ଟାଟା ଟିସକନ କଞ୍ଜୁମର ବୋନୋଞ୍ଜା ଉତ୍ସବ …..
ବାଲେଶ୍ବର ( ଦେବାଶିଷ ଦାଶ )
ବାଲେଶ୍ଵରରେ ଟାଟା ଟିସକନର କଞ୍ଜୁମର ବୋନୋଞ୍ଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଡିଷ୍ଟ୍ରିବ୍ୟୁଟର ସାଗର ବିଜନେସ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲର ବରିଷ୍ଠ ବିକ୍ରୟ ପରିଚାଳକ ସୌରିଅ କିଶୋର ପୁରିଆ, ଚନ୍ଦନ ମାଇତି ପ୍ରମୁଖ ଯୋଗଦେଇ ଟାଟା ଟିସକନର ବିଶ୍ବସନୀୟତା ଓ ଗୁଣବତ୍ତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ୧୮ ଜଣ ଗ୍ରାହକଙ୍କୁ ଉପଭୋକ୍ତା ବୋନୋଞ୍ଜା ଯୋଜନାରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପ୍ରଥମ ସମ୍ବର୍ଦ୍ଧନା ଏକ ସ୍କୁଟି ପ୍ରଦାନ କରାଯାଇଥିବାବେଳେ ଅନ୍ୟମାନଙ୍କୁ ଫ୍ରିଜ, ସିଲଭର କଏନ, ମୋବାଇଲ ଆଦି ପୁରସ୍କାର ଦିଆଯାଇଥିଲା। ଅନ୍ୟପଟେ ଟାଟା ସାମଗ୍ରୀ ବ୍ୟବହାର କରିଥିବା ଗ୍ରାହକ ସେମାନଙ୍କ ଅନୁଭୁତି କହିଥିଲେ। ଟାଟା ଟିସକନ ଡିଲର ଓ ସମସ୍ତ ଗ୍ରାହକଙ୍କ ଉପସ୍ଥିତିରେ ନୂତନ ଉପଭୋକ୍ତା ବୋନୋଞ୍ଜା ଯୋଜନା ଉଦ୍ଘାଟିତ ହୋଇଥିଲା।
