March 10, 2026

ଉମରକୋଟ ବହୁମୁଖି କ୍ରୀଡା ଏକାଡେମୀ ଦ୍ୱାରା ଦୁଇ କ୍ରୀଡ଼ାବିତଙ୍କୁ ସମର୍ଦ୍ଧନା,..

IMG-20251230-WA0012
Share

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ବହୁମୁଖୀ କ୍ରୀଡା ଏକାଡେମୀ ଦ୍ୱାରା ଓଡ଼ିଶା କର୍ମଚାରୀ ଚୟନ କମିଶନ (OSSC) ଦ୍ୱାରା ବହୁମୁଖୀ କ୍ରୀଡା ଏକାଡେମୀର ଦୁଇ ନବ ନିଯୁକ୍ତି ପ୍ରାପ୍ତ ଛୁଟି ତାଲିମ ସଂରକ୍ଷଣ (LTR) ଶିକ୍ଷୟତ୍ରୀ ନବୀନା ସାନ୍ତା ଏବଂ ଜୟମଣୀ ଭତ୍ରା ଙ୍କୁ ଏହି ଅପୂର୍ଵ ସଫଳତା ହେତୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ରମାକାନ୍ତ ସାଇ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଇନ୍-ଚାର୍ଜ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ୍ ଶ୍ରୀ ଅଶୋକ କୁମାର ସାହୁ, ଦୁଇ ପୂର୍ବତନ କ୍ରୀଡ଼ାବିତ ସନ୍ତୋଷ ଶର୍ମା ଓ ଦିଲ୍ଲୀପ ବିଶ୍ୱାସ,କ୍ରୀଡା ଶିକ୍ଷକ ତଥା ବହୁମୁଖୀ କ୍ରୀଡା ଏକାଡେମୀର ପରିଚାଳକ ଏମ. ବିଜୟ କୁମାର,ଜିଲ୍ଲା କ୍ରୀଡା ସଙ୍ଘ ର ମହିଳା ସମ୍ପାଦିକା ଇଂ. ଚନ୍ଦନା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ l ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ରମାକାନ୍ତ ସାଇ ସମସ୍ତ କ୍ରୀଡ଼ାବିତ ମାନଙ୍କର ଉଜ୍ଜଳ ଭବିଷ୍ୟତ ପ୍ରତି ଆଲୋକପାତ କରିଥିଲେ ଏବଂ ସ୍ବେଛାକୃତ ଭାବେ ବହୁମୁଖୀ କ୍ରୀଡା ଏକାଡେମୀ ଅନ୍ତର୍ଗତ ଏବଂ ତାଲିମ ଅନ୍ତର୍ଭୁକ୍ତ ସମସ୍ତ କ୍ରୀଡା ଛାତ୍ର ଛାତ୍ରୀ ମାନଙ୍କୁ ସ୍ପୋର୍ଟସ୍ ଟ୍ରାକ୍ ସୁଟ୍ ବଣ୍ଟନ କରିଥିଲେ l ସମସ୍ତ ତାଲିମ ଅନ୍ତର୍ଭୁକ୍ତ କ୍ରୀଡ଼ାବିତ ଏବଂ ଅତିଥି ଏମ. ବିଜୟ କୁମାର ଙ୍କ କ୍ରୀଡ଼ାବିତ ମାନଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ରହି ଆସୁଥିବା ପ୍ରଚେଷ୍ଟା ଏବଂ ସ୍ୱଳ୍ପ ସମୟ ମଧ୍ୟରେ ଗଢି ଉଠିଥିବା ଏହି ମଲ୍ଟି ପର୍ପୋସ ସ୍ପୋର୍ଟ୍ସ ଏକାଡେମୀର ସୁପରିଚାଳନା ନିମନ୍ତେ ଅଜସ୍ତ ସାଧୁବାଦ ଜ୍ଞାପନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମଟିକୁ ଇଂ. ଚନ୍ଦନା ମଲ୍ଲିକ ସୁଚାରୁ ରୂପେ ପରିଚାଳନା କରିଥିଲେ l