ସ୍ମିତା ପଟ୍ଟନାୟକ ଙ୍କ ଏକାଦଶାହ ରେ ଶ୍ରଦ୍ଧାଞ୍ଜଳି ..
ତିର୍ତ୍ତୋଲ,ଝଙ୍କଡ଼ ସାରଳା ପୀଠ, କନକ ପୁର ପଞ୍ଚାୟତ ଅଧୀନ ବଡ଼ସାରୋଳ ଗ୍ରାମର ତିର୍ତ୍ତୋଲ ବ୍ଲକ ର ପୂର୍ବତନ ଅଧ୍ୟକ୍ଷ, ଆଦିକବି ସାରଳାଦାସ କଲେଜର ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ପ୍ରତାପ ଚନ୍ଦ୍ର ମହାନ୍ତି ଙ୍କ ଘନିଷ୍ଠ ସହଯୋଗୀ ସ୍ବର୍ଗତ ଡଃ ହରିଚରଣ ଦାସ ଙ୍କ ପୁତ୍ରବଧୂ ଓ ଅଭୟ ପଟ୍ଟନାୟକ ଙ୍କ କନ୍ୟା ସ୍ମିତା ପଟ୍ଟନାୟକ ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଗତ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି l ସ୍ମିତା ପଟ୍ଟନାୟକ, ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟ ରେ ଜଣେ ପ୍ରଶାସନିକ ଅଧିକାରିଣୀ ଭାବେ ଯଥେଷ୍ଟ ସୁନାମ ଓ ସୁଖ୍ୟାତି ଅର୍ଜ୍ଜନ କରିଥିଲେ l ସେବାନିବୃତ ହେବାପରେ ବିଭିନ୍ନ ସାମାଜିକ ସେବାକାର୍ଯ୍ୟ ରେ ନିଜକୁ ନିୟୋଜିତ କରିଆସୁଥିଲେ l ତେବେ ତାଙ୍କର ଏହି ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ, ବିନୋଦ ବିହାରୀ ଦାସ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଓ ପୌରାହିତ୍ୟ ରେ ଅନୁଷ୍ଠିତ ହୋଇଥିବା ବେଳେ, ଏଥିରେ ଆଲୋକଲକ୍ଷ୍ମୀ ଦାସ, ବିରାଜl ଲକ୍ଷ୍ମୀ ଦାସ, ସୌଭାଗ୍ୟ ଲକ୍ଷ୍ମୀ ଦାସ, ସ୍ୱରାଜ ଲକ୍ଷ୍ମୀ ଦାସ, ସ୍ୱଜିତ ପଟ୍ଟନାୟକ, ଶୁଭେନ୍ଦୁ ପଟ୍ଟନାୟକ, ସୂର୍ଯ୍ୟଂl ଶୁ ପଟ୍ଟନାୟକ, ଶୁଭ୍ରାଂଶୁ ପଟ୍ଟନାୟକ, ରେଣୁବାଳା ପଟ୍ଟନାୟକ ପ୍ରମ୍ମୁଖ ଯୋଗଦେଇ, ସ୍ମିତା ପଟ୍ଟନାୟକ ଙ୍କ ଭଳି ଜଣେ ସ୍ନେହୀ, ମିଷ୍ଟଭାଷି, ପରୋପକାରୀ, ମହିଳା ଆଜିର ସମାଜରେ ବିରଳ ବୋଲି ମତବ୍ୟକ୍ତ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏହି ସମସ୍ତ କାର୍ଯ୍ୟକ୍ରମ କୁ ଆଡି, ଗୁଡ଼ୁ, ଭୂମି, ବିଷା, ଡୁଡୁଲ, ଆଦର୍ଶ, ବୁନି, ଶମ୍ଭୁ, ବିଭୁ ଓ ରାଜା ଙ୍କ ସମେତ ସମସ୍ତ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ l ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନପ୍ରତିନିଧି ମାନେ ମଧ୍ୟ ଏହି ସ୍ମୃତିସଭାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବାର ଦେଖିବାକୁ ମିଳିଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
