July 6, 2024

ଜିଲ୍ଲା ସ୍ତରୀୟ ମୁ ବି ନବୀନ ଓଡ଼ିଶା ର ସାରଥି ହେବି କାର୍ଯ୍ୟକ୍ରମ ଅନୁଷ୍ଠିତ

Share

ଜିଲ୍ଲା ସ୍ତରୀୟ ମୁ ବି ନବୀନ ଓଡ଼ିଶା ର ସାରଥି ହେବି କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ

ଉମରକୋଟ – ଆଜି ନବରଙ୍ଗପୁର ଜିଲ୍ଲା ସ୍ତରୀୟ ମୁ ବି ନବିନ ଓଡ଼ିଶା ର ସାରଥି ହେବି କାର୍ଯ୍ୟକ୍ରମ ହୋଟେଲ ଏସ ପି ରୟାଲ ଠାରେ ଅନୁଷ୍ଠିତ ହେଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଜୁ ଛ।ତ୍ର ଓ ଯୁବ ବିଜେଡିର ରାଜ୍ୟ ଓ ଜିଲ୍ଲା ସ୍ତରୀୟ ନେତା ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ଚାନ୍ଦ ବାଲି ବିଧାୟକ ତଥା ରାଜ୍ୟ ବିଜେଡି ଯୁବ ସଭାପତି ଡକ୍ଟର ବ୍ୟୋମକେଶ ରାୟ, ଛାତ୍ର ବିଜେଡି ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଂଜନ ଶତପଥି, ଯୁବ ଓ ଛାତ୍ର ବିଜେଡି ର ରାଜ୍ୟ ଆବାହକ ପ୍ରଣବ ବଳବନ୍ତରାୟ, ନବରଙ୍ଗପୁର
ଜିଲ୍ଳା ବିଜେଡି ପର୍ଯ୍ୟବେକ୍ଷକ ତଥା କେ ସି ସି ସଭାପତି ଈଶ୍ୱର ପାଣିଗ୍ରାହୀ, ନବରଙ୍ଗପୁର
ବିଧାୟକ ସଦାଶିବ ପ୍ରଧ।ନୀ, ଝରିଗ। ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ପ୍ରଣବ ପ୍ରକାଶ ଦାସ ଙ୍କ ପ୍ରତିନିଧି ପ୍ରକାଶ ମହାନ୍ତି , ୩ ବିଜେଡି ଯୁବ ସଭାପତି, ନବରଙ୍ଗପୁର ଜିଲ୍ଲା ବି ଜେଡି ସଭାପତି ଶିବାନନ୍ଦ ରାୟ, ଜିଲ୍ଲା ଛାତ୍ର ବିଜେଡି ସଭାପତି ସୁଧାଂଶୁ ଦାସ, ଦେବାଶିଷ ପାତ୍ର, ଅବିଭକ୍ତ କୋରାପୁଟ ଜିଲ୍ଲା ଛାତ୍ର ବିଜେଡି ସଂଯଜକ ସୁଜିତ୍ ପାଲଟା ସିଂ, ରାଜ୍ୟ ଛାତ୍ର କାର୍ଯ୍ୟକାରୀ ସଭାପତି ଦିଲୁ ପଣ୍ଡା, ନବରଙ୍ଗପୁର ଜିଲ୍ଲା ଛାତ୍ର ଓ ଯୁବ ଜନତା ଦଳ ର ସଭାପତି , ଛାମୁଆ ନେତା ଓ କର୍ମୀ ଉପସ୍ଥିତ ଥିଲେ। ରାଜ୍ୟ ଉଠା ଜଳସେଚନ ନିଗମର ଉପ ଦେଷ୍ଟ। ପ୍ରମୋଦ କୁମାର ପାଢ଼ୀ ମଂଚ ପରିଚାଳନ। କରି ଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ଆମ ଓଡ଼ିଶା ଓ ନବୀନ ଓଡ଼ିଶା କୁ କିପରି ଆଗକୁ ନିଆ ଯିବ, ଯୁବକ ଓ ଛାତ୍ର ମାନଂକ ପ୍ରତି ଥିବା ବିଭିନ୍ନ ଯୋଜନା କୁ କିପରି ପ୍ରଚାର ଓ ପ୍ରସାର କରାଯିବ, ରକ୍ତ ଦାନ କାର୍ଯ୍ୟକ୍ରମ କୁ କିପରି ବ୍ୟାପକ ଭାବେ କରାଯିବ, ବାଲ୍ୟ ବିବାହ କୁ କିପରି ରୋକ। ଯିବ, ମଦ ମୁକ୍ତ ସମାଜ କିପରି କରିବା ଏଥି ନେଇ ବିସ୍ତୃତ ଭାବେ ଆଲଚନ। କରା ଯାଇ ଥିଲା। ଏହି ଅବସର ରେ ଛାତ୍ର ବିଜେଡି ର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା। ଆଗମୀ ବିଧାନ ସଭା ଓ ଲୋକ ସଭା ନିର୍ବାଚନ ପାଖେଇ ଆସୁଥିବାରୁ ଯୁବ ଓ ଛ।ତ୍ର ବିଜେଡି ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ତା ମାନେ କହିବା ସହ ବର୍ତ୍ତମାନ ଠାରୁ ସମସ୍ତେ ଦଳ ର ପ୍ରଚାର ପାଇଁ ଜୋର୍ ଦେଇ ଥିଲେ। ସବୁ କର୍ମୀ ମୁଖ୍ୟା ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାରଥୀ ଭାବେ କାର୍ଯ୍ୟ କରିବା ପାଈଁ ଶପଥ ନେଇ ଥିଲେ।୫୦୦ ରୁ ଉର୍ଦ୍ଧ୍ବ ବିଜେଡ଼ିର କର୍ମୀ ମାନେ ଉପସ୍ଥିତ ଥିଲେ।

You may have missed