March 11, 2026

ରିଓ ଚାରିଟେବୁଲ ଟ୍ରଷ୍ଟ ତରଫରୁ ସମ୍ବର୍ଦ୍ଧନା ସଭା; ଗରିବ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ….

hgfyhj
Share

ଭଞ୍ଜନଗର, ମାନବ ସେବା, ମାଧବ ସେବାକୁ ପାଥେୟ କରି ଗଢ଼ି ଉଠିଥିବା ରିଓ ଚାରିଟେବୁଲ ଟ୍ରଷ୍ଟ, ଭୁବନେଶ୍ୱର ତରଫରୁ ଭଞ୍ଜନଗର ସ୍ଥିତ ଭଞ୍ଜ ସାହିତ୍ୟ ପରିଷଦ ଠାରେ ମଙ୍ଗଳବାର ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ସମ୍ମାନିତ ଅତିଥି ରୂପେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, ଥାନା ଅଧିକାରୀ ଭଗବାନ ପୂଜାରୀ, ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ଅନୀଲ ପଟ୍ଟନାୟକ, ସମାଜସେବୀ ଶୂଳପାଣି ଶତପଥୀ,ରିଓ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ରାହୁଲ ସ୍ୱାଇଁ ଯୋଗ ଦେଇଥିଲେ।ସ୍ୱସ୍ତି ସୁନ୍ଦର ସିୟ ଏଥିରେ ସଂଯୋଜନା କରିଥିଲେ। ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଟ୍ରଷ୍ଟର ମୁଖ୍ୟ ତଥା ଯୁବ ସମାଜସେବୀ ରାହୁଲ ସ୍ୱାଇଁଙ୍କୁ ଅତିଥିମାନେ ପ୍ରଶଂସା କରିବା ସହ ଆଗକୁ ଏଭଳି କାର୍ଯ୍ୟ ଜାରି ରଖିବାକୁ ପ୍ରେରଣା ଦେଇଥିଲେ।ତାଙ୍କ ଦ୍ୱାରା ପରିଚାଳିତ ଭୁବନେଶ୍ୱର ସ୍ଥିତ ସ୍ନେହ ମନ୍ଦିର ବୃଦ୍ଧାଶ୍ରମରେ ୨୫ଜଣ ଗରିବ ଓ ଅସହାୟ ବୟସ୍କ ବ୍ୟକ୍ତିଙ୍କର ସେ ନିରନ୍ତର ସେବା କରି ଆସୁଛନ୍ତି।ଯାହାକି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।ଆଜି ତାଙ୍କ ପିତା ସ୍ବର୍ଗତ ଅଶୋକ କୁମାର ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଅଶୋକ ସ୍ମାରକୀ ସେବା ସମ୍ମାନରେ ବହୁ କାର୍ଯ୍ୟରତ ସାମ୍ବାଦିକ, ସମାଜସେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥିସହ ସ୍ଥାନୀୟ ଅଞ୍ଚଳର ବହୁ ଗରିବ ଓ ଅସହାୟ ଲୋକଙ୍କୁ ଖାଦ୍ୟ ଓ ଶୀତବସ୍ତ୍ର ବଣ୍ଟନ କରାଯାଇଛି।ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ଅମରେନ୍ଦ୍ର କୁମାର ପଟ୍ଟନାୟକ, ଉପସଭାପତି ଭବାନୀ ଶଙ୍କର ପାଳ, ସମ୍ପାଦକ ରାଜେଶ କୁମାର ପଣ୍ଡା, ସହ ସମ୍ପାଦକ ମନୋଜ କୁମାର ଗୌଡ଼, ବ୍ଲକ ସଂଯୋଜକ ଧନଞ୍ଜୟ ପଟ୍ଟନାୟକ, ସଦସ୍ୟ ଲୋକନାଥ ମହାନ୍ତି,ଗଞ୍ଜାମ ଜିଲ୍ଲା ସମ୍ପାଦକ ଜୟକୃଷ୍ଣ ପଟ୍ଟନାୟକ ଙ୍କୁ ରିଓ ଚାରିଟେବୁଲ ଟ୍ରଷ୍ଟ ପ୍ରତିଷ୍ଠାତା ରାହୁଲ କୁମାର ସ୍ବାଇଁ ସାନମାନିତ କରିଥିଲେ।

[1:14 am, 31/01/2024] Baba: ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ