରୀଯୁକ୍ତ ଦ୍ୱିବେଦୀ ୧୯୮୮ ମସିହାରୁ ଓ ଶ୍ରୀଯୁକ୍ତ ନାୟକ ୧୯୯୦ ମସିହାରୁ ସେମାନଙ୍କର ଶିକ୍ଷକତା ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରି ଏବେ ଅବସର ଗ୍ରହଣ କରିଛନ୍ତି । ବିଶେଷକରି ଅତିଥିମାନେ ଉଭୟ ଶିକ୍ଷକକୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ପରିଶେଷରେ ରମାକାନ୍ତ ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ ।

କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।

You may have missed