କୁଜଙ୍ଗ ରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କୁଜଙ୍ଗ ଅଞ୍ଚଳ ରାଜରାସ୍ତା ରେ ଦୈନନ୍ଦିନ ଗଡୁଛି ମୁଣ୍ଡ,କେଉଁଠି ଚାଳକ ନିଶା ସେବନ କରି ଦୁର୍ଘଟଣା ଘଟୁଛି, ତ କେଉଁଠି ବେପରୁଆ ଭାବରେ ଗାଡିଚାଲନା କାରଣରୁ ଦୁର୍ଘଟଣା ଘଟି ଅକାଳରେ ଚାଲିଯାଉଛି ନିରୀହ ଜୀବନ। ହେଲେ ଆଜି ସଡ଼କ ସୁରକ୍ଷା କାର୍ଯ୍ୟକ୍ରମର ଶେଷ ଦିନରେ କୁଜଙ୍ଗ ଅଂଚଳ ର ସଡ଼କ ସୁରକ୍ଷା ବାହୀନି ସଭାପତି ପଙ୍କଜ କୁମାର ତରାଇ ଙ୍କ ନେତୃତ୍ୱରେ କୁଜଙ୍ଗ icici ବ୍ୟଙ୍ଗ ଠାରୁ ଏକ ସଡ଼କ ସୁରକ୍ଷା ଶୋଭାଯାତ୍ରା ବହାରି ପୁରୁଣା ଥାନ ନିକଟରେ ପହଞ୍ଚିଥିଲେ। ରାସ୍ତାରେ ବିନା ହେଲମଣ୍ଟ ଯାଉଥିବା ଗାଡ଼ି ଚାଳକଙ୍କୁ ଗୋଲାପ ଫୁଲ ଓ ରସଗୋଲା ଦେ଼ଇ ସଡ଼କ ସୁରକ୍ଷା ସଚେତନତା କରାଇଥିଲେ। ଏହି କାର୍ଯ୍ୟକ୍ରମରେ କୁଜଙ୍ଗ ଥାନା ଅଧିକାରୀ ବଂଶୀଧର ପ୍ରଧାନ , ବରିଷ୍ଟ ଆଇନଜୀବି କୈଳାସ ପରିଡ଼ା, ଜଗତସିଂହପୁର RTO ଅଧିକାରୀ ସଡ଼କ ସୁରକ୍ଷା ବାହିନୀ , ସଦସ୍ୟା ପ୍ରଭାତ ବେହେରା, ବିକ୍ରମ ନାରାୟଣ ଦାସ, ମଣି ଶଙ୍କର ପରିଡା ପ୍ରମୁଖ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଅମାନିଆ ଗାଡି ଚାଳକ ମାନଙ୍କୁ ସଚେତନତା କରାଇଥିଲେ। (ପାରାଦୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର)
