March 8, 2026

ଜାନୁୟାରୀ ମାସର ବଡ଼କୋଦଣ୍ଡା କ୍ଲଷ୍ଟର ସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ

IMG-20260131-WA0102
Share

 

 

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବଡ଼କୋଦଣ୍ଡା କ୍ଲଷ୍ଟରର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ତା ୩୧/୧/୨୬ ଶନିବାର ଦିନ ବଡ଼କୋଦଣ୍ଡା କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅର୍ଥାତ୍ ୭ମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବଡ଼କୋଦଣ୍ଡା କ୍ଲଷ୍ଟର ସିଆରସିସି ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ବୈଠକରେ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଦନ ମୋହନ ରଥ ଓ ଏବିଇଓ ତଥା ବିଆରସିସି ସୂର୍ଯ୍ୟ ନାଇକ, ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ମିଶ୍ର ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିବା ସହ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ବଡ଼କୋଦଣ୍ଡା କ୍ଲଷ୍ଟରର ଅନ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଏଫ୍ ଏଲ୍ ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ। ଏବିଇଓ ଚରଣ ବେହେରା ଶେଷ ପର୍ଯ୍ୟାୟରେ ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ।

ଗତକାଲି ଅର୍ଥାତ୍ ୩୦/୧/୨୬ ଶୁକ୍ରବାର ଦିନ ବଡ଼କୋଦଣ୍ଡା କ୍ଲଷ୍ଟରର ବଡ଼କୋଦଣ୍ଡା ନୂଆସାହି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ରାଣୀ ତ୍ରିପାଠୀ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କ୍ଲଷ୍ଟର ସିଆରସିସି ଦ୍ଵିତୀକୃଷ୍ଣ ଲେଙ୍କା ଓ ସମ୍ମାନିତ ଅତିଥି ରୂପେ ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ବେହେରା ଓ ଏସ ଏଚ ଜି ସଭାପତି ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, ପାଚିକା ସହାୟିକା ଏବଂ ପୁରାତନ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ।

ସେହିପରି ଗତ ୧୨/୧/୨୬ ତାରିଖରେ ବଡ଼କୋଦଣ୍ଡା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏବଂ ଜବାହର ହାଇସ୍କୁଲ ଠାରେ ବନ୍ଦେ ମାତରଂ କାର୍ଯ୍ୟକ୍ରମ ସହିତ ବଡ଼କୋଦଣ୍ଡା କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ଅତିଥି ଯୋଗଦାନ କରିଥିଲେ ଯଥା କ୍ଲଷ୍ଟର ସିଆରସିସି, ବଡ଼କୋଦଣ୍ଡା ସରପଞ୍ଚ ରେଶମା କୁମାରୀ ନାୟକ, ବଡ଼କୋଦଣ୍ଡା ସମିତି ସଭ୍ୟ ମନୋଜ କୁମାର ପୃଷ୍ଟି, ସରପଞ୍ଚ ପ୍ରତିନିଧି ହୃଷୀକେଶ ପ୍ରଧାନ, ପ୍ରଧାନ ଶିକ୍ଷକ ମନୋରଞ୍ଜନ ପଣ୍ଡା, ଏବିଇଓ ଚରଣ ବେହେରା, ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ବେହେରା ଓ ଶିକ୍ଷାବିତ ପ୍ରସନ୍ନ କୁମାର ପ୍ରଧାନ, କ୍ଲଷ୍ଟର ସ୍ତରୀୟ ଶିକ୍ଷା କମିଟି, ଏବଂ ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି, ପୁରାତନ ଛାତ୍ର, ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ଗତ ତା ୨୦/୧/୨୬ ତାରିଖ ଦିନ ବଡ଼କୋଦଣ୍ଡା କ୍ଲଷ୍ଟରର ଜବାହର ହାଇସ୍କୁଲ ଠାରେ ଭଞ୍ଜନଗର ବିଇଓ ଶ୍ରୀ ମତି ଲୋପାମୁଦ୍ରା ରଥଙ୍କ ପୌରୋହିତ୍ୟ ରେ ଏବିଇଓ ଚରଣ ବେହେରା ଓ ଏବିଇଓ ଗଜେନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବ୍ଲକ୍ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସରପଞ୍ଚ, ସମିତି ସଭ୍ୟ ଓ ସରପଞ୍ଚ ପ୍ରତିନିଧି, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ସିଆରସିସି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ସମସ୍ତ କ୍ଲଷ୍ଟରର ସିଆରସିସି ସହଯୋଗ କରିଥିଲେ।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ