March 11, 2026

ଉମରକୋଟ ଠାରେ ଡକ୍ଟର ମାନଙ୍କ ଘଣ୍ଟା ଟି ଓ ପି ଡି ବନ୍ଧ ଆନ୍ଦୋଳନ………

IMG-20251230-WA0021
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଡିସେମ୍ବର ୨୬ ତାରିଖ ରୁ ଓଡ଼ିଶା ମେଡିକାଲ ସେବା ସଂଘ ( ଓମ୍ସା) ର ୧୦ ଦଫା ଦାବି ନେଇ ସମଗ୍ର ଓଡ଼ିଶାରେ ସବୁ ମେଡିକାଲରେ ଘଂଟାଟି କ।ଳ ଓ ପି ଡି ସେବାକୁ ବନ୍ଧ କରି ହସ୍ପିଟାଲ ସମ୍ମୁଖରେ ପ୍ରତିବାଦ କରି ଆରମ୍ଭ କରୁଥିବା ଆନ୍ଦୋଳନ ଆଜି ଓମସାର ନବରଙ୍ଗପୁର ଜିଲ୍ଲା ୟୁନିଟ ପକ୍ଷରୁ ଉମରକୋଟ ଠାରେ ଓପିଡି ସେବାକୁ ବନ୍ଧ କରି ଦିଅ। ଯାଇଥିଲା। ଅବଶ୍ୟ ଗୁରୁତର ରୋଗୀ ସେବା ଇତ୍ୟାଦି ରେ କୌଣସି ବ୍ୟାଘାତ ସ୍ତୃଷ୍ଟି ହେଇ ନ ଥିଲା। ଡକ୍ଟର ମନକୁ ସୁରକ୍ଷା ଓ ବୀମା ପ୍ରଦାନ, ହସ୍ପିଟାଲ ପରିସରରେ ପୋଲିସ୍ ଫାଣ୍ଡି ପ୍ରତିଷ୍ଠା କରିବା, କେନ୍ଦ୍ର ସରକାର ଡକ୍ଟର ମାନଙ୍କୁ ଡି ଏ ସି ପି ପ୍ରଦାନ କରୁଥିବା ବେଳେ ରାଜ୍ୟ ସରକାର ମଧ୍ୟ ତୁରନ୍ତ ପ୍ରଦାନ କରିବା, ରାଜ୍ୟ ର ବିଭିନ୍ନ ହସ୍ପିଟାଲ ରେ ଡକ୍ଟର ର ଘର ଅଭାବ ଥିବା ବେଳେ ରାଜ୍ୟ ସରକର ନୂତନ ଡକ୍ଟର ନିଯୁକ୍ତି କରୁ ନ ଥିବା ଫଳ ରେ କାର୍ଯ୍ୟରତ ଡକ୍ଟର ମାନଙ୍କ ଉପରେ ଅତିର୍କ୍ତ ଚାପ ପଡୁ ଥିବା ଇତ୍ୟାଦି ୧୦ ଦଫା ଦାବି ପୂରଣ କରିବା ସରକାର ଙ୍କ ନିକଟରେ ଦାବି କରାଯାଇଥିଲା। ଦାବୀ ପୁରଣ ନ ହେବ। ପର୍ଯ୍ୟନ୍ତ ପ୍ରତି ଦିନ ଓ ପି ଡି ସେବା ବନ୍ଦ ରହିବ ବୋଲି ସଂଘ

ନିଷ୍ପତି ନେଇଛି। ଆଜି ସମସ୍ତ ଡକ୍ଟର ମାନେ କଳା ବ୍ୟାଜ ପରିଧାନ କରି ହସ୍ପିଟାଲ ସମ୍ମୁଖରେ ପ୍ରତିବାଦ କରି ଥିଲେ। ଆଜିର ଏହି ପ୍ରବାଦ ଆନ୍ଦୋଳନ ରେ ଓମାସ ର ନବରଙ୍ଗପୁର ବ୍ରାଞ୍ଚ ର ସଭାପତି ଡକ୍ଟର ସୁକାନ୍ତ ଶତପଥୀ, ବ୍ରାଞ୍ଚ ସମ୍ପାଦକ ଦଶରଥ ନାଗ, ଯୁଗ୍ମ ସମ୍ପାଦକ ଡକ୍ଟର ଅନୁରାଗ ଶ୍ରୀ ପାତ୍ର, ବ୍ରାଞ୍ଚ କୋଷାଧ୍ୟକ୍ଷ ଡକ୍ଟର କିଶ।ନ ଦାସ, ଉପଦେଷ୍ଟ। ଡକ୍ଟର ଶରତ ଚନ୍ଦ୍ର ସେଠୀ, ଡକ୍ଟର ପ୍ରମୋଦ କୁମାର ନାୟକ, ଡକ୍ଟର ଅଭୟ କୁମାର ଦେ , ଡକ୍ଟର ସବ୍ୟସାଚୀ ଦାସ, ଡକ୍ଟର ଆଦିତ୍ୟ ବେହେରା, ଡକ୍ଟର ତେଜସ୍ଵୀ ଦାସ, ଡକ୍ଟର ତନୁଜା ବିଶ୍ଵାସ, ଡକ୍ଟର ଚନ୍ଦନ ଚୌଧୁରୀ ଙ୍କ ସମେତ ସମଗ୍ର ନବରଙ୍ଗପୁର ଜିଲ୍ଲାର ୧୦ ଟି ବ୍ଲକରୁ ୪୫ ଜଣ ଡକ୍ଟର ଯୋଗ ଦେଇଥିଲେ।