April 30, 2026

୭ମ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ …

IMG-20260131-WA0104
Share

 

 

ଖଇରା( ଦେବାଶିଷ ଦାଶ )

 

ବାଲେଶ୍ଵର ଜିଲ୍ଲା ଖଇରା ବିଇଓ ଅଧିନ ସରକାରୀ ପ୍ରାଥମିକ ବିଦ୍ୟାଳୟ, କୁଟିରପାଳ ପରିସରରେ କୁପାରି ଆଞ୍ଚଳିକ ସାଧନ କେନ୍ଦ୍ରାଧିନ ପ୍ରତ୍ୟେକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ନେଇ ତା ୩୧/୦୧/୨୬ ରିଖ ଶନିବାର ମାସିକ ବୈଠକ ସିଆରସିସି ଦାମୋଦର ମହାନ୍ତି ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହାବୀର ସିଂ ଲିୟାଙ୍ଗିଙ୍କ ଦ୍ବାରା ପରିଚାଳିତ ହୋଇଥିଲା । ଉକ୍ତ ଆଲୋଚନାରେ ଏଫଏଲଏନ ଓ ନିପୁଣ ଭାରତ ପ୍ରଭୃତି ବିଷୟରେ ପୁଙ୍ଖାନୁପୁଙ୍ଖ ସିଆରସିସି ଆଲୋଚନା କରିଥିଲେ । ଉକ୍ତ ଆଲୋଚନାରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଯଥା- ସନ୍ତୋଷ କୁମାର ଦକ୍ଷିଣରାୟ, ଜଗନ୍ନାଥ ମହାପାତ୍ର, ଅଜୟକୃଷ୍ଣ ମହାପାତ୍ର, ସୁଦର୍ଶନ ସେଠୀ, ଅଭୟ କୁମାର ମଲ୍ଲିକ, ସୁଜିତ୍ କୁମାର ନାଇକ, ଦୀନକୃଷ୍ଣ ଦାସ, ସଞ୍ଜୟ କୁମାର ଦାସ, ସଞ୍ଜୟ ଭଟ୍ଟରାୟ, ସନ୍ଧ୍ୟାରାଣୀ ବେହେରା, ବିଷ୍ଣୁପଦ ମହାରଣା, ଶାନ୍ତୁନୁ ଦେହୁରୀ, ଅରୁଣ କୁମାର ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ବିଦ୍ୟାଳୟର ସହକାରୀ ଶିକ୍ଷକ ରବିନାରାୟଣ ମହାରଣା ଓ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ମାନେ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ରବିନାରାୟଣ ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।।

You may have missed