November 25, 2024
Share

 

୧-ଆଜି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ, ସମ୍ମାନିତ ହେବେ ୬ ହଜାର ପ୍ରତିଭା।

୨-ଫେବୃୟାରୀ ୫ରୁ ବିଧାନସଭା ଅଧିବେଶନ,ଆସନ୍ତା ୪ରେ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ, ଗୃହ କାର୍ଯ୍ୟ ସୁରୁଖୁରୁରେ ଚଲାଇବା ନେଇ ହେବ ଆଲୋଚନା।

୩-୨ବର୍ଷ ସରକାରୀ ଚାକିରି, ନହେଲେ ୨ଗୁଣ ଜରିମାନା । ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ କଡ଼ାକଡ଼ି ହେଲା ବଣ୍ଡ୍ ନିୟମ।

୪-ପୁରୀ:ଶ୍ରୀଜୀଉଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ରୁ ରାତି ୯ ଯାଏଁ ସାଧାରଣ ଦର୍ଶନ ବନ୍ଦ।

୫-ଛତିଶଗଡ଼ରେ ବଡ଼ ଧରଣର ମାଓ ଆକ୍ରମଣ । ୩ ଯବାନ ସହିଦ, ୧୪ ଜଣ ଆହତ।

୬-ସାରା ରାଜ୍ୟକୁ ଥରାଉଛି ଜାଡ: ଶୀତ ସାଙ୍ଗକୁ କଲବଲ କରୁଛି ଘନ କୁହୁଡି, ୩୧ରୁ ପଶ୍ଚିମା ଝଡ ପ୍ରଭାବରେ ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା।

୭-ରାଜ୍ୟ ଜଳ ସଂପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଂଜୟ କୁମାର ମହାନ୍ତିଙ୍କ ସମ୍ପତ୍ତି ଦେଖି ତାଜୁବ ହୋଇଛି ଭିଜିଲାନ୍ସ।୧୨ ପ୍ଲଟ ସମେତ କାର, ବାଇକ୍ ଓ ନଗଦ ଟଙ୍କା ଜବତ।

୮-ବରମୁଣ୍ଡା ବସ୍ ଟର୍ମିନାଲ: ବିମାନ ବନ୍ଦର ପରି ସେବା ଓ ଅନୁଭବ ଦେବ;ଭୋର ୪ଟାରେ ବୁଲି ସମୀକ୍ଷା କଲେ ପାଣ୍ଡିଆନ।

୯-ଖଣ୍ଡଗିରି: ରାଜଧାନୀରେ ଅପରାଧୀଙ୍କ ଆତଙ୍କରାଜ, ଗୋଷ୍ଠୀ ସଂଘର୍ଷରେ ୫ ଆହତ।

୧୦-କିମସ୍ ରେ ବିରଳ ଅସ୍ତ୍ରୋପଚାର,ଛାତିରୁ ବାହାରିଲା ସାଢ଼େ ୪ କିଲୋ ଓଜନର ଟ୍ୟୁମର।

୧୧-ଏଥର ନିର୍ବାଚନ ଲଢ଼ିବେନି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର,ତାଙ୍କ ପୁଅ ସୌମେନ୍ଦ୍ର ମିଶ୍ର ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ।

୧୨-ନିର୍ବାଚନ ପୂର୍ବରୁ କଂଗ୍ରେସର ସାଂଗଠନିକ ପରିବର୍ତ୍ତନ, ମିନାକ୍ଷୀଙ୍କୁ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଦାୟିତ୍ଵ।

୧୩-ଆଜିଠୁ ସଂସଦର ବଜେଟ୍ ଅଧିବେଶନ,ଜନକଲ୍ଯାଣ ଯୋଜନାକୁ ମିଳିବ ପ୍ରାଧାନ୍ୟ।

୧୪-ଫେବୃଆରୀ ୩ରେ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ସମାବେଶର ନାଁ ରଖାଗଲା ‘ବିଶାଳ ଗ୍ୟାରେଣ୍ଟି ସମାବେଶ’।

୧୫-ଚନ୍ଦକା- ଡମପଡ଼ା ଅଭୟାରଣ୍ୟରେ ଆରମ୍ଭ ହୋଇଛି ନାଇଟ୍ ସଫାରୀ।ରାତିରେ ଜଙ୍ଗଲ ବୁଲା,ଯେତିକି ରୋମାଞ୍ଚକର, ସେତିକି ଭୟଙ୍କର।

୧୬-ମଣିପୁରରେ ପୁଣି ହିଂସା, ଗୁଳି ମାଡ଼ରେ ଦୁଇ ଜଣଙ୍କ ମୃତ୍ୟୁ, ବିଜେପି ନେତାଙ୍କ ସହ ୫ ଆହତ।

୧୭-ଗ୍ରେଟର ନୋଏଡାରେ ଫିଲ୍ମ ସିଟି ନିର୍ମାଣ କରିବେ ବୋନି କପୁର, ଜିତିଲେ ନିଲାମୀ, ବିଳମ୍ୱ ହେଲେ ଦିନକୁ ୧୦ ଲକ୍ଷ ଜରିମାନା।

୧୮-କଳ୍ପନା ସୋରେନଙ୍କୁ ନେଇ ବଢିଲା କଳ୍ପନାଜଳ୍ପନା । ଓଡିଆ ଝିଅ ହୋଇପାରନ୍ତି ଝାଡଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ।

୧୯-ବିହାର ସରକାର – ଫେବୃଆରୀ ୧୦ରେ ଆସ୍ଥା ଭୋଟ ଲୋଡିବେ ନୀତିଶ କୁମାର।

୨୦-ପାକିସ୍ତାନ ନିର୍ବାଚନ ପୂର୍ବରୁ ଇମ୍ରାନ ଖାନଙ୍କୁ ବଡ ଝଟକା । ସାଇଫର ମାମଲାରେ ୧୦ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ।

. 🙏 ସୁପ୍ରଭାତ 🙏