June 21, 2026

ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତିର କ୍ଷତିପୂରଣ ପ୍ରଦାନ ଦାବିରେ ଏଆଇକେଏମଏସ୍ ପକ୍ଷରୁ ଦିଗପହଣ୍ଡି ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ..

IMG-20241230-WA0023
Share

 

ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ପାଇଁ ଚାଷୀ ଓ ଭାଗଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ଆଜି ଅଖିଳ ଭାରତ କିଶାନ୍ ମଜଦୂର ସଭା ପକ୍ଷରୁ ଦିଗପହଣ୍ଡି ତହସିଲଦାରଙ୍କୁ ଭେଟି ଆଲୋଚନା କରାଯାଇଥିଲା । ରିଲିଫ୍ କୋଡରେ ସଂଶୋଧନ କରି ଫସଲ କ୍ଷୟକ୍ଷତିର ଆକଳନ ସମୟରେ କାଟି ଗଦା କରାଯାଇଥିବା ଫସଲକୁ ହିସାବକୁ ନେବା, ଧାନ ଫସଲ ପାଇଁ ଏକର ପିଛା ୨୫ ହଜାର ଟଙ୍କା ଓ ପନିପରିବା ଓ ଅନ୍ୟାନ୍ୟ ଫସଲର କ୍ଷୟକ୍ଷତି ପାଇଁ ଏକର ପିଛା ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବା, ଏଫଏକ୍ୟୁ ମାନରେ କୋହଳ କରି ଚାଷୀଙ୍କ ବଳକା ଧାନକୁ କ୍ଵିଣ୍ଟାଲ ୩୧୦୦ ଟଙ୍କାରେ ସଂଗ୍ରହ କରିବା, ଋଣଛାଡ଼, ବେଲପତ୍ର ଘାଇର ପୁନୋରୁଦ୍ଧାର ଆଦି ଦାବି ନେଇ ଏଆଇକେଏମଏସ୍ ନେତୃତ୍ୱରେ ବ୍ଳକର ବିଭିନ୍ନ ଗାଁରୁ ଆସିଥିବା ଶତାଧିକ ଚାଷୀ ଦିଗପହଣ୍ଡି ତହସିଲଦାରଙ୍କୁ ଭେଟିବା ସହିତ ଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ଆଜିର କାର୍ଯ୍ୟକ୍ରମରେ ଏଆଇକେଏମଏସର ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ବ୍ଳକ୍ ସଭାପତି ଲଡୁ କିଶୋର ଡାକୁଆ, ନାରାୟଣ ବିଷୋୟୀ, ବଂଶୀଧର ଜେନା, ଟୁଲୁ ଜେନା, ସୁଶାନ୍ତ ଗୌଡ, ଦଣ୍ଡପାଣି ଗୌଡ, ଅନୀଲ ବିଷୋୟୀ, ମଙ୍ଗଳୁ ସ୍ଵାଇଁ, ଚେରୁ ସାହୁ, କାଶୀନାଥ ଗୌଡ, ପ୍ରକାଶ ଗୌଡ, ଗନ୍ତେଇ ମଳିକ, ଶ୍ୟାମଘନ ବିଷୋୟୀ, ଧୋବା ଜେନା, ଉଜ୍ଜ୍ୱଳ ବିଷୋୟୀ, ରୀତା ଦାସ, ଜୀନ୍ତା ଦାସ ପ୍ରମୁଖ ଯୋଗ ଦେଇଥିଲେ ।