March 8, 2026

ସାପ୍ତାହିକ ‘ଅଭିନନ୍ଦନ’ ସମ୍ବାଦ ପତ୍ରର ୧୭ତମ ସ୍ୱନକ୍ଷତ୍ର ଦିବସ ପାଳିତ

IMG-20251230-WA0011
Share

ବାଲେଶ୍ୱର ସହରରୁ ପ୍ରକାଶ ପାଉଥିବା ସାପ୍ତାହିକ ସମ୍ବାଦପତ୍ର ‘ଅଭିନନ୍ଦନ’ର ୧୭ ସ୍ୱନକ୍ଷତ୍ର ଦିବସ ରବିବାର ଦିନ ଓଟି ରୋଡ ସ୍ଥିତ ଭେନ୍ୟା ପାରାଡାଇଜ୍‌ରେ ପାଳିତ ହୋଇଯାଇଛି । ଅଭିନନ୍ଦନର ସମ୍ପାଦକ ଇଂ ଜଗଦୀଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ ପଥଦୁର୍ଗା ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପକ ସଦାନନ୍ଦ ଦିକ୍ଷୀତ ପରିଚାଳନା କରିଥିଲେ । ଏହି ସଭାରେ ବରେଣ୍ୟ ଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଡ. ଦେବାଶିଷ ପାତ୍ର, ବରିଷ୍ଠ ସାମ୍ବାଦିକ, ଆମ ନ୍ୟୁଜ୍‌ର ଅଧ୍ୟକ୍ଷ ତଥା ବାଲେଶ୍ୱର ପ୍ରେସ୍ କ୍ଲବର ସଭାପତି ବିପ୍ଳବ କୁମାର ମହାନ୍ତି, ଓଡ଼ିଶାର ଆଗଧାଡ଼ିର ଲେଖକ କାଳିକିଙ୍କର ଦାସ, ବରିଷ୍ଠ ଆଇନଜୀବୀ ଅରବିନ୍ଦ ବାରିକ, କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ରର ରାଜ୍ୟ ସଭାପତି ତଥା ବାଲେଶ୍ୱରରୁ ପ୍ରକାଶ ପାଉଥିବା ଦୈନିକ ଅପରାହ୍ନ ସମ୍ବାଦପତ୍ରର ସମ୍ପାଦକ ବଂଶୀଧର ଜେନା ପ୍ରମୁଖ ଯୋଗ ଦେଇ ବର୍ତ୍ତମାନ ସମୟରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମାନେ କିଭଳି ଭାବେ ବହୁବିଧ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ । ବକ୍ତାମାନେ ଆହୁରି ମଧ୍ୟ କହିଥିଲେ ଯେ ଅଭିନନ୍ଦନ’ ସମ୍ବାଦପତ୍ର କ୍ଷୁଦ୍ର କଳେବର ନେଇ ପ୍ରକାଶ ପାଉଥିଲେ ମଧ୍ୟ ଏହା ଓଡ଼ିଶାର ୩୦ଟି ଜିଲ୍ଲାରେ ଥିବା ୩୧୪ଟି ବ୍ଲକ୍‌ରେ ପ୍ରସାରିତ ହୋଇ ବେଶ୍ ଲୋକପ୍ରିୟତା ଅର୍ଜନ କରିପାରିଛି । ଶେଷରେ ସମାଜସେବୀ ସତ୍ୟେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଇଣ୍ଡିଆନ୍ ଅଭର୍ସିଜ୍ ବ୍ୟାଙ୍କର ଅବସରପ୍ରାପ୍ତ ପ୍ରବନ୍ଧକ ମିହିର କୁମାର ଦତ୍ତଙ୍କ ଦ୍ୱାରା ‘ଅଭିନନ୍ଦନ’ ଡିଜିଟାଲ ମିଡିଆ ‘ଅଭିନନ୍ଦନ ଲାଇଭ୍‌’ର ଶୁଭାରମ୍ଭ କରାଯାଇଥିଲା । ପରେ ୧୧ ଜଣ ପ୍ରତିଭାଧାରୀ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ଏହି ପ୍ରତିଭାଧାରୀ ମାନଙ୍କ ମଧ୍ୟରେ ବିଶିଷ୍ଟ ସାହିତ୍ୟିକ ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଡ. ଦେବାଶିଷ ପାତ୍ର, ଆଦର୍ଶ ଶିକ୍ଷୟିତ୍ରୀ ଭାବେ ସଂଗୀତା ରଥ, ଓଢ଼ିଶୀ ନୃତ୍ୟ ପାଇଁ ତେଜସ୍ୱିନୀ ସାମନ୍ତ, ସମାଜସେବୀ ଭାବେ ବଳରାମ ସେଠୀ, ସାମ୍ବାଦିକ ଭାବେ ସୁନୀଲ କୁମାର ପ୍ରଧାନ, କବି ହାଡ଼ିବନ୍ଧୁ ପାତ୍ର, ନାଟ୍ୟକାର ବିଦ୍ୟାଧର ସାହୁ, ପ୍ରାବନ୍ଧିକ କାଳିକିଙ୍କର ଦାସ, ଚିତ୍ରଶିଳ୍ପୀ ସଂଜୟ କୁମାର ରାଉତ, କଣ୍ଠଶିଳ୍ପୀ ସୋମପ୍ରକାଶ ପଟ୍ଟନାୟକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।