July 21, 2026
IMG-20230331-WA0013
Share

ଅସ୍ତରଙ୍ଗ,,ପୁରୀ ଜିଲ୍ଲା ର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ପିର ଜହାନିଆଁ ବେଳା ଭୂମିରେ, ରାମ ନବମୀ ଠାରୁ ପାଲା ଉତ୍ସବ ଆରମ୍ଭ ହୋଇଛି । ଏହି ପାଲା ଉତ୍ସବ ପାଞ୍ଚଦିନ ଧରି ଚାଲିବ । ବିଗତ ବର୍ଷ ମାନଙ୍କରେ ପାଲା ପରିବେଷଣ, ଦୁଇ ଦଳ ମଧ୍ୟରେ ପ୍ରତିଯୋଗିତା ମୂଳକ ହୋଇ ପାଲା ପରିବେଷଣ ହେଉଥିଲା ବେଳେ, କରୋନା ନେଇ ଦୁଇ ବର୍ଷ ବନ୍ଦ ଥିବାରୁ ଚଳିତ ବର୍ଷ ଗୋଟିଏ ଗୋଷ୍ଟି ପାଲା କଳା କାରଙ୍କ ଦ୍ଵାରା କାର୍ଯ୍ୟ ସମ୍ପାଦାନ କରିବା ପାଇଁ ପାଲା କମିଟି ନିଷ୍ପତି ନେବା ପରେ, ନିଖିଳ ଉତ୍କଲ ପାଲା ପରିଷଦ ର ପୁରୁଖା ଗାୟକ,ଶ୍ରୀ ତ୍ରିଲୋଚନ ବେହେରା,ଓ ତାଙ୍କର ସାଥୀ ମାନଙ୍କର ପାଲା ପରିବେଷଣ ,ଉପସ୍ଥିତ ଥିବା ଶ୍ରୋତା ମାନଙ୍କୁ

ଖୁବ୍ ଆକର୍ଷିତକରିଥିଲା ।, ବାୟକ ଆଲୋକ କୁମାର ବାରିକ ଙ୍କ ମୃଦଙ୍ଗ ବାଦ୍ୟ ଖୁବ୍ ମନମୁଗ୍ଧକର ଥିବାର ଦେଖାଯାଇଥିଲା ।ସାଗର ମାର୍ଥା,ଶ୍ରବଣ ପ୍ରଧାନ,କବି ପ୍ରଧାନ,ଜାନୁ ପ୍ରଧାନ ଆଦି ପାଳିଆ ସେମାନଙ୍କର ନୃତ୍ୟ ଗୀତ ଆଦି ବେଶ୍ ଭଲ ଥିଲା ବେଳେ,ଏହି ପାଲାରେ ନିକଟ ହିନ୍ଦୁ ଓ ମୁସଲିମ ସଂପ୍ରଦାୟର ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ରହି ପାଲା ପରିବେଷଣ ଉପଭୋଗ କରିଥିଲେ । ଏହି ପାଲା ଦୀର୍ଘ ଚାଳିଶ ବର୍ଷ ଧରି ଏହି ପିର ପୀଠରେ ଅନୁଷ୍ଠିତ ହୋଇ ଆସୁଅଛି ବୋଲି,ପାଲା କମିଟି ସୂତ୍ରରୁ ଜଣା ପଡ଼ିଛି ।

ଦୁଃଶାସନ ନାୟକ,ଅସ୍ତରଙ୍ଗ

You may have missed